"କମ୍ପାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

୪୯୦ ବାଇଟଗୁଡିକ ଯୋଡାଗଲା ,  ୭ ବର୍ଷ ପୂର୍ବେ
ବଦଳ ସାରକଥା ଲୁଚାଇଦିଅନ୍ତୁ
("ପୂର୍ବେ ବିଶାଳ ସମୁଦ୍ର ବକ୍ଷରେ ଜାହାଜ ଯାତ୍ରା କାଳର..." ନାଆଁରେ ପୃଷ୍ଠାଟିଏ ତିଆରିକଲେ)
 
ଦିଗ ଜାଣିବାରେ ସାହାଯ୍ୟ କରୁଥିବାରୁ କମ୍ପାସକୁ ଦିଗବାରେଣୀ ମଧ୍ୟ କୁହାଯାଏ। ପୃଥିବୀ ଅକ୍ଷର ଚୁମ୍ବକୀୟ ପ୍ରଭାବ ଦ୍ବାରା କମ୍ପାସର କଣ୍ଟା ସର୍ବଦା ଉତ୍ତର ଦକ୍ଷିଣ ହୋଇ ରହିଥାଏ। [[File:Kompas Sofia.JPG|thumb|right|ଗୋଟିଏ ସାଧାରଣ କମ୍ପାସ]]
ପୂର୍ବେ ବିଶାଳ ସମୁଦ୍ର ବକ୍ଷରେ ଜାହାଜ ଯାତ୍ରା କାଳରେ ନାବିକମାନେ ପାଖରେ ଗୋଟିଏ କମ୍ପାସ ରଖୁଥିଲେ । ଏହା ସାହାଯ୍ୟରେ ସମୁଦ୍ର ମଧ୍ୟରେ ଦିଗ ଚିହ୍ନି ପାରି ଦୂର ଦେଶରେ ପହô ପାରୁଥିଲେ । ପ୍ରଥମେ ଚୀନ ଦେଶରେ କମ୍ପାସର ବ୍ୟବହାର ହୋଇଥିଲା । ଖ୍ରୀଷ୍ଟପୂର୍ବ ୨୪୭ ମସିହାରେ ଚୀନରେ ଏହାର ଉଦ୍ଭାବନ ହୋଇଥିବାର ଜଣା ପଡ଼ିଛି । ତାହା ପ୍ରାକୃତିକ ଚୁମ୍ବକ ପଥର ବା ଲୋଡ଼ଷ୍ଟୋନରେ ତିଆରି ହୋଇଥିଲା । ଠିକ୍ ଚାମଚ ଆକାରର ଏକ ଚୁମ୍ବକ ପଥରଖଣ୍ଡକୁ ବ୍ରୋଞ୍ଜ ଥାଳିଟିରେ ରଖି ତାହାର ନିର୍ମାଣ କରାଯାଇଥିଲା । ସେତେବେଳେ ତାହାକୁ ନୌଯାତ୍ରାରେ ବ୍ୟବହାର କରାଯାଉନଥିଲା । ତାହାକୁ ପ୍ରଥମେ ଚୀନରେ ଫେଙ୍ଗଶୁଇରେ ବ୍ୟବହାର କରାଯାଉଥିଲା । ଏହି ବିଦ୍ୟାରେ ଭାଗ୍ୟ ନିରୂପଣ ବା ଗୃହ ତିଆରି କାମରେ କମ୍ପାସର ବ୍ୟବହାର ହେଉଥିଲା । ମାତ୍ର ଏକାଦଶ ଶତାବ୍ଦୀ ପରେ ଏହାକୁ ନୌଯାତ୍ରାରେ ବ୍ୟବହାର କରାଗଲା । ଏହାପରେ ଏହା ଆରବ ବ୍ୟବସାୟୀମାନଙ୍କ ମାଧ୍ୟମରେ ଆରବ ଦେଶରେ ପହôଲା । ସେଠାରୁ ୟୁରୋପ ମହାଦେଶ ଭାରତକୁ କମ୍ପାସ ଆସିଲା । ୟୁରୋପୀୟ ମାନେ ଏହି କମ୍ପାସ ବ୍ୟବହାର କରି ପୃଥିବୀର ଅନେକ ଦେଶ ଓ ମହାଦେଶ ଆବିଷ୍କାର କରିଥିଲେ । ଭାରତରେ ଏହାର ଗଠନ ଅଲଗା ଥିଲା । କପ୍ଟିଏ ତେଲ ମଧ୍ୟରେ ମାଛ ଆକୃତିର ଚୁମ୍ବକ ପଥରଟିକୁ ରଖାଯାଇ ଥିଲା । ତେଣୁ ତାହା ମତ୍ସ୍ୟ ଯନ୍ତ୍ର ନାମରେ ପରିଚିତ ହୋଇଥିଲା ।
କମ୍ପାସ ଠିକ୍ ଗୋଟିଏ ଘଡ଼ି ପରି ହୋଇଥାଏ । ଏଥିରେ ଗୋଟିଏ ସୂଚୀ ଚୁମ୍ବକ ରହିଥାଏ । ଚୁମ୍ବକଟିକୁ ଗୋଟିଏ ଧାତବ ଖୋଳ ମଧ୍ୟରେ ରଖାଯାଇଥାଏ । ତାହାର ଉପର ପାଖରେ ଗୋଟିଏ କାଚ ଢାଙ୍କୁଣି ଲାଗିଥାଏ । ଖୋଳ ମଧ୍ୟରେ ଗୋଟିଏ ଗୋଲାକାର ଚକତି ରଖାଯାଇଥାଏ । ତାହାର ଚାରି ପାଖରେ ୦୦ରୁ ୩୬୦୦ ପର୍ଯ୍ୟନ୍ତ ଅଙ୍କନ କରାଯାଇଥାଏ । ସେଥିରେ ଉର, ଦକ୍ଷିଣ, ପୂର୍ବ, ପଶ୍ଚିମ ଆଦି ଦିଗ ଦର୍ଶାଇ ଦିଆଯାଇଥାଏ । ଚକତିଟିର କେନ୍ଦ୍ର ଭାଗରେ ଗୋଟିଏ ଦଣ୍ଡ ଉପରେ ସୂଚୀ ଚୁମ୍ବକଟିକୁ ରଖାଯାଇଥାଏ । ଏହା କମ୍ପାସ ମଧ୍ୟରେ ଚୁମ୍ବକଟି ସବୁବେଳେ ଉର ଦକ୍ଷିଣ ହୋଇ ରହୁଥାଏ । ସମୁଦ୍ର ଯାତ୍ରା ସମୟରେ ଏଥିରୁ ଜାହାଜର ଗତି ପଥ ଓ ଦିଗ ସମ୍ପର୍କରେ ଏଥିରୁ ସୂଚନା ମିଳିଥାଏ ।
୧୫୪

ଗୋଟି ସମ୍ପାଦନା