"ରବର୍ଟ କଚ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୪ କ ଧାଡ଼ି:
ହେନେରିକ୍ ହରମନ୍ ରବର୍ଟ କଚ୍ ହେଉଛନ୍ତି ଜଣେ ଜର୍ମାନ ଡାକ୍ତର । ଯକ୍ଷ୍ମା ବିଷୟରେ ଗୁଣାତ୍ମକ ଗବେଷଣା ପାଇଁ ୧୯୦୫ ମସିହାରେ ତାଙ୍କୁ ଶରୀରତତ୍ତ୍ୱ ବା ଆୟୁର୍ବିଜ୍ଞାନ ବିଭାଗରେ ନୋବେଲ୍ ପୁରସ୍କାର ଦିଆଯାଇଥିଲା । ଜର୍ମାନ୍ ର ହେନ୍ଭର୍ ରାଜ୍ୟର କ୍ଳାଉସ୍ଥାଲ୍ ସହରରେ ୧୮୪୩ ମସିହା ଡିସେମ୍ବର ୧୧ ତାରିଖରେ ରବର୍ଟ କଚ୍ ଜନ୍ମ ଗ୍ରହଣ କରିଥିଲେ । ବାପା ହେନେରିକ୍ ହରମନ୍ କଚ୍ ଓ ମାତା ମାଥାଇମ୍ ଜୁଲି ହେନରିଟ୍ ବିଅରିଖୱେଣ୍ଡଙ୍କ ଜନ୍ମିତ ୧୩ ପିଲାପିଲିଙ୍କ ମଧ୍ୟରୁ ରବର୍ଟ କଚ୍ ହେଉଛନ୍ତି ତୃତୀୟ ପୁତ୍ର । ୧୮୧୮ ମସିହାରେ ପ୍ରାଥମିକ ଶିକ୍ଷା ଆରମ୍ଭ କରି ପ୍ରତ୍ୟେକ ଶ୍ରେଣୀରେ ନିଜକୁ ଶ୍ରେଷ୍ଠ ଛାତ୍ର ଭାବରେ ନିଜକୁ ପ୍ରମାଣିତ କରିଥଲେ । ୧୮୬୨ ମସିହାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ମାତ୍ର ବୁଡ଼ାଜାହାଜରେ ଜଣେ ଡ଼ାକ୍ତର ଭାବରେ କାମ କରିବାକୁ ତାଙ୍କର ଇଚ୍ଛା ଥିଲା । ତେଣୁ ଗତିନ୍ଜନ୍ ବିଶ୍ୱବିଦ୍ୟାଳୟରେ ଆୟୁର୍ବିଜ୍ଞାନ ପଢ଼ି ୧୮୬୬ ମସିହାରେ ଡ଼ିଗ୍ରୀ ହାସଲ୍ କରିଥିଲେ । ୬୬ ବର୍ଷ ବୟସରେ ମେ ୨୭ ତାରିଖ, ୧୯୧୦ ମସିହାରେ ବଡ଼େନ୍-ବଡ଼େନ୍ ସହରରେ କଚ୍ ପ୍ରାଣ ତ୍ୟାଗ କରିଥିଲେ ।
 
 
{{Pi box}}
==କଚ୍ ଙ୍କ ଗବେଷଣା==
ବୀଜାଣୁ ବା ବ୍ୟାକ୍ଟେରିଆ ଉପରେ ରବର୍ଟ କଚ୍ ଗବେଷଣା କରି ଲୁଇ ପାଶ୍ଚରଙ୍କ ସୃଷ୍ଟ ବୀଜାଣୁ ବିଜ୍ଞାନକୁ ପ୍ରତିଷ୍ଟିତ କରାଇବାରେ ମୁଖ୍ୟ ଭୁମିକା ଗ୍ରହଣ କରିପାରିଥିଲେ । ଗୋଜାତି ପଶୁମାନଙ୍କ ମଧ୍ୟରେ ଆନ୍ଥ୍ରାକ୍ସ ରୋଗର ସଂକ୍ରମଣ ବିଷୟକୁ ଅନୁଧ୍ୟାନ କରି ବେସିଲସ୍ ଏନ୍ଥ୍ରାସିସ୍ ବୀଜାଣୁକୁ କଚ୍ ସଂକ୍ରମିତ ପଶୁର ରକ୍ତରୁ ଅଲଗା କରିଥିଲେ । ଏଭଲି ବୀଜାଣୁକୁ ଅବମିଶ୍ରିତ ପୋଷକରେ ବୃଦ୍ଧି କରାଯାଇଥିଲା । ଏହି ବୀଜାଣୁ ନିଜସ୍ୱ ପୋଷଦଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଅଲଗା ହୋଇ ରହିଲେ ଅକ ପ୍ରକାର କୋଷ ପେଟୀଦ୍ୱାରା ଆବୃତ ହେଉଥିବାର ଦର୍ଶାଇଥିଲେ । ବିଜାଣୁର ଏହି ଅବସ୍ଥାକୁ ଅନ୍ତର ରେଣୁ କୁହାଯାଏ । ଏଗୁଡ଼ିକ ମାଟିରେ ବହୁତ ସମୟ ପର୍ଯ୍ୟନ୍ତ ଜୀବନ୍ତ ରହିପାରନ୍ତି ଯାହାକି ଉପଯୁକ୍ତ ପରିବେଶର ଗୋଜାତୀ ପଶୁଙ୍କୁ ହଠାତ୍ ସଂକ୍ରମଣ କରେ । ଏହାଦ୍ୱାରା ମହାମାରୀ ଭାବରେ ଆନ୍ଥ୍ରାକ୍ସ ବ୍ୟାପିଯାଏ ।