"ଚାର୍ଲସ ଡାରଉଇନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୪୨ କ ଧାଡ଼ି:
==ଏଚ୍ଏମ୍ଏସ୍ ବିଗଲରେ ସାମୁଦ୍ରିକ ଯାତ୍ରା==
ଡାରଉଇନ୍ ତାଂକ ବିଖ୍ୟାତ ସାମୁଦ୍ରିକ ଯାତ୍ରା ୨୭ ଡିସେମ୍ବେର୍ ୧୮୩୧ ରେ ଆରମ୍ଭ କରିଥିଲେ | ସେ ୫ ବର୍ଷ ଭ୍ରମଣ କରିଥିଲେ | ଡାରଉଇନ୍ ୫ ବର୍ଷ ମଧ୍ୟରେ ଅନେକାଂଶ ସମୟ ଭୂତତ୍ତ୍ଵ ଏବଂ ସାମୁଦ୍ରିକ ଜୀବମାନଂକ ଉପରେ ଗବେଷଣା କରିବାରେ ଅତିବାହିତ କରିଥିଲେ | ଏହିସବୁ ବିଷୟ ପରେ ପୁସ୍ତିକା "ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍" ର ରୂପରେଖ ନେଇଥିଲା | ଏଚ୍ଏମ୍ଏସ୍ ବିଗଲ୍ ଜାହାଜ ଦକ୍ଷିଣ ଅମେରିକାର ସମୁଦ୍ରତଟ ଭ୍ରମଣ କରିଥିଲା |ଏହି ସାମୁଦ୍ରିକ ଯାତ୍ରା ଡାରଉଇନ୍ କଂ ସାମାଜିକ ,ରାଜନୈତିକ ଏବଂ ମାନବବିଜ୍ଞାନ ବିଚାରଧାରା କୁ ଅତିମାତ୍ରା ରେ ପ୍ରଭାବିତ କରିଥିଲା |
 
 
==ଗବେଷଣା==
ଇଂଲଣ୍ଡ୍ ପ୍ରତ୍ୟାବର୍ତନ କରିବା ବେଳକୁ ଡାରଉଇନ୍ ଅନେକ ଖ୍ୟାତି ଅର୍ଜନ କରିସାରିଥିଲେ | ୧୮୩୬ ମସିହା ମଧ୍ୟ ଡିସେମ୍ବେର୍ ରେ ସେ କ୍ୟାମ୍ବ୍ରିଜ୍ ରେ ସେ ନିଜର ପତ୍ରିକା ରଚନା କରିବା ଆରମ୍ଭ କରିଥିଲେ | ଡାରଉଇନ୍ ତାଂକ ଗବେଷଣା ପାଇଁ ଜିଓଗ୍ରାଫିକାଲ୍ ସୋସାଇଟିର ସଭ୍ୟଭାବେ ନିର୍ବାଚିତ ହୋଇଥିଲେ | ଡାରଉଇନ୍ ଅନୁମାନ କରିଥିଲେ ଯେ "ଗୋଟିଏ ପ୍ରଜାତି ଅନ୍ୟ ଏକ ପ୍ରଜାତିକୁ ପରିବର୍ତିତ ହେଉଛି "| ଏହା ରିଆ ପକ୍ଷୀ ଏବଂ ମାକ୍ରୋଚେନିଆ ପ୍ରଜାତିର ଭୌଗଳିକ ବିତରଣକୁ ବୁଝାଇବାରେ ସହାୟ ହେଇଥିଲା | ଅନ୍ୟ ଏକ ପୁସ୍ତକରେ ସେ ପରିବର୍ତିତ ପରିବେଶ ସହ ଖାପଖୁଇବା ପାଇଁ ପ୍ରଜାତିର ପରିବର୍ତନ ହେଉଛି ବୋଲି ଦର୍ଶାଇଥିଲେ |ଏହା ଗାଲାପାଗୋସ କଇଁଛ, ମକିଂଗବର୍ଡ଼ ଏବଂ ରିଆ ପକ୍ଷୀ ର ପରିବର୍ତନକୁ ବୁଝାଇବାରେ ସକ୍ଷମ ହୋଇଥିଲା |
"ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍ " ପ୍ରକାଶନ ଅଭୁତପୁର୍ବ ସଫଳତା ପାଇଲା | ଡାରଉଇନ୍ ନିଜ ସିଦ୍ଧାନ୍ତ ଏହି ରୂପେ ଉପସ୍ଥାପନା କରିଥିଲେ,”ଯେହେତୁ ଅଧିକରୁ ଅଧିକ ସଂଖ୍ୟକ ପ୍ରାଣୀ ପ୍ରତ୍ୟେକ ପ୍ରଜାତି ରୁ ଜନ୍ମ ନେଉଛନ୍ତି ପ୍ରତ୍ୟେକ ପ୍ରାଣୀ ଜୀବନଯାପନ ପାଇଁ ସମାନ ପରିବେଶରେ ସଂଘର୍ଷ କରୁଛନ୍ତି (struggle for existence)|ଯଦିଓ କୌଣସି ପ୍ରାଣୀର ସାମାନ୍ୟ ଭାବରେ କୌଣସି କାର୍ଯ୍ୟରେ ଅଗ୍ର ତେବେ ସେହି ପ୍ରାଣୀର ବଂଚିବାର ସମ୍ଭାବନା ସେହି ପରିବେଶରେ ଅନ୍ୟ ମାନଂକ ଠାରୁ ଅଧିକ | ତେଣୁ ସେହି ବଛାଯାଇଥିବା ପ୍ରାଣୀ ଏକ ନୂଆ ତଥା ପରିବର୍ତିତ ରୂପ ଧାରଣ କରିବା ଦିଗରେ ଅଗ୍ରସର ହେବ (natural selection)|”
 
 
== ଆଧାର ==