"ଚାର୍ଲସ ଡାରଉଇନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୪୯ କ ଧାଡ଼ି:
 
==ପୁସ୍ତକ ଉପରେ ପ୍ରତିକ୍ରିୟା==
"ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍ " ଉପରେ ଅନ୍ତର୍ଜାତିକ ପ୍ରତିକ୍ରିୟା ପ୍ରକାଶ ପାଇଲା | ଖରାପ ସ୍ଵାସ୍ଥ୍ୟ ଡାରଉଇନ୍ କୁ ସାର୍ବଜନିକ ଜନମାନସରୁ ଦୁରେଇ ରଖିଥିଲା କିନ୍ତୁ ସେ ବୈଜ୍ଞାନିକ ପ୍ରତିକ୍ରିୟା ,ସମ୍ବାଦପତ୍ର ସମୀକ୍ଷା ,ବ୍ୟଗଂ ଉପରେ ନିଜର ନଜର ରଖିଥିଲେ ଏବଂ ନିଜର ମତାମତ ପତ୍ର ମାଧ୍ୟମରେ ଉପସ୍ଥାପିତ କରିଥିଲେ | ଚର୍ଚ୍ଚ୍ ଅଫ୍ ଇଂଲଣ୍ଡ୍ ର ପ୍ରତିକ୍ରିୟା ମିଶ୍ରିତ ଥିଲା | [[:en:Darwinism|ଡାରଉଇନିଜମ୍]] ଏକ ବୈପ୍ଲବିକ ଚିନ୍ତାଧାରାରେ ପରିଚୟ ନେଲା ଯାହାକି ବିଜ୍ଞାନର ଧର୍ମ ଉପରେ ବିଜୟର ସୂଚକ ବହନ କରିଥିଲା | ବିବର୍ତ୍ତନବାଦ ପୁରୋଧା ରୂପେ ଡାରଉଇନ୍ ୩ ନଭେମ୍ବେର୍ ୧୮୬୪ ଦିନ ରୟାଲ୍ ସୋସାଇଟିର କୋପଲେ ମେଡାଲ୍ ପ୍ରାପ୍ତ କରିଥିଲେ | "ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍ "ର ବିଭିନ୍ନ ଭାଷାରେ ଅନୁବାଦ କରାଯାଇଥିଲା | ଯାହାକି ସମାଜର ବିଭିନ୍ନ ବର୍ଗର ସମୁଦାୟର ଧ୍ୟାନ ଆକର୍ଷିତ କରିଥିଲା |