"ଟ୍ରାକୋମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ରାକୋମା ନାମକ ଏକ ନୂଆ ରୋଗ ବିଷୟ ଲେଖାଗଲା
 
ଟ୍ରାକୋମା ଲେଖା ଚାଲିଛି
୧୫ କ ଧାଡ଼ି:
}}
'''ଟ୍ରାକୋମା''' ଏକ ରୋଗ ଯାହା [[କ୍ଲାମିଡିଆ ଟ୍ରାକୋମାଟିସ]] ନାମକ [[ଜୀବାଣୁ]]ଦ୍ଵାରା ସଂକ୍ରମିତ ହୁଏ ଓ ଏହି ରୋଗରେ ଆଖିର ଭିତର ପତା ବା [[କଞ୍ଜକ୍ଟାଇଭା]] ଚିକ୍କଣ ନ ରହି ଆବଡ଼ାଖାବଡ଼ା ହୋଇଯାଏ । ଇଂରାଜୀରେ ଏହି ଟ୍ରାକୋମା ଶବ୍ଦଟି ଗ୍ରୀକ ଭାଷାରୁ (Greek: τράχωμα, ‘roughness’) ନିଆଯାଇଛି । '''ଗ୍ରାନୁଲାର କଞ୍ଜକ୍ଟିଭାଇଟିସ୍''', '''ଇଜିପ୍ସିଆନ ଅଫ୍‌ଥାଲମିଆ'''<ref>{{cite book|last=Swanner|first=Yann A. Meunier ; with contributions from Michael Hole, Takudzwa Shumba & B.J.|title=Tropical diseases : a practical guide for medical practitioners and students|year=2014|publisher=Oxford University Press, USA|location=Oxford|isbn=9780199997909|page=199|url=http://books.google.ca/books?id=ZWcGAQAAQBAJ&pg=PT222}}</ref> ଓ '''ବ୍ଲାଇନ୍ଡିଙ୍ଗ ଟ୍ରାକୋମା''' ଇତ୍ୟାଦି ଶବ୍ଦମାନ ଏହାର ପ୍ରତିଶବ୍ଦ । ଭିତର ପତା ଆଖି ଡୋଳାରେ ଘସି ହେବା ଯୋଗୁ ଯନ୍ତ୍ରଣା ହୁଏ ଓ [[କର୍ନିଆ]]ର ସମ୍ମୁଖ ସ୍ତର ନଷ୍ଟ ହେବା ଯୋଗୁ ରୋଗୀ ଅନ୍ଧ ହୋଇଯାଏ ।<br />
ଆଖି ବା ନାକ ସହ ପ୍ରତ୍ୟକ୍ଷ ବା ପରୋକ୍ଷ ସଂସ୍ପର୍ଷଦ୍ଵାରା ଏହି ରୋଗ ସଂକ୍ରମିତ ହୁଏ । ରୋଗୀର ଆଖି ଓ ନାକ ସଂସ୍ପର୍ଷରେ ଆସିଥିବା ମାଛି ଓ ଲୁଗାପଟା ମାଧ୍ୟମରେ ଜୀବାଣୁ ଅନ୍ୟ ସୁସ୍ଥ ଲୋକକୁ ସଂକ୍ରମିତ କରେ । ବାରମ୍ଵାର ଏହି ରୋଗ ହେଲେ ଆଖି ପତା ଖରାପ ହୋଇଯାଇ ଡୋଳା ସହ ଘର୍ଷଣ ହୁଏ । ବଡ଼ ମଣିଷଙ୍କ ଅପେକ୍ଷା ପିଲାମାନଙ୍କଦ୍ଵାରା ରୋଗ ଅଧିକ ସଂକ୍ରମିତ ହୁଏ । ବିରର୍ଯ୍ୟସ୍ତ ସ୍ଵାସ୍ଥ୍ୟରକ୍ଷା ବ୍ୟବସ୍ଥା, ଅଧିକ ଲୋକଙ୍କର ସହାବସ୍ଥାନ, ଅଶୁଦ୍ଧ ଜଳ ଓ ଖରାପ ପାଇଖାନା ବ୍ୟବସ୍ଥା ଏହି ରୋଗ ବ୍ୟାପିବାରେ ସହଯୋଗ କରେ । <br />
ଏହି ରୋଗ ପ୍ରତିରୋଧ ନିମନ୍ତେ ଆଣ୍ଟିବାୟୋଟିକଦ୍ଵାରା ରୋଗୀଙ୍କ ଚିକିତ୍ସା ଓ ବିଷୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଚେଷ୍ଟା ଚାଲିଛି । ସାଦାରଣତଃ ଏହି ରୋଗ ହେଉଥିବା ସ୍ଥାନରେ ସମସ୍ତଙ୍କୁ ଏକାବେଳେ ଚିକିତ୍ସା ଆବଶ୍ୟକ । କେବଳ ଧୁଆଧୁଇ କଲେ ଯଥେଷ୍ଟ ନୁହେଁ. ଅନ୍ୟାନ୍ୟ ଚିକିତ୍ସା ଦରକାର ।<ref name=Ejere2012>{{cite journal|last=Ejere|first=HO|coauthors=Alhassan, MB; Rabiu, M|title=Face washing promotion for preventing active trachoma.|journal=The Cochrane database of systematic reviews|date=Apr 18, 2012|volume=4|pages=CD003659|pmid=22513915}}</ref> ଆଜିଥ୍ରୋମାଇସିନ ଖାଇବାକୁ ଦିଆଯାଏ ଓ ଟ୍ରାକୋମା ଥିବା ସ୍ଥାନରେ ଟେଟ୍ରାସାଇକ୍ଲିନ ଦେଇ ଏହାର ଚିକିତ୍ସା କରାଯାଏ ।<ref name=Evans2011>{{cite journal |author=Evans JR1, Solomon AW |title=Antibiotics for trachoma |journal=Cochrane Database Syst Rev |volume=16|issue=3 |pages=CD001860 |date=March 2011 |pmid=21412875 |doi=10.1002/14651858.CD001860.pub3}}</ref> ଆଜିଥ୍ରୋମାଇସିନ ଦିନକୁ ଗୋଟିଏ ଥର ଦିଆଯାଉଥିବାରୁ ଏହାକୁ ପସନ୍ଦ କରାଯାଏ ।<ref name=Mariotti2004>{{cite journal |author=Mariotti SP |title=New steps toward eliminating blinding trachoma |journal=N. Engl. J. Med. |volume=351 |issue=19 |pages=2004–7 |date=November 2004 |pmid=15525727 |doi=10.1056/NEJMe048205 |url=http://content.nejm.org/cgi/pmidlookup?view=short&pmid=15525727&promo=ONFLNS19}}</ref> ଆଖିପତାରେ ସ୍କାର ହେଲେ ଅପରେସନ କରି ଆଖିପତାର ପୋଜିସନ ଠିକ କରାଯାଏ ।<br />
ସାରା ପୃଥିବୀରେ ପ୍ରାୟ ୮୦ ନିୟୁତ ରୋଗୀ ଅଛନ୍ତି ।<ref name=Fen2012>{{cite journal|last=Fenwick|first=A|title=The global burden of neglected tropical diseases.|journal=Public health|date=Mar 2012|volume=126|issue=3|pages=233–6|pmid=22325616}}</ref> କେତେକ ସ୍ଥାନରେ ୬୦ ରୁ ୯୦ % ପିଲାଙ୍କଠାରେ ଏହି ରୋଗ ଦେଖାଯାଏ । ଏହା ଯୋଗୁ ପ୍ରାୟ ୨.୨ ନିୟୁତ ଲୋକଙ୍କର ଦୃଷ୍ଟିଶକ୍ତି କମିଯାଏ ଓ ଏମାନଙ୍କ ମଧ୍ୟରୁ ୧.୨ ନିୟୁତ ଅନ୍ଧ ହୁଅନ୍ତି ।
ଆଫ୍ରିକାର ୫୩ଟି ଦେଶରେ ଏହି ରୋଗ ଦେଖାଯାଏ, ଏସିଆ ତଥା ମଧ୍ୟ ଓ ଦକ୍ଷିଣ ଆମେରିକାରେ ୨୩୦ ନିୟୁତ ବିପଦଗ୍ରସ୍ତ ରହନ୍ତି ।<ref name=WHO2013>{{cite web|title=Blinding Trachoma Fact sheet N°382|url=http://www.who.int/mediacentre/factsheets/fs382/en/|work=World Health Organization|accessdate=14 March 2014|date=November 2013}}</ref> ଏହା ଯୋଗୁ ୬ ବିଲିଅନ ଡଲାର କ୍ଷତି ଆମେରିକା ସହେ ।
 
== ଆଧାର ==
"https://or.wikipedia.org/wiki/ଟ୍ରାକୋମା"ରୁ ଅଣାଯାଇଅଛି