"କୃଷ୍ଣଚନ୍ଦ୍ର ବକ୍ସିପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
No edit summary
୨୪ କ ଧାଡ଼ି:
ଶ୍ରୀ କୃଷ୍ଣଚନ୍ଦ୍ର ବକ୍ସିପାତ୍ରଙ୍କ ଜନ୍ମ ହୁଏ ୧୯୨୭ ମସିହା ମେ ମାସ ୬ ତାରିଖ ଦିନ ତାଙ୍କ ମାମୁଁଘର ପାରଳାଖେମୁଣ୍ଡିଠାରେ । ପିଲାଟି ଦିନରୁ ସେ ଧୀରସ୍ଥିର ପ୍ରକୃତିର ଥିଲେ । ପ୍ରାଇମେରୀ ଶିକ୍ଷା [[ରାୟଗଡ଼ା]]ରେ ସମାପନ କରି ସେ [[ଗୁଣୁପୁର]]ରେ ହାଇସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ପାରଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ ସ୍ନାତକ (ବି.ଏ) ପର୍ୟ୍ୟନ୍ତ ପଢିଥିଲେ । ଛାତ୍ର ଜୀବନରୁ ସେ ଭାରତୀୟ ଜାତୀୟ କଂଗ୍ରେସ ପ୍ରତି ଅନୁରକ୍ତ ଥିଲେ । ୧୯୪୩ ମସିହା ଅପ୍ରେଲ୍ ମାସରେ କୁନ୍ତଳା କୁମାରୀଙ୍କ ସହ ତଙ୍କର ବାଲ୍ୟ ବିବାହ ହୋଇଥିଲା ।
==ସମାଜ ସେବା==
୧୯୪୮ରେ ବି.ଏ. ପାସ୍‌ ପରେ ସେ ବି.ଏଲ୍. ପଢିଲେ । ସ୍ନାତକ ଶିକ୍ଷା ପରେ ୧୯୫୦ ରୁ ୧୯୫୨ ସେ [[ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ]] ରେ ଅବୈତନିକ ଶିକ୍ଷକ ରୁପେ ଶିକ୍ଷାଦାନ କରିଥିଲେ । ତାପରେ ସେ ଦେଲେ ଓ.ଏ.ଏସ୍. ପରୀକ୍ଷା । ବାପାଙ୍କ ସ୍ଵାଭିମାନକୁ ସମ୍ମାନ ଜଣାଇ ସେ ଚାକିରିର ମୋହରୁ ନିଜକୁ ଦୂରେଇ ରଖିଲେ ଏବଂ ଜନସେବାରେ ନିଜକୁ ନିୟୋଜିତ କଲେ । ସେତେବେଲେ [[ବିଶ୍ଵନାଥ ପଟ୍ଟନାୟକ]] କୁଜେନ୍ଦ୍ରିରେ ରହି ସ୍ଵାଧୀନତା ଆନ୍ଦୋଳନରେ ଭାଗ ନେଇଥାନ୍ତି । କୃଷ୍ଣଚନ୍ଦ୍ର ତାଙ୍କ ପ୍ରତ୍ୟକ୍ଷ ସଂପର୍କରେ ଆସିଲେ । ୧୯୪୨ ମସିହାରେ ସେ ଭାରତଛାଡ ଆନ୍ଦୋଳନରେ ଭାଗ ନେଇ ସେ ଜେଲ୍‌ ଯାଇଥିଲେ । କୃଷକ ସମାଜର ଏକ ଅଗ୍ରଣୀ ନେତା ଭାବେ ସେ ବହୁ ଜନହିତକର କାର୍ଯ୍ୟ କରିଯାଇଛନ୍ତି । ୧୯୫୪ରୁ ୧୯୬୨ ପର୍ଯ୍ୟନ୍ତ ସେ ରାୟଗଡ଼ା ପୌର କାଉନ୍‌ସିଲର୍‌ ଥିଲେ । ସେ ରାୟଗଡ଼ା କଲେଜର ସଂସ୍ଥାପକ ସଦସ୍ୟ ଭାବେ ୧୯୬୬ରୁ ୧୯୭୫,୧୯୭୯ରୁ ୧୯୮୩, ୧୯୮୩ ରୁ ୧୯୮୮, ୧୯୮୮ରୁ ୧୯୯୩ ଓ ୧୯୯୩ରୁ ୨୦୦୨ ପର୍ଯ୍ୟନ୍ତ ରହିଥିଲେ ଏବଂ ରାୟଗଡ଼ା ମହବିଦ୍ୟାଳୟ ସ୍ଵୟଂଶାସିତ ହେବା ପଛରେ ତାଙ୍କରି ଭୂମିକା ମୂଖ୍ୟ ଥିଲା । ରାୟଗଡ଼ା ସହରରେ ସେ ଜନପ୍ରିୟ ଥିଲେ ଏବଂ ଚାରିଥର ରାୟଗଡ଼ା ମୁନିସିପାଲିଟିର ଅଧ୍ୟକ୍ଷଭାବେ ନିର୍ବଚିତ ହୋଇଥିଲେ<ref>[http://www.orissadiary.com/CurrentNews.asp?id=52654 "ଓଡିଶା ଡାଏରୀ ଡଟ୍‌ କମ୍‌" ରେ ପ୍ରକାଶିତ]</ref><ref>[http://www.dailypioneer.com/state-editions/bhubaneswar/bjd-sweeps-rgada-polls-dalit-votes-go-to-cong.html "dailypioneer.com"]</ref> । ଦୀର୍ଘ ସମୟ ଧରି ଉତ୍କଳ ସମ୍ମିଳନୀ, ରାୟଗଡ଼ା ଶାଖାର ସଭାପତି ଦାୟୀତ୍ଵରେ ରହିଥିଲେ ସେ । ପରିଶେଷରେ ସେ ତା.୧୦.୦୨.୨୦୧୦ ରିଖ ଦିନ ୮୩ ବର୍ଷ ବୟସରେ ଇହଧାମ ତ୍ୟାଗ କରିଥିଲେ ।
== ପଦ ପଦବୀ ==
* ଉତ୍କଳ ସମ୍ମିଳନୀର ଜିଲ୍ଲା ସଭପତି (ରାୟଗଡ଼ା),