"ତ୍ରିଲୋଚନେଶ୍ୱର ଦେଉଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
କିମ୍ବଦନ୍ତୀ+
୩୬ କ ଧାଡ଼ି:
ତ୍ରିଲୋଚନେଶ୍ୱର [[ଓଡ଼ିଶା]]ର [[ଯାଜପୁର ଜିଲ୍ଲା]]ରର ଥିବା ଏକ [[ଶିବ]] ଦେଉଳ । ଏହା ଏକ ବୌଦ୍ଧ ସ୍ତୁପ ଭାବେ ୨ୟ - ୩ୟ ଶତାବ୍ଦୀରେ ପ୍ରତିଷ୍ଠିତ ହୋଇ ପରବର୍ତ୍ତୀ ସମୟରେ [[ଓଡ଼ିଶାର ସୋମବଂଶୀ ରାଜାମାନଙ୍କର ତାଲିକା|ସୋମବଂଶୀ]] ରାଜାମାନଙ୍କର ଶାସନ କାଳରେ ଶିବଲିଙ୍ଗ ପ୍ରତିଷ୍ଠା ହେଲା ପରେ ଶିବ ଦେଉଳରେ ପରିଣତ ହୋଇଥିଲା । ଏହି ଦେଉଳର ମୁହଁ ବ୍ୟତିକ୍ରମ ଭାବେ ପଶ୍ଚିମ ଆଡ଼କୁ ହୋଇଛି ।
 
== କିମ୍ବଦନ୍ତୀ ==
ପ୍ରଚଳିତ ସ୍ଥାନୀୟ କିମ୍ବଦନ୍ତୀ ଅନୁସାରେ ଏକଦା ଅନ୍ଧ ବାଳକଟିଏ ଦେଉଳ ଥିବା ସ୍ଥାନରେ ବସି [[ଗୀତ ଗୋବିନ୍ଦ]] ବୋଲୁଥିଲା । ସେଠାରେ ତ୍ରିଲୋଚନେଶ୍ୱର ଉଭା ହୋଇ ବାଳକଟିକୁ ପଚାରିଲେ, "ମୋ ପଛରେ କାହିଁକି ଗୀତଗୋବିନ୍ଦ ବୋଲୁଛୁ? ଏହା ଶୁଣିବାକୁ ମୋର ପ୍ରବଳ ଇଚ୍ଛା । ପ୍ରତ୍ୟେକ ଦିନ ମୋ ଆଗରେ ଆସି ଗୀତ ଗୋବିନ୍ଦ ବୋଲ ।" ପିଲାଟି କହିଲା, "ମୁଁ ତ ଜନ୍ମାନ୍ଧ । ମୋ ନିକଟରେ ଆଗପଛ ସବୁ ସମାନ । ତୁମର ଯଦି ଶୁଣିବା ପାଇଁ ସତରେ ଇଚ୍ଛା ତେବେ ମୋ ଆଡ଼କୁ ମୁହଁ କର ।" ପର ଦିନ ଦେଖାଗଲା ଯେ ଦେଉଳର ମୁହଁ ପଶ୍ଚିମ ଆଡ଼କୁ ହୋଇଛି ।
 
{{ମୁଣ୍ଡିଆ}}
{{ଓଡ଼ିଶାର ଶିବ ମନ୍ଦିର}}