"କୃଷ୍ଣଚନ୍ଦ୍ର ବକ୍ସିପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୨ କ ଧାଡ଼ି:
କୃଷ୍ଣଚନ୍ଦ୍ର ବକ୍ସିପାତ୍ର ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ ସମାଜସେବୀ । ଉତ୍କଳ ସମ୍ମିଳନୀର ପୂର୍ବତନ ଜିଲ୍ଲା ସଭାପତି ତଥା [[ରାୟଗଡ଼ା]] ର ପୂର୍ବତନ ନଗରପାଳ ଭାବେ ରାୟଗଡାର ସର୍ବାଙ୍ଗୀନ ବିକାଶରେ ତାଙ୍କର ଅନେକ ଅବଦାନ ରହିଛି<ref>[http://www.orissadiary.com/CurrentNews.asp?id=52654 "ଓଡିଶା ଡଏରୀ ଡଟ୍‌ କମ୍‌" ରେ ପ୍ରକାଶିତ]</ref>।
== ଜୀବନ କାଳ ==
କୃଷ୍ଣଚନ୍ଦ୍ର ବକ୍ସିପାତ୍ରଙ୍କ ଜନ୍ମ ହୁଏ ୧୯୨୭ ମସିହା ମେ ମାସ ୬ ତାରିଖ ଦିନ ତାଙ୍କ ମାମୁଁଘର ପାରଳାଖେମୁଣ୍ଡିଠାରେ । ପିଲାଟି ଦିନରୁ ସେ ଧୀରସ୍ଥିର ପ୍ରକୃତିର ଥିଲେ । ପ୍ରାଇମେରୀ ଶିକ୍ଷା ରାୟଗଡ଼ାରେ ସମାପନ କରି ସେ ପାରଳାଖେମୁଣ୍ଡିଠାରେପାରଳାଖେମୁଣ୍ଡିରେ ସ୍ନାତକ (ବି.ଏ) ପର୍ୟ୍ୟନ୍ତ ପଢିଥିଲେ । ଛାତ୍ର ଥିବାବେଳେ ସେ ବିଭିନ୍ନ ସ୍ଵାଧୀନତା ସଂଗ୍ରାମୀଙ୍କ ସଭା ସମିତିକୁ ସେ ଯାଉଥିଲେ । ୧୯୪୮ରେ ବି.ଏ. ପାସ୍‌ ପରେ ସେ ବି.ଏଲ୍. ପଢିଲେ । ସ୍ନାତକ ଶିକ୍ଷା ପରେ ୧୯୫୦ ରୁ ୧୯୫୨ ସେ [[ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ]] ରେ ଅବୈତନିକ ଶିକ୍ଷକ ରୁପେ ଶିକ୍ଷାଦାନ କରିଥିଲେ । ତାପରେ ସେ ଦେଲେ ଓ.ଏ.ଏସ୍. ପରୀକ୍ଷା । ବାପାଙ୍କ ସ୍ଵାଭିମାନକୁ ସମ୍ମାନ ଜଣାଇ ସେ ଚାକିରିର ମୋହରୁ ନିଜକୁ ଦୂରେଇ ରଖିଲେ ଏବଂ ଜନସେବାରେ ନିଜକୁ ନିୟୋଜିତ କଲେ । ସେତେବେଲେ [[ବିଶ୍ଵନାଥ ପଟ୍ଟନାୟକ]] କୁଜେନ୍ଦ୍ରିରେ ରହି ସ୍ଵାଧୀନତା ଆନ୍ଦୋଳନରେ ଭାଗ ନେଇଥାନ୍ତି । କୃଷ୍ଣଚନ୍ଦ୍ର ତାଙ୍କ ପ୍ରତ୍ୟକ୍ଷ ସଂପର୍କରେ ଆସିଲେ ।
 
== ପଦ ପଦବୀ ==