"ଅଥୀନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି
No edit summary
୧୮ କ ଧାଡ଼ି:
}}
 
'''ଅଥୀନା''' (ଅଥବା ଅଥାନା, ଅଥେନେ, ଅଥେନା) ଇଂରାଜୀ : [[:en:Athena]] , ୟୁନାନୀ : ଅଥୈନା ପ୍ରାଚୀନ ୟୁନାନୀ ଦେବୀ । ତାଙ୍କୁ ବୁଦ୍ଧି କଳା ଏବଂ ଯୁଦ୍ଧର ଅଧିଷ୍ଟାତ୍ରୀ ଦେବୀ ଭାବେ [[ଗ୍ରୀକ]] ପୁରାଣ ଗୁଡିକରେ ବର୍ଣ୍ଣନା କରାଯାଇଅଛି । ସେ [[ଏଥେନ୍ସ]] ସହରର ଅଧିଷ୍ଟାତ୍ରୀ ଦେବୀଥିଲେ ଏବଂ ଏହି ସହରରେ ତାଙ୍କୁ ସମର୍ପିତ ସବୁଠୁଁ ବଡ଼ ମନ୍ଦିର ଥିଲା । ପ୍ରାଚୀନ ରୋମନ୍ ଧର୍ମରେ ତାଙ୍କ ସମକକ୍ଷ ଦେବୀ ଥିଲେ ମିନର୍ବା । ଅଥୀନା ଆଟ୍ରିକା ପ୍ରଦେଶ ଏବଂ ବିୟୋତିଆ ପ୍ରଦେଶ ମଧ୍ୟରେ ଥିବା ଏଥେନ୍ସ ନଗରୀ ର ଅଧିଷ୍ଟାତ୍ରୀ ଥିଲେ । ଗ୍ରୀକ ସାହିତ୍ୟରେ ତାଙ୍କ ବିଷୟରେ ଅନେକ ଆଖ୍ୟାନ ଅଛି ।
==ଆବିର୍ଭାବ==
ୟୁନାନୀ ଦେବତା ଜ୍ୟୁସ୍ ଙ୍କର ପ୍ରଥମ ପତ୍ନୀ ଗର୍ଭବତୀ ହେଲେ । ଜ୍ୟୁସ୍ ଙ୍କ ମନରେ ଶଙ୍କା ଯାତ ହେଲା ଯଦି ମେତିସ (ଜ୍ୟୁସ୍ ଙ୍କ ପ୍ରଥମ ପତ୍ନୀ) ର ଗର୍ଭରୁ ପୁତ୍ର ଜାତ ହୁଏ ମୋର ଶକ୍ତି କମ୍ ହୋଇଯିବ । ଦ୍ଵିତୀୟ ପତ୍ନୀର କଥାରେ ପଡି ଜ୍ୟୁସ୍ ମେରିସ୍ କୁ ଗିଳିଦେଲେ । ତତ୍ ପଶ୍ଚାତ୍ ପ୍ରୋମେଥିଅସ୍ ନାମକ ଦେବତା ନିଜର ଅସ୍ତ୍ର ଦ୍ଵାରା ଜ୍ୟୁସ୍ ର ମସ୍ତକ ଛେଦନକଲେ ଏବଂ ସେଇ ଶରୀରରୁ ଅଥୀନାଙ୍କର ଅସ୍ତ୍ରଶସ୍ତ୍ର କବଜ ସହ ଆବିର୍ଭାବ ହେଲା ।
"https://or.wikipedia.org/wiki/ଅଥୀନା"ରୁ ଅଣାଯାଇଅଛି