"ମୁମ୍ବାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୯୪ କ ଧାଡ଼ି:
 
==ଇତିହାସ==
[[चित्रImage:Hajiali.jpg|thumb| [[ହାଜି ଅଲି ଦରଘା]] ଯାହା ୧୪୩୧ ମସିହାରେ ତିଆରି ହେଇଥିଲା, ଯେତେବେଳେ ମୁମ୍ବାଇ ମୁସଲମାନ ଶାସନରେ ଥିଲା।<ref>{{cite news |url=http://www.mumbaimirror.com/net/mmpaper.aspx?page=article&sectid=15&contentid=2008080720080807031759454b559597f |title=ହାଜି ଅଲି ସେଟ ଟୁ ଗୋ, ଆଣ୍ଡ ରାଇଜ ଏଗେନ
|accessdate=୨୦୦୮-୦୮-୧୭
|publisher=ମୁମ୍ବାଇ ମିରର
୧୦୭ କ ଧାଡ଼ି:
<p>୧୯୫୫ ପରେ ବମ୍ବେ ରାଜ୍ୟକୁ ପୁନଃବ୍ୟବସ୍ଥିତ କରାଗଲା ଓ ଭାଷା ଆଧାରରେ ରାଜ୍ୟକୁ ଗୁଜରାଟ ଓ ମହରାଷ୍ଟ୍ର ଭାବରେ ଦୁଇଭାଗ କରାଗଲା। ଏକ ଦାବି ଅନୁସାରେ ନଗରକୁ ସ୍ଵୟଂଶାସିତ ନଗରର ମର୍ଯ୍ୟାଦା ଦବାକୁ କୁହାଗଲା। କିନ୍ତୁ ସଂଯୁକ୍ତ ମହାରାଷ୍ଟ୍ର ସମିତିର ଆନ୍ଦୋଳନଦ୍ଵାରା ଏହାର ବିରୋଧ କରାଗଲା ଓ ମୁମ୍ବାଇକୁ ମହାରାଷ୍ଟ୍ରର ରାଜଧାନୀ କରିବାକୁ ଦାବି କରାଗଲା। ଏହି ବିରୋଧ ଫଳରେ ୧୦୫ ଲୋକ ପୋଲିସ ଗୁଳିରେ ନିହତ ହେଇଥିଲେ ଓ ଶେଷରେ ୧ ମେ ୧୯୬୦ ରେ ମହାରାଷ୍ଟ୍ର ରାଜ୍ୟ ସ୍ଥାପନ ହେଲା ଓ ମୁମ୍ବାଇ ଏହାର ରାଜଧାନୀ ହେଲା।
 
[[चित्रImage:Image-Mumbai fountain.jpg|thumb|[[ଫ୍ଲୋରା ଫାଉଣ୍ଟେନ]] ର ପୁନର୍ନାମକରଣ [[ହୁତାତ୍ମା ଛକ]] କରାଗଲା, ଯାହାକି ସଂଯୁକ୍ତ ମହାରାଷ୍ଟ୍ର ଆନ୍ଦୋଳନ ରେ ହେଇଥିବା ସହିଦଙ୍କ ସ୍ମାରକ ହେଲା।]]
 
<p>୧୯୭୦ ଦଶକ ଅନ୍ତେ ଏଠାରେ ନିର୍ମାଣ କାର୍ଯ୍ୟରେ ବହୁତ ବୃଦ୍ଧି ହେଇଥିଲା। ଯାହାଫଳରେ କି ଏଠାରେ ପ୍ରବାସୀ ମାନଙ୍କ ଆଗମନରେ ବହୁତ ବୃଦ୍ଧି ହେଲା। ସମୟ ଆସିଲା ଏହା ଜନସଂଖ୍ୟାରେ ଭାରତରେ ସବୁଠୁ ବଡ ଜନବହୁଳ ସହର [[କଲିକତା]]କୁ ପଛରେ ପକେଇଦେଲା ଓ ପ୍ରଥମ ସ୍ଥାନ ନେଲା। ଏହି ପ୍ରବାସୀଙ୍କ ଆଗମନ ସ୍ଥାନୀୟ ମରାଠୀ ମାନଙ୍କ ମନକୁ ଆଶଙ୍କିତ କରିଲା, ଯେଉଁମାନେ ନିଜର ଭାଷା, ସଂସ୍କୃତି ଓ ବ୍ୟବସାୟକୁ ରକ୍ଷା କରିବାପାଇଁ ଚିନ୍ତିତ ଥିଲେ।<ref>{{cite web |url=http://in.rediff.com/election/2004/apr/23espec3.htm |title=Know your party |accessdate=2007-12-05 |author=Ashraf, Syed Firdaus |date=2004-04-23 |work=Elections 2004 Rediff Special |publisher=Rediff News}}</ref> [[ବାଲା ସାହେବ ଠାକରେ]]ଙ୍କ ଦ୍ଵାରା [[ଶିବସେନା]] ରାଜନୈତିକ ଦଳ ଗଠନ କରାଗଲା ଯାହାକି ସ୍ଥାନୀୟ ମରାଠୀ ମାନଙ୍କ ସ୍ଵାର୍ଥ ରକ୍ଷା ପାଇଁ ଥିଲା। <ref>[http://www.merinews.com/catFull.jsp?articleID=129954 Raj Thackeray has a point]</ref> ସହରର ଧର୍ମ ନିରପେକ୍ଷତା ୧୯୯୨-୯୩ ର ଦଙ୍ଗା କାରଣରୁ ଛିନ୍ନଭିନ୍ନ ହେଇଥିଲା ଯେଉଁଥିରେ ବଡ ପରିମାଣର ଜୀବନ ଓ ସମ୍ପତ୍ତି ହାନି ହେଇଥିଲା। ଏହାର କିଛିମାସ ମରେ ୧୨ ମାର୍ଚ୍ଚ ୧୯୯୩ ରେ ପୂର୍ବ ନିଯୋଜିତ ବମ ବିସ୍ଫୋଟ ସହରକୁ ଦୋହଲେଇଦେଇଥିଲା। ଯେଉଁଥିରେ ଶତାଧିକ ଲୋକ ମୃତ୍ୟୁବରଣ କରିଥିଲେ। ୧୯୯୫ରେ ବମ୍ବେ ନାମକୁ ପରିବର୍ତ୍ତନ କରାଯାଇ ମୁମ୍ବାଇ କରଯାଇଥିଲା। ଏହା ଶିବସେନା ସରକାରରେ ଇଂରେଜ ମାନଙ୍କ ଦ୍ଵାରା ଦିଆଯାଇଥିବା ନାମଗୁଡିକୁ ଐତିହାସିକ ଓ ସ୍ଥାନୀୟ ଆଧାରରେ ପୁନଃ-ନାମକରଣ ହେଇଥିଲା। ଏଠାରେ ଏବେ ମଧ୍ୟ ଆତଙ୍କବଦୀ ମାନଙ୍କ ଦ୍ଵାରା ଆକ୍ରମଣ ସମୟ ସମୟରେ କରାଯାଉଛି। ୨୦୦୬ରେ ଠାରେ ସ୍ଥାନୀୟ ରେଳରେ ବିସ୍ଫୋଟ କରଯାଇଥିଲା ଯେଉଁଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। <ref>{{cite news |url=http://news.bbc.co.uk/2/hi/in_depth/south_asia/2006/mumbai_train_attacks/default.stm |title=Special Report: Mumbai Train Attacks |date=2006-09-30 |publisher=BBC |accessdate=2008-08-13}}</ref>ନଭେମ୍ବର ୨୬ ୨୦୦୮ ରେ ଜଳପଥରୁ ଆସିଥିବା ପାକିସ୍ତାନୀ ଆତଙ୍କବଦୀ ମାନେ ମୁମ୍ବାଇରେ ଛତ୍ରପତି ଶିବାଜି ଟର୍ମିନାଲ, କାମା ଚିକିତ୍ସାଳୟ, ତାଜ ହୋଟେଲ, ନାରିମାନ ପଏଣ୍ଟ ଠାରେ ଆକ୍ରମଣ କରି ୩୦୦ରୁ ଅଧିକ ନିରୀହ ଲୋକଙ୍କ ପ୍ରାଣ ନେଇଥିଲେ ଯେଉଁଥିରେ ୧୦ଜଣରୁ ୯ ଜଣ ଆତଙ୍କବାଦୀ ସେନାର ଗୁଳିରେ ପ୍ରାଣ ହରାଇଥିଲେ ଓ ବଞ୍ଚିଯାଇଥିବା ଆତଙ୍କବଦୀ ଆଜମଲ ଅମିର କସବ କୁ ସୁପ୍ରିମକୋର୍ଟ ଫାଶୀଦଣ୍ଡ ଦେଇଥିଲା। ଏହି ଆକ୍ରମଣରେ ସେନାର ମେଜର ସନ୍ଦିପ ଉନ୍ନିକୃଷ୍ଣନ, ଏଟିଏସ ର ମୁଖ୍ୟ ହେମନ୍ତ କରକରେ, ହାବିଲଦାର ତୁକାରମ ଓମ୍ବଲେ ଇତ୍ୟାଦି ସହିଦ ହେଇଥିଲେ। ଏହି ଆକ୍ରମଣ ପରେ ଭାରତ ତାର ଜଳପଥ ର ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲା।
"https://or.wikipedia.org/wiki/ମୁମ୍ବାଇ"ରୁ ଅଣାଯାଇଅଛି