"ଚଉଷଠି ଯୋଗିନୀ ମନ୍ଦିର, ହୀରାପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
→‎କିମ୍ବଦନ୍ତୀ: ବର୍ତ୍ତମାନ ନ ବଦଳେଇବାକୁ ଅନୁରୋଧ, ତଥ୍ୟ ସବୁ ସଜେଇବାକୁ ପଡିବ
୫୫ କ ଧାଡ଼ି:
କିମ୍ବଦନ୍ତୀ ଅନୁସାରେ, [[ମହିଷାସୁର]]ର ଅତ୍ୟାଚାର ସହିନପାରି ପୃଥିବୀବାସୀଙ୍କୁ ତାଙ୍କ କବଳରୁ ରକ୍ଷା କରି ଜଗତରେ ଶାନ୍ତି ପ୍ରତିଷ୍ଠା ପାଇଁ [[ଦୁର୍ଗା]]ଙ୍କୁ ଆରାଧନା କରିଥିଲେ । ଦୁର୍ଗା ଆବିର୍ଭାବ ହୋଇ ମହିଷାସୁରର ସହଯୋଗୀ [[ରକ୍ତବୀର୍ଯ୍ୟ]]ଙ୍କୁ ବଧ କରିବାକୁ ଘମାଘୋଟ ଯୁଦ୍ଧ କରିଥିଲେ । ତେବେ ଯୁଦ୍ଧରେ ରକ୍ତବୀର୍ଯ୍ୟର ଶରୀରରୁ ପଡୁଥିବା ପ୍ରତ୍ୟେକ ରକ୍ତ ବିନ୍ଦୁ ମାଟିରେ ପଡ଼ି଼ବାମାତ୍ରେ ଆଉ ଜଣେ ରକ୍ତବୀର୍ଯ୍ୟ ସୃଷ୍ଟି ହେଉଥିଲା । ତେଣୁ ରକ୍ତବୀର୍ଯ୍ୟର ରକ୍ତବିନ୍ଦୁ ମାଟିରେ ପଡ଼ିବା ପୂର୍ବରୁ ଶୋଷିନେଇ ଯୁଦ୍ଧରେ ବିଜୟୀ କରାଇବା ପାଇଁ ମା'ଦୁର୍ଗା ୬୪ ଯୋଗିନୀଙ୍କୁ ସୃଷ୍ଟି କରିଥିଲେ । ସେହିପରି ମହା ଭାଗବତ ପୁରାଣରେ ଉଲ୍ଲେଖ ଅଛି ଯେ, [[କାଳୀ]] ରହୁଥିବା ଏକ ପ୍ରଶସ୍ତ ସ୍ଥାନକୁ ବେଳେବେଳେ [[ଶିବ]] ବୁଲି ଆସୁଥିଲେ । ସେହି ପ୍ରଶସ୍ତସ୍ଥଳୀର ୪ଦିଗରେ ୪ଟି ଦ୍ଵାର ଥିଲା ଓ ଏହାକୁ ୬୪ ଯୋଗିନୀ ଓ ଭୈରବୀମାନେ ଜଗୁଥିଲେ । କିମ୍ବଦନ୍ତୀ ଅନୁସାରେ ଦେବୀ [[ଦୁର୍ଗା]] ଦାନବ ସଂହାର ନିମନ୍ତେ ୬୪ଟି ରୂପ ନେଇଥାନ୍ତି । ଯୁଦ୍ଧ ପରେ ଯୋଗିନୀ ମାନେ [[ଦୁର୍ଗା]]ଙ୍କୁ ଏହି ମନ୍ଦିର ତିଆରି କରିବା ପାଇଁ ଅନୁରୋଧ କରିଥିଲେ । <ref name =samaja/>
 
ଚଣ୍ଡୀ ପୁରାଣ ଓ ଦେବୀ ପୁରାଣରେ ଚଉଷଠି ଯୋଗିନୀମାନଙ୍କର ଆବିର୍ଭାବ ସମ୍ପର୍କରେ ଉଲ୍ଲେଖ ଅଛି । ମହାନ ପ୍ରତାପୀ ଦାନବ ମହିଷାସୁରର ଅକଥନୀୟ ଅତ୍ୟାଚାରରେ ତ୍ରିଭୁବନ ପ୍ରକମ୍ପିତ ହେବା ସଙ୍ଗେ ସଙ୍ଗେ ଦେବତାମାନଙ୍କର ଆସନ ଟଳମଳ ହୋଇଥିଲା । ସର୍ବଦେବଙ୍କର ଶକ୍ତି ବଳରେ ମା' ଦେବୀ ଦୁର୍ଗା ଆବିର୍ଭୂତା ହୋଇଥିଲେ । ସର୍ବଶକ୍ତିଦାୟିନୀ ଦୁର୍ଗା ଦେବୀ ମହିଁଷାସୁର ଅସୁର ସହିତ ଯୁଦ୍ଧ କରିବା ଅବସରରେ ରକ୍ତବୀର୍ଯ୍ୟ ନାମକ ଏକ ପ୍ରତାପୀ ଦାନବର ରକ୍ତବିନ୍ଦୁମାନ ତଳେ (ମାଟି) ପଡି ସେଥିରୁ ସହସ୍ର ସହସ୍ର ଦାନବ ସୃଷ୍ଟି ହୋଇ ଦୁର୍ଗାଙ୍କ ସହିତ ଯୁଦ୍ଧ କରିଥିଲେ । ଏହିସବୁ ଦାନବଙ୍କୁ ନିହତ କରିବା ପାଇଁ ମା' ଦୁର୍ଗା ଦେବୀ ତାଙ୍କ ପ୍ରଖର ବିଶ୍ୱାସରୁ ଯୋଗିନୀମାନ ସୃଷ୍ଟି କରିଥିଲେ । ସେହି ଯୋଗିନୀମାନେ ରକ୍ତବୀର୍ଯ୍ୟ ଅସୁରର ଶରୀରରୁ ନିର୍ଗତ ହେଉଥିବା ରକ୍ତବିନ୍ଦୁକୁ ତଳେ ପକାଇ ନଦେଇ ପିଇଦେଲେ । ଫଳରେ ଆଉ ଦାନବଗଣ ସୃଷ୍ଟି ହେଲେ ନାହିଁ । ତେଣୁ ମା' ଦୁର୍ଗା ରକ୍ତବୀର୍ଯ୍ୟ ସହିତ ସମସ୍ତ ଅସୁରଙ୍କୁ ନିହତ କରିଥିଲେ । ଏହା ଫଳରେ ଧରାପୃଷ୍ଠରେ ଶାନ୍ତି ପ୍ରତିଷ୍ଠା ହୋଇଥିଲା । କାଳକ୍ରମେ ସେହି ଯୋଗିନୀମାନେ ବିଭିନ୍ନ ପୀଠରେ ପୂଜା ପାଉଛନ୍ତି । ସେହି ଯୋଗିନୀମାନଙ୍କ ମଧ୍ୟରୁ ହୀରାପୁରଠାରେ ଚଉଷଠି ଯୋଗିନୀ ରୂପେ ପୂଜା ପାଉଛନ୍ତି, ଯାହାକି ଆଜି ସେହି ଯୋଗିନୀ ପୀଠ ହୀରାପୁର ରୂପେ ବିଦ୍ୟମାନ । ହିନ୍ଦୁ ତନ୍ତ୍ରରେ ଚଉଷଠି ଯୋଗିନୀମାନଙ୍କର ଉପିତ୍ତି ସମ୍ପର୍କରେ ସ୍କନ୍ଦ ପୁରାଣ ଓ କାଳିକା ପୁରାଣରେ ଉଲ୍ଲେଖ ଅଛି । ସେହି ଆଠଟି ଆଦିଶକ୍ତି ହେଲେ- ଉଗ୍ରଚଣ୍ଡୀ, ଭଦ୍ରକାଳୀ, ଦୁର୍ଗା, ଉଗ୍ରତାରା, କୋðଶିକା, କାଳୀ, ଶିବଦୂତୀ ଓ ଚଣ୍ଡିକା । ହୀରାପୁର ଚଉଷଠି ଯୋଗିନୀ ପୀଠର ଅନତି ଦୂରରେ ପୁରାତନ ଉତ୍କଳର ରାଜଧାନୀ ଶିଶୁପାଳଗଡ ଅବସ୍ଥିତ ।
=== ଲୋକବିଶ୍ୱାସ ===
ଏଠାରେ ଥିବା ସଙ୍କଟେଶ୍ୱର ଶିବ ମନ୍ଦିରରେ ପୂଜିତ ଶିବଲିଙ୍ଗର ଉଚ୍ଚତା ବୃଦ୍ଧିପାଉଥିବା ଗ୍ରାମବାସୀ ମତ ଦିଅନ୍ତି । ୨୦୧୩ ମସିହାରେ ପୂଜକ ସନ୍ତୋଷ ତ୍ରିପାଠୀ ଲିଙ୍ଗର ଉଚ୍ଚତା ୧.୫ ଫୁଟ ବଢ଼ିବା ଉଲ୍ଲେଖ କରିଥିଲେ । <ref name =samaja/>
 
== ନିର୍ମାଣ ଶୈଳୀ ==