"ରବର୍ଟ କଚ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
==ସଂକ୍ଷେପରେ ଜୀବନ==
ହେନେରିକ୍ ହରମନ୍ ରବର୍ଟ କଚ୍ ହେଉଛନ୍ତି ଜଣେ ଜର୍ମାନ ଡାକ୍ତର। ଯକ୍ଷ୍ମା ବିଷୟରେ ଗୁଣାତ୍ମକ ଗବେଷଣା ପାଇଁ ୧୯୦୫ ମସିହାରେ ତାଙ୍କୁ ଶରୀରତତ୍ତ୍ୱ ବା ଆୟୁର୍ବିଜ୍ଞାନ ବିଭାଗରେ ନୋବେଲ୍ ପୁରସ୍କାର ଦିଆଯାଇଥିଲା। ଜର୍ମାନ୍ ର ହେନ୍ଭର୍ ରାଜ୍ୟର କ୍ଳାଉସ୍ଥାଲ୍ ସହରରେ ୧୮୪୩ ମସିହା ଡିସେମ୍ବର ୧୧ ତାରିଖରେ ରବର୍ଟ କଚ୍ ଜନ୍ମ ଗ୍ରହଣ କରିଥିଲେ। ବାପା ହେନେରିକ୍ ହରମନ୍ କଚ୍ ଓ ମାତା ମାଥାଇମ୍ ଜୁଲି ହେନରିଟ୍ ବିୱେଣ୍ଡଙ୍କବିଅରିଖୱେଣ୍ଡଙ୍କ ଜନ୍ମିତ ୧୩ ପିଲାପିଲିଙ୍କ ମଧ୍ୟରୁ ରବର୍ଟ କଚ୍ ହେଉଛନ୍ତି ତୃତୀୟ ପୁତ୍ର। ୧୮୧୮ ମସିହାରେ ପ୍ରାଥମିକ ଶିକ୍ଷା ଆରମ୍ଭ କରି ପ୍ରତ୍ୟେକ ଶ୍ରେଣୀରେ ନିଜକୁ ଶ୍ରେଷ୍ଠ ଛାତ୍ର ଭାବରେ ନିଜକୁ ପ୍ରମାଣିତ କରିଥଲେ। ୧୮୬୨ ମସିହାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ମାତ୍ର ବୁଡ଼ାଜାହାଜରେ ଜଣେ ଡ଼ାକ୍ତର ଭାବରେ କାମ କରିବାକୁ ତାଙ୍କର ଏଚ୍ଛା ଥିଲା। ତେଣୁ ଗତିନ୍ଜନ୍ ବିଶ୍ୱବିଦ୍ୟାଳୟରେ ଆୟୁର୍ବିଜ୍ଞାନ ପଢ଼ି ୧୮୬୬ ମସିହାରେ ଡ଼ିଗ୍ରୀ ହାସଲ୍ କରିଥିଲେ। ୬୬ ବର୍ଷ ବୟସରେ ମେ ୨୭ ତାରିଖ, ୧୯୧୦ ମସିହାରେ ବଡ଼େନ୍-ବଡ଼େନ୍ ସହରରେ କଚ୍ ପ୍ରାଣ ତ୍ୟାଗ କରିଥିଲେ।
<br />
==କଚ୍ ଙ୍କ ଗବେଷଣା==
୬ କ ଧାଡ଼ି:
ରବର୍ଟ କଚ୍ ୧୮୮୩ ମସିହାରେ ଫ୍ରାନ୍ସ ଗବେଷକମାନଙ୍କ ସହିତ ମିଶି ହଇଜା ରୋଗ ବିଷୟରେ ଗବେଷଣା କରିଥିଲେ ଏବଂ ଏହି ରୋଗ କରୁଥିବା ବିଜାଣୁକୁ ଛ୍ନଟ କରିଥିଲେ। ସେ ସମୟରେ ବଳବତ୍ତର ଥିବା ମିଆଜ୍ମା ତତ୍ତ୍ୱ ପାଇଁ ଏଭଳି ଆବିଷ୍କାରକୁ ଗୁରୁତ୍ୱ ଦିଆଯାଏନଥିଲା।<br />
ଯକ୍ଷ୍ମା ରୋଗ ଘଟାଉଥିବା ବୀଜାଣୁ ମାଇକୋବ୍ୟାକ୍ଟେରିଅମ୍ ଟ୍ୟୁବେକୁଲେସିସ୍ କୁ ୧୮୮୨ ମସିହାରେ କଚ୍ ଆବିଷ୍କାର କରାଇଥିଇଲେ ଓ ରୋଗୀ ଦେହରୁ ବୀଜାଣୁ ପୃଥକ୍ କରି ଅବମିଶ୍ରିତ ପୋଷକ ତିଆରି କରିପାରିଥିଲେ। ସେ ବ୍ୟବହାର କରିଥିବା ଅଗର୍ ପ୍ଲେଟ୍ ପଦ୍ଧତି ଆଜି ମଧ୍ୟ ବିଜ୍ଞାନ ପ୍ରୟୋଗଶାଳାରେ ବ୍ୟବହାର କରାଯାଉଛି।<br />
"ବୀଜିଣୁ ହିଁ ରୋଗର କାରକ" ମତବାଦର ରବର୍ଟ କଚ୍ ଥିଲେ ଉଦ୍ୟକ୍ତା। ତାଙ୍କ ଦ୍ୱାରା ପ୍ରଣିତ "କଚ୍ ଙ୍କ ସ୍ୱୀକାର୍ଯ୍ୟ ତଥ୍ୟ" ହିଁ କଚ୍ ଙ୍କୁ ନୋବେଲ୍ ପୁରସ୍କାର ଜିତାଇ ଥିଲା। ତଥ୍ୟର ମୁଖ୍ୟ ବିଷୟ: ରୋଗଗ୍ରସ୍ତ ଜୀବଠାରେ ବହୁ ପରମାଣୁର ସନ୍ଧାନ ମିଳେ। ସୁସ୍ଥ ଜୀବ ପାଖରେ ତାହା ନଥାଏ। ଅଣୁଜୀବକୁ ରୋଗୀଙ୍କ ପାଖରୁ ଅଲଗା କରି ଅବମିଶ୍ରିତ ପୋଷକରେ ବଢ଼ାଇ ହେବ। ଏଭଳି ପୋଷକ ଅଣୁଜୀବକୁ ସୁସ୍ଥ ଜୀବ ଦେହକୁ ପ୍ରବେଶ କରାଇଲେ ତା' ଦେହରେ ସେହି ରୋଗ ଦେଖାଦିଏ।<br />
୧୮୯୮ ମସିହାରେ ପୃସିଆରେ ନୁଆ ଭାବରେ ଗଢ଼ା ଯାଇଥିବା ସଂକ୍ରାମକ ରୋଗ ପ୍ରତିଷ୍ଠାନର କଚ୍ ପ୍ରଥମ ନିର୍ଦ୍ଦେଶକ ହୋଇଥିଲେ। ଏହି ପ୍ରତିଷ୍ଠାନଟି ପରବତ୍ତୀ କାଳରେ ରବର୍ଟ କଚ୍ ପ୍ରତିଷ୍ଠାନ ଭାବରେ ନାମିତ ହୋଇଥିଲା।