"ବିଶ୍ୱନାଥ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ ଶୁଦ୍ଧି
ଟିକେ ବନାନ ଶୁଦ୍ଧି
୩୫ କ ଧାଡ଼ି:
 
== ସମାଜସେବା ==
ପ୍ରଥମେ ସେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ପାଈଁ ଆନ୍ଦୋଳନରେ ସାମିଲ ହେଲେ । ପରେ '''ବନବାସୀ ସେବା ସମିତି'''ରେ କାମ କରି ବିକାଶ ମୂଳକ କାମରେ ମନଦେଲେ । ସମିତି ଦ୍ବାରା ଆଦିବାସୀ ପିଲାଙ୍କ ନିମନ୍ତେ ବୋର୍ଡିଙ୍ଗ ବିଦ୍ୟାଳୟସବୁ ଏବଂ ବୃଦ୍ଧାଶ୍ରମମାନ ସ୍ଥାପନ କରାଗଲା । ସେ କୁଜେନ୍ଦ୍ରି ଓ ବାଲିଗୁଡା ଅଞ୍ଚଳରେ ଆଦିବାସିଙ୍କ ବିକାଶ ନିମନ୍ତେ ମନପ୍ରାଣ ଲଗାଇ କାମକଲେ । ତାଙ୍କର ନିଃସ୍ଵାର୍ଥପର ସେବାରେ ଅଭିଭୂତ ଆଦିବାସୀଙ୍କ ଗହଣରେ ସେ '''ଆଜ୍ଞା''' ନାମରେ ଖ୍ୟାତ ଥିଲେ । ଆଚାର୍ଯ୍ୟ [[ବିନୋବା ଭାବେ]]ଙ୍କ ଭୂଦାନ ଆନ୍ଦୋଳନରେ ନିଜକୁ ସାମିଲ କରି, ଗୋପବନ୍ଧୁ ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲାରେ ଭୂଦାନ ଆନ୍ଦୋଳନର ନେତୃତ୍ଵ ନେଲେ ବିଶ୍ଵନାଥ ପଟ୍ଟନାଯକ । କୋରାପୁଟ ଜିଲ୍ଲାରେ ଖଦୀ ଆନ୍ଦୋଳନକୁ ଲୋକପ୍ରିୟ କରିବାରେ ସେ ସଫଳ ହେଲେ । ଅସ୍ପୃଶ୍ୟତା ବିରୋଧରେ ଲଢି ଏବଂ ଖଦୀ ଆନ୍ଦୋଳନକୁ ଲୋକପ୍ରିୟ କରି ସେ "କୋରାପୁଟିଆ ଗାନ୍ଧୀ" ନାମରେ ଖ୍ୟାତ ହେଲେ । ୯୩ ବର୍ଷରେ ତାଙ୍କର ଦେହାନ୍ତ ହେଲ। ।
 
== ପୁରସ୍କାର ==
ଶ୍ରୀ ପଟ୍ଟନାଯକ କୌଣସି ପ୍ରକାର ପୁରସ୍କାର ପାଇଁ ଲାଳାୟିତ ନ ଥିଲେ । ତଥାପି ସେ ଅନେକ ସମ୍ମାନ ଦ୍ଵାରା ସମ୍ମାନୀତ ହୋଇଛନ୍ତି । ଯଥା :-
* ଭାରତୀୟ ଆଦିମଜାତି ସେବକସଂଘ ପୁରସ୍କାର-୧୯୫୫
* ଜଷ୍ଟିସ୍ ରାଜକିଶୋର ଦାସ ସମ୍ମାନ-୧୯୯୬