"ବିଶ୍ୱନାଥ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୫ କ ଧାଡ଼ି:
 
== ସମାଜସେବା ==
ପ୍ରଥମେ ସେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ପାଈଁ ଆନ୍ଦୋଳନରେ ସାମିଲ ହେଲେ । ପରେ '''ବନବାସୀ ସେବା ସମିତି'''ରେ କାମ କରି ବିକାଶ ମୂଳକ କାମରେ ମନଦେଲେ । ସମିତି ଦ୍ବାରା ଆଦିବାସୀ ପିଲାଙ୍କ ନିମନ୍ତେ ବୋର୍ଡିଙ୍ଗ ବିଦ୍ୟାଳୟସବୁ ଏବଂ ବୃଦ୍ଧାଶ୍ରମମାନ ସ୍ଥାପନ କରାଗଲା । ସେ କୁଜେନ୍ଦ୍ରି ଓ ବାଲିଗୁଡା ଅଞ୍ଚଳରେ ଆଦିବାସିଙ୍କ ବିକାଶ ନିମନ୍ତେ ମନପ୍ରାଣ ଲଗାଇ କାମକଲେ । ତାଙ୍କର ନିଃସ୍ଵାର୍ଥପର ସେବାରେ ଅଭିଭୂତ ଆଦିବାସୀଙ୍କ ଗହଣରେ ସେ '''ଆଜ୍ଞା''' ନାମରେ ଖ୍ୟାତ ଥିଲେ । ଆଚାର୍ଯ୍ୟ [[ବିନୋବା ଭାବେ]]ଙ୍କ ଭୂଦାନ ଆନ୍ଦୋଳନରେ ନିଜକୁ ସାମିଲ କରି, ଗୋପବନ୍ଧୁ ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲାରେ ଭୂଦାନ ଆନ୍ଦୋଳନର ନେତୃତ୍ଵ ନେଲେ ବିଶ୍ଵନାଥ ପଟ୍ଟନାଯକ<ref>[http://orissa.gov.in/e-magazine/Orissareview/2012/August/engpdf/45-48.pdf " ଓଡିଶା ରିଭ୍ୟୁ- ଅଗଷ୍ଟ,୨୦୧୨"] ଓଡିଶା ରିଭ୍ୟୁ-ଅଗଷ୍ଟ,୨୦୧୨ରେ ପ୍ରକାଶିତ ଶ୍ରୀ ରଘୁନାଥ ରଥଙ୍କ ଏକ ଲେଖା</ref><ref>[http://orissa.gov.in/e-magazine/Orissareview/2013/Feb-Mar/engpdf/feb-march-or-13.pdf "Odisha Review, February - March - 2013,ପୃଷ୍ଠା-୧୧୦"]</ref><ref>[http://orissa.gov.in/e-magazine/Orissareview/2013/Feb-Mar/engpdf/110-116.pdf "Orissareview/2013/Feb-Mar"]</ref> । କୋରାପୁଟ ଜିଲ୍ଲାରେ ଖଦୀ ଆନ୍ଦୋଳନକୁ ଲୋକପ୍ରିୟ କରିବାରେ ସେ ସଫଳ ହେଲେ । ଅସ୍ପୃଶ୍ୟତା ବିରୋଧରେ ଲଢି ଏବଂ ଖଦୀ ଆନ୍ଦୋଳନକୁ ଲୋକପ୍ରିୟ କରି ସେ "'''କୋରାପୁଟିଆ ଗାନ୍ଧୀ'''" <ref>[http://www.thehindu.com/todays-paper/tp-national/tp-otherstates/koraput-gandhi-cremated/article738031.ece " ଦି ହିନ୍ଦୁ "] ଦି ହିନ୍ଦୁ-ମାର୍ଚ୍ଚ ୩୧,୨୦୧୦ରେ ପ୍ରକାଶିତ ଏକ ଲେଖା</ref>ନାମରେ ଖ୍ୟାତ ହେଲେ । ୯୩ ବର୍ଷରେ ତାଙ୍କର ଦେହାନ୍ତ ହେଲ। ।
 
== ପୁରସ୍କାର ==