"ମୁମ୍ବାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୧୯ କ ଧାଡ଼ି:
 
==ଉପଯୋଗୀ ସେବାଗୁଡିକ==
[[Pic:Mumbai Bmc.jpg|thumb|ବିଏମସି ପ୍ରଧାନ କାର୍ୟାଳୟ]]
 
ବି ଏମ ସି ସହରର ପାନୀୟ ଜଳର ଆବଶ୍ୟକତା ପୂର୍ଣ୍ଣ କରିଥାଏ। ଏହି ଜଳର ଅଧିକାଂଶ ଭାଗ ତୁଳସୀ ଓ ବିହାର ତଥା ଅନ୍ୟ ଉତ୍ତରରେ ଥିବା ହ୍ରଦରୁ ଆସିଥାଏ। ଏହି ଜଳ ଭାଣ୍ଡୁପରେ ଥିବା ଏସିଆର ସବୁଠୁ ବଡ ବିଶୋଧନାଗାରରେ ବିଶୁଦ୍ଧ ହେଇ ଅନ୍ୟ ଅଞ୍ଚଳକୁ ପଠାଯାଇଥାଏ। ଭାରତର ପ୍ରଥମ ଭୂତଳ ଜଳ ସୁଡଙ୍ଗ ମୁମ୍ବାଇରେ ହିଁ ତିଆରି ହବାର ଅଛି।<ref>{{cite web
|url=http://www.dnaindia.com/report.asp?NewsID=1151960 | title=Country's first water tunnel to come up in Mumbai |accessdate=2008-02-21 |publisher=DNA (Diligent Media Corporation Ltd.)}}</ref> ବି ଏମ ସି ହିଁ ସହରର ରକ୍ଷଣାବେକ୍ଷଣ ଓ ବର୍ଯ୍ୟବସ୍ତୁ ପରିଚାଳନା କରିଥାଏ। ପ୍ରତିଦିନ ସହରର ପ୍ରାୟ ୭୮୦୦ ମେଟ୍ରିକ ଟନ ଅଳିଆ ଉତ୍ତର-ପୂର୍ବ କ୍ଷେତ୍ରରେ ମୁଲୁଣ୍ଡ, ଉତ୍ତର-ପଶ୍ଚିମ କ୍ଷେତ୍ରରେ ଗୋରାଇ ଓ ପୁର୍ବରେ ଦେଓନାର ପକାଯାଇଥାଏ। ନର୍ଦ୍ଦମା ଜଳକୁ ବର୍ଲି ଓ ବାନ୍ଦ୍ରାରେ ଉପଚାର କରାଯାଇ ସମୁଦ୍ରରେ ଛଡାଯାଇଥାଏ।
 
<p>ମୁମ୍ବାଇ ସହରରେ ବିଦ୍ୟୁତ ସରବରାହ ବେଷ୍ଟ, ରିଲାଏନ୍ସ ଏନର୍ଜି, ଟାଟା ପାଉଆର ଓ ମହାବିତରଣ (ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନୀ ଲି.) କରିଥାନ୍ତି। ଏହାର ଅଧିକାଂଶ ଆବଶ୍ୟକତା ଜଳ-ବିଦ୍ୟୁତ ଓ ଆଣବିକ ଶକ୍ତିରୁ ମେଣ୍ଟିଥାଏ। ସହରର ବିଦ୍ୟୁତ ବ୍ୟବହାର ଉତ୍ପାଦନ କ୍ଷମତାକୁ ବଳିଯାଉଛି। ସହରର ସବୁଠୁ ବଡ ଦୂରଭାଷ ସେବା ଏମ ଟି ଏନ ଏଲ। ୨୦୦୦ ମସିହା ଯାଏଁ ଏହାର ଲ୍ୟାଣ୍ଡଲାଇନ ଓ ମୋବାଇଲ ସେବା ଉପରେ ଏକାଧିକାର ଥିଲା। ଏଠାରେ ଏବେ ମୋବାଇଲ ସେବା ପ୍ରଦାନ କରିବାପାଇଁ ଏୟାରଟେଲ, ଭୋଡାଫୋନ, ଏମ ଟି ଏନ ଏଲ, ବି ପି ଏଲ, ରିଲାଏନ୍ସ କମ୍ୟୁନିକେସନ୍ସ ଓ ଟାଟା ଟେଲି ସର୍ଭିସେସ ଇତ୍ୟାତି ରହିଛନ୍ତି। ସହରରେ [[ଜି ଏସ ଏମ]] ଓ [[ସି ଡି ଏମ ଏ]] ଉଭୟ ସୁବିଧା ଉପଲବ୍ଧ ଅଛି। ଏମ ଟି ଏନ ଏଲ ଓ ଟାଟା ଏଠାରେ [[ବ୍ରଡବ୍ୟାଣ୍ଡ]] ସେବା ମଧ୍ୟ ପ୍ରଦାନ କରୁଛି।
 
== ଗ୍ୟାଲେରୀ ==
 
"https://or.wikipedia.org/wiki/ମୁମ୍ବାଇ"ରୁ ଅଣାଯାଇଅଛି