"ମାଣବସା ଗୁରୁବାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନାମକରଣ+
୩୫ କ ଧାଡ଼ି:
ଏହି ପର୍ବ ସମାନ ବିଧିରେ ଓଡ଼ିଶାର ବିଭିନ୍ନ ଆଦିବାସୀ ସମାଜରେ ମଧ୍ୟ ପାଳିତ ହୋଇଥାଏ । [[ସାନ୍ତାଳ]]ମାନେ "ଇରୁ ମାମଣେ", [[ଭୂୟାଁ]]ମାନେ "ମଗୁଶୀର ଗୁରୁବାର ହଲବା", [[ହୋ]] ଓ [[ଓମାନାତ୍ୟା]]ମାନେ ଲକ୍ଷ୍ମୀ ପୂଜା କରିଥାନ୍ତି । ଏହି ସମୟରେ ସନ୍ତାନସନ୍ତତି ନଥିବା ନାରୀମାନେ ସନ୍ତାନ ଆଶାରେ [[କାଞ୍ଜି ଅଁଳା]] ବା"ଶୁଖୁଆ ବୋହୁ" ବା "ଷଠି ଓଷା" କରିଥାନ୍ତି । <ref>{{cite book|last=କାନୁନ୍‌ଗୋ|first=ପଞ୍ଚାନନ|title=ସଂସ୍କୃତି ବୈଭବ|date=୨୦୧୪}}</ref>
 
== ଭୋଗ ନୈବେଦ୍ୟ ==
ପୂଜା କାଳରେ ଧୂପ, ଦୀପ ଓ ନୈବେଦ୍ୟ ଆଦି ଅର୍ପଣ କରାଯାଏ ଲକ୍ଷ୍ମୀଙ୍କ ପାଖରେ । ପିଠାପଣା ଓ ଫଳମୂଳ ଭୋଗ ([[କଦଳୀ]], ଛେନା, [[ନଡ଼ିଆ]], ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ) ଲକ୍ଷ୍ମୀଙ୍କ ପାଖରେ ଲଗାଯାଏ ।<ref>{{cite web |url= http://www.traveladda.com/east_india/orissa/fairs_and_festivals/lakshmi_puja.html |title=Orissa Lakshmi Puja, Lakshmi Puja in Orissa, Manabasa Gurubar in orissa |first= |last=|work=traveladda.com |quote=the floors are bedecked with stunning floral designs. These unique designs are known as Jhoti. |accessdate=6 December 2012}}</ref> ଏଥି ସହିତ [[ମଣ୍ଡା]] ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ ରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ । ୨ୟ ଗୁରୁବାରରେ [[ଚିତଉ]]ପିଠା, [[ଦହିକାଲୁଆ]], ୩ୟରେ [[ଖେଚୁଡ଼ି]]-[[ଡାଲମା]] ଏବଂ ୪ର୍ଥରେ [[ମଣ୍ଡା]]ପିଠା ଭୋଗ ଲାଗି ହୋଇଥାଏ।
 
ମାର୍ଗଶିର ମାସ ଶେଷରେ [[ମାଘ]]ମାସର କୌଣସି ଏକ ଗୁରୁବାରରେ ବ୍ରତ ସାରି ଉଜୁଆ ଯାଏ । ଏହି ଦିନ ପୂର୍ବଭଳି ସମସ୍ତ ନୀତିରେ ମାଣ ବସାଇ ମଣ୍ଡା ପିଠା ଓ [[ଖିରି]] ଭୋଗ କରାଯାଏ । ସଞ୍ଜ ଭୋଗ ପରେ ସେହି ମାଣରେ ଥିବା ଧାନକୁ ଆଉ ଏକ ଜାଗାରେ ଅଜାଡ଼ି ରଖାଯାଏ । ପୂଜାର ଅନ୍ୟ ସମସ୍ତ ସଜକୁ ସହକାରେ ନେଇ ପୋଖରୀ ଆଦି ଜଳାଶୟରେ ବିସର୍ଜନ କରାଯାଏ । ପୂଜାରେ ବ୍ୟବହୃତ ଧାନକୁ କୁଟି ସେହି ଚାଉଳରେ ଖିରି ବା ଜାଉ ରାନ୍ଧି କେବଳ ଘର ଲୋକଙ୍କ ମଧ୍ୟରେ ଖିଆଯାଏ । ଏହିପରି ଲକ୍ଷ୍ମୀଙ୍କୁ ଆବାହନ କରିବାଠାରୁ ବିସର୍ଜନ କରାଯିବା ପର୍ଯ୍ୟନ୍ତ ସମସ୍ତ ବିଧି ବିଧାନକୁ ପାଳନ କରି ଘରର ବିବିଧ ଉନ୍ନତି କାମନା କରାଯାଏ ।<ref name=ov>{{cite web|title=ମାଣବସା ଗୁରୁବାର|url=http://www.odishaviews.com/%E0%AC%AE%E0%AC%BE%E0%AC%A3%E0%AC%AC%E0%AC%B8%E0%AC%BE-%E0%AC%97%E0%AD%81%E0%AC%B0%E0%AD%81%E0%AC%AC%E0%AC%BE%E0%AC%B0/|publisher=Odishaviews.com|accessdate=13 November 2014}}</ref>
 
== ଅଧିକ ପଠନ ==