"ରାୟଗଡ଼ା ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୬୦ କ ଧାଡ଼ି:
| website = {{official|rayagada.nic.in}}
}}
 
 
'''ରାୟଗଡ଼ା''' [[ଓଡ଼ିଶା]]ର ଦକ୍ଷିଣରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହା ରାଜଧାନୀ [[ଭୁବନେଶ୍ୱର]]ରୁ ୩୯୦ କିମି ଦୁରରେ ଅବସ୍ଥିତ । [[ରାୟଗଡ଼ା]] ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସ ସବୁ ଅଛି ।
 
== ଇତିହାସ ==
୧୯୯୨ ମସିହା ଅକ୍ଟୋବର ୨ତାରିଖ ଦିନ ରାୟଗଡ଼ା ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ ଅକ୍ଟୋବର ୧୯୯୨ ପୂର୍ବରୁ ଏହା [[କୋରାପୁଟ ଜିଲ୍ଲା]]ର ଅନ୍ତର୍ଭୁକ୍ତ ଥିଲା । ଓଡ଼ିଶାର ଯେଉଁସବୁ ଜିଲ୍ଲାରେ ଇତିହାସ ଏବଂ କିମ୍ବଦନ୍ତୀ ପରସ୍ପରକୁ କୋଳାଗ୍ରତ କରିଅଛନ୍ତି, ସେହି ସବୁ ଜିଲ୍ଲାମାନଙ୍କ ମଧ୍ୟରୁ ରାୟଗଡା ଅନ୍ୟତମ । ଏଠାକାର ସବୁଜ ବନାନୀ, ସହରକୁ ଛୁଇଁ ବହିଯାଇଥିବା ନାଗାବଳୀ ନଦୀର ଦୃଶ୍ୟ ଭାରି ମନଲୋଭା । ସହରଠାରୁ ମାତ୍ର ୧୦ କି:ମି: ଦୂରରେ ଥିବ ଜେ:କେ: କାଗଜକଳ ଏବଂ ଥେରୁବାଲିର ଫେରୋକ୍ରୋମ କାରଖନା ସହରକୁ ସର୍ବଦା ଚଳଚଞ୍ଚଳ କରିଥାଏ । ଇତିହାସକାର କହନ୍ତି, ସମୁଦ୍ରଗୁପ୍ତ ଏହି ସହରକୁ ଅକ୍ତିଆର କରିବାପାଇଁ ଯୁଦ୍ଧ କରିଥିଲେ । ଅଦ୍ୟାପି ଏହାର ପ୍ରମାଣ ସହରଠାରୁ ତିରିଶ ମିନିଟ୍‌ ଦୂରର ଚମ୍ପିକୋଟା ନାମକ ଗାଆଁରେ ବିଦ୍ୟମାନ ।
== ଭୂଗୋଳ ==
[[ଓଡ଼ିଶା]]ର ଦକ୍ଷିଣ ଭାଗରେ ଅବସ୍ଥିତ ରାୟଗଡ଼ା ଜିଲ୍ଲାର ଆୟତନ ୭,୫୮୪ ବର୍ଗ କିମି ।