"ରବର୍ଟ କଚ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"==ସଂକ୍ଷେପରେ ଜୀବନ== ହେନେରିକ୍ ହରମନ୍ ରବର୍ଟ କଚ୍ ହେଉ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୨ କ ଧାଡ଼ି:
ହେନେରିକ୍ ହରମନ୍ ରବର୍ଟ କଚ୍ ହେଉଛନ୍ତି ଜଣେ ଜର୍ମାନ ଡାକ୍ତର। ଯକ୍ଷ୍ମା ବିଷୟରେ ଗୁଣାତ୍ମକ ଗବେଷଣା ପାଇଁ ୧୯୦୫ ମସିହାରେ ତାଙ୍କୁ ଶରୀରତତ୍ତ୍ୱ ବା ଆୟୁର୍ବିଜ୍ଞାନ ବିଭାଗରେ ନୋବେଲ୍ ପୁରସ୍କାର ଦିଆଯାଇଥିଲା। ଜର୍ମାନ୍ ର ହେନ୍ଭର୍ ରାଜ୍ୟର କ୍ଳାଉସ୍ଥାଲ୍ ସହରରେ ୧୮୪୩ ମସିହା ଡିସେମ୍ବର ୧୧ ତାରିଖରେ ରବର୍ଟ କଚ୍ ଜନ୍ମ ଗ୍ରହଣ କରିଥିଲେ। ବାପା ହେନେରିକ୍ ହରମନ୍ କଚ୍ ଓ ମାତା ମାଥାଇମ୍ ଜୁଲି ହେନରିଟ୍ ବିୱେଣ୍ଡଙ୍କ ଜନ୍ମିତ ୧୩ ପିଲାପିଲିଙ୍କ ମଧ୍ୟରୁ ରବର୍ଟ କଚ୍ ହେଉଛନ୍ତି ତୃତୀୟ ପୁତ୍ର। ୧୮୧୮ ମସିହାରେ ପ୍ରାଥମିକ ଶିକ୍ଷା ଆରମ୍ଭ କରି ପ୍ରତ୍ୟେକ ଶ୍ରେଣୀରେ ନିଜକୁ ଶ୍ରେଷ୍ଠ ଛାତ୍ର ଭାବରେ ନିଜକୁ ପ୍ରମାଣିତ କରିଥଲେ। ୧୮୬୨ ମସିହାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ମାତ୍ର ବୁଡ଼ାଜାହାଜରେ ଜଣେ ଡ଼ାକ୍ତର ଭାବରେ କାମ କରିବାକୁ ତାଙ୍କର ଏଚ୍ଛା ଥିଲା। ତେଣୁ ଗତିନ୍ଜନ୍ ବିଶ୍ୱବିଦ୍ୟାଳୟରେ ଆୟୁର୍ବିଜ୍ଞାନ ପଢ଼ି ୧୮୬୬ ମସିହାରେ ଡ଼ିଗ୍ରୀ ହାସଲ୍ କରିଥିଲେ।
<br />
ବିଜାଣୁ ବା ବ୍ୟାକ୍ଟେରିଆ ଉପରେ ରବର୍ଟ କଚ୍ ଗବେଷଣା କରି ଲୁଇ ପାଶ୍ଚରଙ୍କ ସୃଷ୍ଟ ବିଜାଣୁ ବିଜ୍ଞାନକୁ ପ୍ରତିଷ୍ଟିତ କରାଇବାରେ ମୁଖ୍ୟ ଭୁମିକା ଗ୍ରହଣ କରିପାରିଥିଲେ। ଗୋଜାତି ପଶୁମାନଙ୍କ ମଧ୍ୟରେ ଆନ୍ଥ୍ରାକ୍ସ ରୋଗର ସଂକ୍ରମଣ ବିଷୟକୁ ଅନୁଧ୍ୟାନ କରି ବେସିଲସ୍ ଏନ୍ଥ୍ରାସିସ୍ ବିଜାଣୁକୁ କଚ୍ ସଂକ୍ରମିତ ପଶୁର ରକ୍ତରୁ ଅଲଗା କରିଥିଲେ। ଏଭଲି