"ସୁଦଶା ବ୍ରତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧ କ ଧାଡ଼ି:
{{ଛୋଟ|Sudasha Brata}}
{{Infobox holiday
|holiday_name = ସୁଦଶା ବ୍ରତ
|type = hindu
|longtype = ଧାର୍ମିକ
|image =
|caption =
|official_name =
|nickname =
|observedby = ବିବାହିତ [[ହିନ୍ଦୁ ଧର୍ମ|ହିନ୍ଦୁ]] ମହିଳା
|date = [[ପକ୍ଷ|ଶୁକ୍ଳ]] [[ଦଶମୀ]], [[ଗୁରୁବାର]]
|frequency = ଅନିୟମିତ
|duration =
|date2014 = ୪ ସେପ୍ଟେମ୍ବର
|date2015 =
|date2016 =
|observances =
|relatedto =
}}
ଶୁକ୍ଳପକ୍ଷ [[ଦଶମୀ]] [[ତିଥି]] [[ଗୁରୁବାର]]ରେ ପଡ଼ିଲେ, ତାହା ସୁଦଶା ବ୍ରତ ରୂପେ ପାଳିତ ହୁଏ । <ref>{{cite web |url= http://www.orissaonline.co.in/2011/05/sudasha-brata-6-oct/ |title=Sudasha Brata &#124; Orissa Online |first= |last=|work=orissaonline.co.in |quote=When there is a rare combination of Shukla Paksha, Thursday and Dasami in Oriya Calendar Sudash Brata is observed. |accessdate=6 December 2012}}</ref>ଏଥିରେ ଲକ୍ଷ୍ମୀଙ୍କୁ ପୂଜା କରାଯାଏ ।
ସୁଦଶାର ଅର୍ଥ ଭଲ ସମୟ କିନ୍ତୁ ପଲ୍ଲୀ ମାନସରେ ସମ୍ଭବତଃ ସୁଦଶା ଶବ୍ଦ ସହିତ ଦଶ ସଂଖ୍ୟାଟି ସଂଯୋଜିତ ହୋଇ ଆସିଅଛି । ଫଳତଃ ଉପାସନାରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ [[ମୁରୁଜ]], ଦଶମୁଖୀ ଦୀପ, ଦଶମୁଠି [[ଚାଉଳ]], ଦଶମେଞ୍ଚା [[କଦଳୀ]], ଦଶଗୋଟି [[ମଣ୍ଡା ପିଠା|ମଣ୍ଡା]] ଓ [[ଲକ୍ଷ୍ମୀ]]ଙ୍କ ପ୍ରତୀକ ରୂପେ ଲକ୍ଷ୍ମୀଙ୍କ ଦଶନାମ (ମହାଲକ୍ଷ୍ମୀ, କମଳା, ହରିପ୍ରିୟା, ପଦ୍ମାଳୟା, ଦାରିଦ୍ର୍ୟ ଭଞ୍ଜନ, କୌମଦକୀ, ଗଜ ବାହିନୀ, ଚଞ୍ଚଳା, କୋକମାତା ଓ ରୁଙ୍କୁଣୀ) <!-- ମତାନ୍ତରେ(ଆଦି ମାତା, ବିଘ୍ନ ସେନି, ମାହେଶ୍ଵରୀ, ବାରାହୀ, କୋକଧାତ୍ରୀ, ଅନ୍ନପୂର୍ଣ୍ଣା, କାମାକ୍ଷୀ, ଉଗ୍ରତାରା, ମହାଲକ୍ଷ୍ମୀ, କମଳିନୀ) -->
ସୁମରିତ ଦଶଖିଅ ଧଳାସୂତାର ଏକ ବ୍ରତ ପୂଜା କରାଯିବାର ବିଧି ରହିଛି । ସେହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଏ । <ref>{{cite web |url= http://www.orissa.oriyaonline.com/sudasha_brata.html |title=Festivals of Orissa - Sudasha Brata &#124; orissa.oriyaonline.com |first= |last=|work=orissa.oriyaonline.com |quote=A sacred thread (consisting of ten layers of thread) is prepared in the prescribed manner and tied by women on their arms until the arrival next occasion of Sudasha Brata (when the thread is replaced again). |accessdate=6 December 2012}}</ref>
 
== ବ୍ରତ କାହାଣୀ ==
ଜନୈକା ବିଧବା ବ୍ରାହ୍ମଣୀ ନଦୀରୁ ଜଳ ଆଣିବା ସମୟରେ ନିଜ ବ୍ରତଟିକୁ ହଜାଇ ଦେଇଛନ୍ତି ବ୍ରତ ହରାଇ ବିକଳ ଭାବେ କ୍ରନ୍ଦନ କରୁଥିବା ବେଳେ ନଳ ରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟବଦ୍ଧ ହୋଇ ନିଜ ରାଣୀଙ୍କ ଠାରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଛନ୍ତି ବ୍ରତଟି ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥିବାରୁ ବ୍ରତଦାନ କଲେ ଲକ୍ଷ୍ମୀଛଡ଼ା ହେବାର କଥିତ ଥିବାରୁ ରାଣୀ ଅତ୍ୟନ୍ତ କୁଣ୍ଠାର ସହ ବ୍ରତଟିକୁ ଦେଇଛନ୍ତି ।
ବ୍ରତଦାନ ପରେ ତାଙ୍କର ସକଳ ସମ୍ପଦ, ସୁଖ, ଐଶ୍ଵର୍ଯ୍ୟ ଅପହୃତ ହୋଇ ରାଜା ଓ ରାଣୀ ଲକ୍ଷ୍ମୀଛଡ଼ା ଓ ଶ୍ରୀହୀନ ହୋଇ ପଡ଼ିଛନ୍ତି । ଯାବତୀୟ ଦୁଃଖ ଦୁର୍ଦ୍ଦଶା ଭୋଗ କଲାପରେ ରାଣୀ ପୁନଶ୍ଚ ଯଥାବିଧି ସୁଦଶା ବ୍ରତ ପାଳନ କରିବାପରେ ସେମାନଙ୍କର ସମସ୍ତ ଅପହୃତ ସୁଖ ସୌଭାଗ୍ୟ ଫେରି ଆସିଛି ।