"ବିଶ୍ୱନାଥ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୩୦ କ ଧାଡ଼ି:
}}
 
'''ବିଶ୍ଵନାଥ ପଟ୍ଟନାଯକ''' ହେଉଛନ୍ତି [[ଓଡ଼ିଶା]]ର ଜଣେ ସୁନାମଧନ୍ୟ ସମାଜ ସେବୀ । ସେ ଜଣେ ଜଣାଶୁଣା ଗାନ୍ଧୀବାଦି ସର୍ବୋଦୟ ନେତା । କୁଜେନ୍ଦ୍ରି ଏବଂ ବାଲିଗୁଡା ଭଳି ଆଦିବାସୀ ବହୂଳ ଅଞ୍ଚଳରେ ଆଦିବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନିଃସ୍ବାର୍ଥପର ସମାଜସେବା ହେତୁ ତାଙ୍କୁ ୨୦୦୮ ମସିହାରେ ସମ୍ମାନଜନକ ଜମୁନାଲାଲ ବଜାଜ ସମ୍ମାନପୁରସ୍କାର ମିଳିଛି<ref>[http://www.jamnalalbajajfoundation.org/awards/archives/2008/constructive-work/biswanath-pattnaik "Jamnalal Bajaj awards-2008"] ଜମୁନାଲାଲ ବଜାଜ ସମ୍ମାନ 2008</ref> ।
== ପ୍ରାଥମିକ ଜୀବନ ==
[[ଗଞ୍ଜାମ ଜିଲ୍ଲା]]ର କୁମରଡା ଗାଆଁରେ ତାଙ୍କ ଜନ୍ମ । ପିଲାଦିନୁ ବାପାଙ୍କୁ ହରାଇଥିବା ବିଶ୍ଵନାଥ ପଟ୍ଟନାଯକ ତାଙ୍କ ଜେଜେବାପା ଶ୍ରୀ ଘନଶ୍ୟାମ ପଟ୍ଟନାଯକଙ୍କ ଯତ୍ନରେ ବଢ଼ିଥିଲେ । ଶ୍ରୀକାକୁଲମଠାରେ ଅଷ୍ଟମ ଯାଏଁ ପଢିବା ପରେ ପାଠରେ ଡୋରି ବନ୍ଧା ହେଲା । ଗାଁ ସ୍କୁଲରେ ମାତ୍ର ସାତ ଟଙ୍କା ଦରମାରେ ଜଣେ ଇନଫରମାଲ ଶିକ୍ଷକ ଭାବେ ଚାକିରି ଆରମ୍ଭ କଲେ । ଶିକ୍ଷକତା କରୁଥିବା ବେଳେ ସେ [[ଗୋପବନ୍ଧୁ ଚୌଧୁରୀ]]ଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ତାଙ୍କ ସହକର୍ମୀ ଭାବେ କାମ କଲେ ।