"ପୁରୁଷୋତ୍ତମ ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
{{ତିଆରି ଚାଲିଛି}}
'''ପୁରୁଷୋତ୍ତମ ନାୟକ''' (୧୯୧୧ ମାର୍ଚ୍ଚ ୯ - ୨୦୧୪ ମସିହା ମାର୍ଚ୍ଚ ୧୬) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ [[ଓଡ଼ିଶା]]ର ଜନ୍ମିତ ହୋଇଥିଲେ । ୧୯୩୪ରେ [[ମହାତ୍ମା ଗାନ୍ଧୀ]]ଙ୍କ ସହ ମିଶି ସେ ଓଡ଼ିଶା ପଦଯାତ୍ରା କରିଥିଲେ । ବିଭିନ୍ନ ଜନସଭାରେ ଯୋଗଦେଇ [[ଭାରତୀୟ ଜାତୀୟ କଂଗ୍ରେସ]]ର ନୀତି ଓ ସ୍ୱାଧୀନତା ସଂଗ୍ରାମ ସମ୍ବନ୍ଧରେ ଜ୍ଞାନ ଆହରଣ କରିଥିଲେ । ଗାନ୍ଧିଙ୍କ ସଙ୍ଗେ ମିଶି ସେ [[ସ୍ୱଦେଶୀ ଆନ୍ଦୋଳନ]]ରେ ଅଂଶ ଗ୍ରହଣ କରିଥିଲେ । ୧୯୪୦ ମସିହାରେ ଗାନ୍ଧିଙ୍କ ଆହ୍ୱାନରେ ସେ ବ୍ୟକ୍ତିଗତ ସତ୍ୟାଗ୍ରହରେ ସାମିଲ ହୋଇ ପ୍ରଥମେ ୩ ମାସ, ଦ୍ୱିତୀୟ ଥର ୫ ମାସ ଓ ତୃତୀୟ ଥର ୬ ମାସ ଧରି କାରାଦଣ୍ଡ ଭୋଗିଥିଲେ । ୧୯୪୨ ମସିହାରେ [[ଭାରତ ଛାଡ଼ ଆନ୍ଦୋଳନ]]ରେ ଯୋଗଦେଇ ଗିରଫ ପରୱାନାକୁ ଏଡ଼ାଇବା ପାଇଁ ସେ ଆତ୍ମଗୋପନ କରିଥିଲେ । ୧୯୪୯ରେ [[ଫୋର୍ଡ଼ ଫାଉଣ୍ଡେସନ ଯୋଜନା, ୧୯୪୯|ଫୋର୍ଡ଼ ଫାଉଣ୍ଡେସନ ଯୋଜନା]]ରେ ଗଠିତ କମିଟିର ସଭାପତି ଦାୟୀତ୍ୱ ତୁଲାଇଥିଲେ । ଏଥି ସହିତ ୧୨ବର୍ଷ ପାଇଁ [[କଟକ ଜିଲ୍ଲା କଂଗ୍ରେସ କମିଟି]]ର ସମ୍ପାଦକ ଓ ୧୯୫୩-୧୯୫୬ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ାର ବିଧାୟକ ଥିଲେ । ୧୯୫୮-୧୯୬୨ ପର୍ଯ୍ୟନ୍ତ ଡେରାବିଶ ପଞ୍ଚାୟତ ସମିତି ସଭାପତି, ୧୯୫୯-୬୯ ପର୍ଯ୍ୟନ୍ତ [[ଓଡ଼ିଶା ଝୋଟ ବାଣିଜ୍ୟ ସମବାୟ ସମିତି]]ର ସଭାପତି, ୧୯୫୮-୭୩ ପର୍ଯ୍ୟନ୍ତ [[କେନ୍ଦ୍ରାପଡ଼ା ପାୱାରଲୁମ ସମବାୟ ସମିତି]], ୮ ବର୍ଷ ଧରି [[ଅଖିଳ ଭାରତ ସ୍ୱାଧୀନତା ସଂଗ୍ରାମୀ ସମିତି]]ର ଉପସଭାପତି, ୬ବର୍ଷ ଧରି [[ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି]]ର ସଭାପତି ଓ [[ରାଜ୍ୟ ଭୂଦାନ ଯଜ୍ଞ ସମିତି]]ର ସରକାରୀ ମନୋନୀତ ସଭ୍ୟ ଥିଲେ । <ref name=samaja1>{{cite news|title=ଶତାୟୁ ସଂଗ୍ରାମୀ ପୁରୁଷୋତ୍ତମ ନାୟକ ଆଉ ନାହାନ୍ତି|url=http://samajaepaper.com/epaper/svww_singleview.php?page=4&section=20141117a_004101#|accessdate=୧୭ ନଭେମ୍ବର ୨୦୧୪|newspaper=ସମାଜ|date=୧୭ ନଭେମ୍ବର ୨୦୧୪}}</ref>
 
== ଜୀବନୀ ==
=== ପାରିବାରିକ ===
ନାୟକ ୧୯୧୧ ମାର୍ଚ୍ଚ ୯ ତାରିଖରେ [[କେନ୍ଦ୍ରାପଡ଼ା ଜିଲ୍ଲା]] [[ଡେରାବିଶ ପଞ୍ଚାୟତ ସମିତି]] [[ସନ୍ଥପୁରା]] ଗ୍ରାମରେ ପିତା କୃଷ୍ଣଚନ୍ଦ୍ର ନାୟକ ଔରସରୁ ଓ ମାତା ମାଳତୀ ଦେବୀଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ । ବାପା ମା’ଙ୍କ ୫ ଜଣ ସନ୍ତାନଙ୍କ ମଧ୍ୟରୁ ସେ ଦ୍ୱିତୀୟ ସନ୍ତାନ । ବାଲ୍ୟକାଳରୁ ସେ [[ଭାରତର ସ୍ୱାଧୀନତା ସଂଗ୍ରାମ]]ରେ ଭାଗ ନେଇଥିଲେ । ତାଙ୍କ ବଡ଼ ପୁଅ ନିରଞ୍ଜନ ଏବଂ ସାନ ପୁଅ ବିଚିତ୍ରାନନ୍ଦ । ୨୦୧୪ ମସିହା ନଭେମ୍ବର ୧୬ ତାରିଖରେ [[କଟକ]] [[ଶ୍ରୀରାମଚନ୍ଦ୍ର ଭଞ୍ଜ ଡାକ୍ତରଖାନା]]ରେ ୧୦୪ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିଲା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ [[ତୋପ ସଲାମି]] ଦେଇ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । <ref name=samaja1/>
 
== ଆଧାର ==
{{ଆଧାର}}