"ଚକ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Shisir 1945 (ଆଲୋଚନା | ଅବଦାନ) "ଚକ ହେଉଛି ଏକ ବୃତ୍ତୀୟ ସରଳ ଯନ୍ତ୍ର। ଚକ ଓ ଅଖ ସାହାଯ୍..." ନାଆଁରେ ପୃଷ୍ଠାଟିଏ ତିଆରିକଲେ |
Shisir 1945 (ଆଲୋଚନା | ଅବଦାନ) No edit summary |
||
୧ କ ଧାଡ଼ି:
ଚକ ହେଉଛି ଏକ ବୃତ୍ତୀୟ ସରଳ ଯନ୍ତ୍ର। ଚକ ଓ ଅଖ ସାହାଯ୍ୟରେ କୌଣସି ଭାରକୁ ସହଜରେ ପରିବହନ କରି ହୁଏ। ଯଦିଓ ପ୍ରାଥମିକ ଚକ ପରିବହନ ପାଇଁ ଦରକାର ହେଉଥିଲା, ଆଧୁନିକ ସମୟରେ ଏହାର ବ୍ୟବହାର ବହୁମୁଖୀ। ପରିବହନରେ ଏହା ସରଳରୈଖିକ ଘର୍ଷଣକୁ ବୃତ୍ତୀୟ ଘର୍ଷଣରେ ପରିବର୍ତ୍ତନ କରି କାମକୁ ସହଜ କରିଥାଏ। ଖ୍ରୀ.ପୂ. ୩୫୦୦ ରେ କୁମ୍ଭାରଚକ ଓ ସ୍ଲେଜ୍ଗାଡ଼ିକୁ ମିଶାଇ ଅଖଚକର ଉଦ୍ଭାବନ ହୋଇଥିଲା।<ref>{{cite book|title=1001 inventions that changed the world|isbn=9789350096857|pages=57}}</ref> ଚକର ବ୍ୟବହାର ସାଧାରଣ ଜୀବନରେ ଅନେକ। ପୁରାଣରୁ ଆରମ୍ଭ କରି ଆଧୁନିକ ଟେକ୍ନୋଲୋଜିରେ ଚକର ପ୍ରଭାବ ସୁଦୂରବିସ୍ତାରୀ।
==ଧାର୍ମିକ ବିଶ୍ବାସ==
[[ଫାଇଲ:Jagannatha Puri temple chakra.jpg|thumbnail|ଡାହାଣ|ଶ୍ରୀମନ୍ଦିରରେ ନୀଳଚକ୍ର]] ଭଗବାନ ବିଷ୍ଣୁଙ୍କ ଆୟୁଧ ହେଉଛନ୍ତି ସୁଦର୍ଶନ ଚକ୍ର। ଏବେ ମଧ୍ୟ ସୁଦର୍ଶନ ଚକ୍ର ପୁରୀ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କ ସହିତ ଚତୁର୍ଧାମୂର୍ତ୍ତୀ ଭାବେ ପୂଜା ପାଉଛନ୍ତି। ପ୍ରଭୁ ଜଗନ୍ନାଥଙ୍କ ଆଖିର ଆକୃତି ହେଉଛି ଚକ୍ରାକାର। ଆହୁରି ମଧ୍ୟ ପୁରୀକୁ ଯାଉଥିବା ଭକ୍ତମାନେ ଦୂରରୁ ଶ୍ରୀମନ୍ଦିରର ନୀଳଚକ୍ର ଦେଖିପାରିଥାନ୍ତି। ନୀଳଚକ୍ର ଦର୍ଶନ ମାତ୍ରେ ଯାତ୍ରା କଷ୍ଟ ଲାଘବ ହୁଏ ବୋଲି ଲୋକ ବିଶ୍ବାସ ଅଛି। ବିଶ୍ବ ଐତିହ୍ୟ ମାନ୍ୟତା ପ୍ରାପ୍ତ କୋଣାର୍କର ସୂର୍ଯ୍ୟ ମନ୍ଦିର ଯେତିକି ପ୍ରସିଦ୍ଧ, ରଥ ଢାଞ୍ଚାରେ ମନ୍ଦିରର ନିର୍ମାଣ ଓ ମନ୍ଦିର ଗାତ୍ରରେ ଚକର ଶିଳ୍ପକଳା ସେତିକି ପ୍ରସିଦ୍ଧ।
[[ଫାଇଲ:Wheel of Konark, Orissa, India.JPG|thumbnail|ଡାହାଣ|କୋଣାର୍କ ଚକ]]
==ଗଣତନ୍ତ୍ର==
ଭାରତୀୟ ଜାତୀୟ ପତାକାକୁ ତ୍ରିରଙ୍ଗା ପତାକା ମଧ୍ୟ କୁହାଯାଏ। ନାରଙ୍ଗୀ, ଶ୍ବେତ ଓ ସବୁଜ ରଙ୍ଗରେ ରଙ୍ଗାୟିତ ହେଲେ ମଧ୍ୟ ଅଶୋକ ଚକ୍ର ହେଉଛି ପତାକାର ମୁଖ୍ୟ ଅଂଶ। ଭାରତ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ସାମରିକ ସମ୍ମାନ ମଧ୍ୟରେ ବୀର ଚକ୍ର, ମହାବୀର ଚକ୍ର, ପରମବୀର ଚକ୍ର, ସୌର୍ଯ୍ୟ ଚକ୍ର, କିର୍ତ୍ତୀ ଚକ୍ର ଓ ଅଶୋକ ଚକ୍ର ସମ୍ମାନ ଅତ୍ୟନ୍ତ ଗୁରୁତ୍ବ ବହନ କରେ।
==ବିଜ୍ଞାନ==
କେଉଁ ଆଦିମ ଯୁଗରୁ ମଣିଷ ସୂର୍ଯ୍ୟର ଗୋଲାକାର ସ୍ବରୂପ ପ୍ରତି ଜିଜ୍ଞାସା ଜ୍ଞାପନ କରିଆସିଛି। ଚନ୍ଦ୍ରର କେତେବେଳେ ଚକ୍ରାକାର, ଅନ୍ୟ ବେଳେ ଖଣ୍ଡିଆ ରୂପ ଏପରି ଜିଜ୍ଞାସାକୁ ଇନ୍ଧନ ଦେଇଛି। କାଳକ୍ରମେ ଏକଥା ମଧ୍ୟ ପ୍ରମାଣିତ ହୋଇଛି ଯେ ପୃଥିବୀର ଆକାର ହେଉଛି ଗୋଲାକାର। ସୂର୍ଯ୍ୟ ଓ ଚନ୍ଦ୍ରର ଚକ୍ରାକାର ମଧ୍ୟ ଆମର ଧାର୍ମିକ ବିଶ୍ବାସକୁ ପୁଷ୍ଟ କରିଛି। ପ୍ରଭୁ ଜଗନ୍ନାଥଙ୍କ ଦୁଇ ଚକାଆଖି ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପ୍ରତିରୂପ ବୋଲି ବିଶ୍ବାସ କରାଯାଏ।
===ପଦାର୍ଥ ବିଜ୍ଞାନ===
କୌଣସି ପଦାର୍ଥ ସର୍ବନିମ୍ନ ପାର୍ଶ୍ବତଳ ପାଇବା ପାଇଁ ଗୋଲାକାର ଆକାର ଧାରଣ କରେ। ପୃଥିବୀର ବାୟୁମଣ୍ଡଳରେ ସବୁଦିଗରୁ ଚାପ ଯୋଗୁ ଜଳବିନ୍ଦୁମାନେ ଗୋଲାକାର ହୋଇଥାଆନ୍ତି। ମହାକାଶରେ ଜ୍ୟୋତିଷ୍କମାନେ ନିଜର ଆଭ୍ୟନ୍ତରୀଣ ମାଧ୍ୟାକର୍ଷଣ ଯୋଗୁ ଗୋଲାକାର ଆକୃତି ଧାରଣ କରିଥାଆନ୍ତି। ଗୋଟିଏ ଜ୍ୟୋତିଷ୍କ (ଉଦାହରଣ-ଉଲ୍କାପିଣ୍ଡ) ହାରାହାରି ୧୦୦ କି.ମି. ବ୍ୟାସରୁ କମ୍ ହେଲେ ଅନିୟମିତ ଆକୃତିରେ ଥାଆନ୍ତି। ବ୍ୟାସ ୧୦୦ କି.ମି. ରୁ ଅଧିକ ହେଲେ ନିଜର ମାଧ୍ୟାକର୍ଷଣ ଶକ୍ତି ଜ୍ୟୋତିଷ୍କକୁ ଗୋଲକ ଆକାର ପ୍ରଦାନ କରେ।
===ଜ୍ୟାମିତି===
ଜ୍ୟାମିତିର ବୃତ୍ତ ହେଉଛି ଏକ ଅବିଛେଦ୍ୟ ଅଙ୍ଗ। କୌଣସି ବୃତ୍ତର ପରିଧି ଓ ବ୍ୟାସର ଅନୁପାତ ହେଉଛି ଏକ ସ୍ତିରାଙ୍କ। ଏହାକୁ ପାଇ (π) ମଧ୍ୟ କୁହାଯାଏ। ଗଣିତଶାସ୍ତ୍ରରେ ପାଇର ଆବିଷ୍କାର ଯୁଗୋପଯୋଗୀ। ଆଧୁନିକ ବୈଷୟିକ ବିଦ୍ୟାରେ ପାଇର ପ୍ରୟୋଗ ଜରୁରୀ।
===ପରିବହନ===
ଚକ କହିଲେ ଯାହା ଆମ ମନକୁ ପ୍ରଥମେ ଆସିଥାଏ ତାହା ହେଉଛି କୌଣସି ଗାଡ଼ିର ଚକ। ପ୍ରାଥମିକ ଚକର ବ୍ୟବହାର ଯଦିଓ କେବଳ ଭାର ବୋହିବା ପାଇଁ ଥିଲା, ଏବେର ଚକ କେବଳ ସେତିକିରେ ସୀମିତ ନରହି ସୌନ୍ଦର୍ଯ୍ୟରେ ଅଂଶଗ୍ରହଣ କରୁଛି।
[[ଫାଇଲ:Steam locomotive driving wheel.jpg|thumbnail|କେନ୍ଦ୍ରରେଳଗାଡ଼ିର ଚକ]]
[[ଫାଇଲ:Aprilia disc brake.jpg|thumbnail|ଡାହାଣମଟରସାଇକେଲର ଚକ]]
==ଆଧାର==
|