"ଚାର୍ଲସ ଡାରଉଇନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୪୭ କ ଧାଡ଼ି:
ଇଂଲଣ୍ଡ୍ ପ୍ରତ୍ୟାବର୍ତନ କରିବା ବେଳକୁ ଡାରଉଇନ୍ ଅନେକ ଖ୍ୟାତି ଅର୍ଜନ କରିସାରିଥିଲେ | ୧୮୩୬ ମସିହା ମଧ୍ୟ ଡିସେମ୍ବେର୍ ରେ ସେ କ୍ୟାମ୍ବ୍ରିଜ୍ ରେ ସେ ନିଜର ପତ୍ରିକା ରଚନା କରିବା ଆରମ୍ଭ କରିଥିଲେ | ଡାରଉଇନ୍ ତାଂକ ଗବେଷଣା ପାଇଁ ଜିଓଗ୍ରାଫିକାଲ୍ ସୋସାଇଟିର ସଭ୍ୟଭାବେ ନିର୍ବାଚିତ ହୋଇଥିଲେ | ଡାରଉଇନ୍ ଅନୁମାନ କରିଥିଲେ ଯେ "ଗୋଟିଏ ପ୍ରଜାତି ଅନ୍ୟ ଏକ ପ୍ରଜାତିକୁ ପରିବର୍ତିତ ହେଉଛି "| ଏହା ରିଆ ପକ୍ଷୀ ଏବଂ ମାକ୍ରୋଚେନିଆ ପ୍ରଜାତିର ଭୌଗଳିକ ବିତରଣକୁ ବୁଝାଇବାରେ ସହାୟ ହେଇଥିଲା | ଅନ୍ୟ ଏକ ପୁସ୍ତକରେ ସେ ପରିବର୍ତିତ ପରିବେଶ ସହ ଖାପଖୁଇବା ପାଇଁ ପ୍ରଜାତିର ପରିବର୍ତନ ହେଉଛି ବୋଲି ଦର୍ଶାଇଥିଲେ |ଏହା ଗାଲାପାଗୋସ କଇଁଛ, ମକିଂଗବର୍ଡ଼ ଏବଂ ରିଆ ପକ୍ଷୀ ର ପରିବର୍ତନକୁ ବୁଝାଇବାରେ ସକ୍ଷମ ହୋଇଥିଲା |
"ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍ " ପ୍ରକାଶନ ଅଭୁତପୁର୍ବ ସଫଳତା ପାଇଲା | ଡାରଉଇନ୍ ନିଜ ସିଦ୍ଧାନ୍ତ ଏହି ରୂପେ ଉପସ୍ଥାପନା କରିଥିଲେ,”ଯେହେତୁ ଅଧିକରୁ ଅଧିକ ସଂଖ୍ୟକ ପ୍ରାଣୀ ପ୍ରତ୍ୟେକ ପ୍ରଜାତି ରୁ ଜନ୍ମ ନେଉଛନ୍ତି ପ୍ରତ୍ୟେକ ପ୍ରାଣୀ ଜୀବନଯାପନ ପାଇଁ ସମାନ ପରିବେଶରେ ସଂଘର୍ଷ କରୁଛନ୍ତି (struggle for existence)|ଯଦିଓ କୌଣସି ପ୍ରାଣୀର ସାମାନ୍ୟ ଭାବରେ କୌଣସି କାର୍ଯ୍ୟରେ ଅଗ୍ର ତେବେ ସେହି ପ୍ରାଣୀର ବଂଚିବାର ସମ୍ଭାବନା ସେହି ପରିବେଶରେ ଅନ୍ୟ ମାନଂକ ଠାରୁ ଅଧିକ | ତେଣୁ ସେହି ବଛାଯାଇଥିବା ପ୍ରାଣୀ ଏକ ନୂଆ ତଥା ପରିବର୍ତିତ ରୂପ ଧାରଣ କରିବା ଦିଗରେ ଅଗ୍ରସର ହେବ (natural selection)|”
 
 
==ପୁସ୍ତକ ଉପରେ ପ୍ରତିକ୍ରିୟା==
"ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍ " ଉପରେ ଅନ୍ତର୍ଜାତିକ ପ୍ରତିକ୍ରିୟା ପ୍ରକାଶ ପାଇଲା | ଖରାପ ସ୍ଵାସ୍ଥ୍ୟ ଡାରଉଇନ୍ କୁ ସାର୍ବଜନିକ ଜନମାନସରୁ ଦୁରେଇ ରଖିଥିଲା କିନ୍ତୁ ସେ ବୈଜ୍ଞାନିକ ପ୍ରତିକ୍ରିୟା ,ସମ୍ବାଦପତ୍ର ସମୀକ୍ଷା ,ବ୍ୟଗଂ ଉପରେ ନିଜର ନଜର ରଖିଥିଲେ ଏବଂ ନିଜର ମତାମତ ପତ୍ର ମାଧ୍ୟମରେ ଉପସ୍ଥାପିତ କରିଥିଲେ | ଚର୍ଚ୍ଚ୍ ଅଫ୍ ଇଂଲଣ୍ଡ୍ ର ପ୍ରତିକ୍ରିୟା ମିଶ୍ରିତ ଥିଲା | ଡାରଉଇନିଜମ୍ ଏକ ବୈପ୍ଲବିକ ଚିନ୍ତାଧାରାରେ ପରିଚୟ ନେଲା ଯାହାକି ବିଜ୍ଞାନର ଧର୍ମ ଉପରେ ବିଜୟର ସୂଚକ ବହନ କରିଥିଲା | ବିବର୍ତ୍ତନବାଦ ପୁରୋଧା ରୂପେ ଡାରଉଇନ୍ ୩ ନଭେମ୍ବେର୍ ୧୮୬୪ ଦିନ ରୟାଲ୍ ସୋସାଇଟିର କୋପଲେ ମେଡାଲ୍ ପ୍ରାପ୍ତ କରିଥିଲେ | "ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍ "ର ବିଭିନ୍ନ ଭାଷାରେ ଅନୁବାଦ କରାଯାଇଥିଲା | ଯାହାକି ସମାଜର ବିଭିନ୍ନ ବର୍ଗର ସମୁଦାୟର ଧ୍ୟାନ ଆକର୍ଷିତ କରିଥିଲା |
 
 
==ଦେହାନ୍ତ ଏବଂ ଅନ୍ତିମ କ୍ରିୟା==
୧୮୮୨ ରେ ଡାରଉଇନ୍ ଏକ ହୃଦୟଜନିତ ରୋଗ ରେ ପୀଡିତ ଥିଲେ | ତାହାଂକ ମୃତ୍ୟୁ ୧୯ ଏପ୍ରିଲ୍ ୧୮୮୨ ମସିହାରେ 'ଡାଉନ୍ ହାଉସ୍ 'ରେ ହୋଇଥିଲା |
ଡାରଉଇନ୍ ତାହାଂକ ସମୟର ଜଣେ ମହାନ ବୈଜ୍ଞାନିକ ଥିଲେ | ଯାହାଂକ ନିକଟରେ ବୈପ୍ଲବିକ ଚିନ୍ତାଧାରା ଥିଲା | ଏହି ସମୟକୁ 'ଡାରଉଇନିଜମ୍ ର ଏକ୍ଲିପସ୍ ' କୁହାଯାଏ କାରଣ ଅନେକ ବୈଜ୍ଞାନିକ କ୍ରମାଗତ ପ୍ରଚେଷ୍ଟା ସତ୍ବେ ଅନ୍ୟ କୌଣସି ବିକଳ୍ପ ଡାରଉଇନିଜମ୍ ବିପକ୍ଷରେ ଉପସ୍ଥାପନ କରିପାରିନଥିଲେ |