"ବିଜୁଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ବର୍ଷାଦିନେ ବିଜୁଳି ଓ ଘଡ଼ଘଡ଼ି ନିତିଦିନିଆ କଥା ୤ ବ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୧୭:୧୯, ୨୨ ଜୁନ ୨୦୧୪ ଅନୁସାରେ କରାଯାଇଥିବା ବଦଳ

ବର୍ଷାଦିନେ ବିଜୁଳି ଓ ଘଡ଼ଘଡ଼ି ନିତିଦିନିଆ କଥା ୤ ବିଜୁଳି ଚକ୍ କରି ମାରିଦେଲେ ସାରା ଆକାଶ ଝଟକିଯାଏ ୤ ବିଜୁଳି ମାରିଲେ ପିଲାଏ ମଜାରେ କହନ୍ତି କି ଇନ୍ଦ୍ର ଦେବତା ଟର୍ଚ୍ଚପକେଇ ସବୁଆଡେ଼ ଠିକ୍ ବର୍ଷାହେଲାକି ନାହିଁ ଦେଖନ୍ତି । ଆମେ ଭୟରେ ଅପେକ୍ଷାକରୁ ଘଡ଼ଘଡ଼ିକୁ ୤ କିଛି ସମୟପରେ ଠାଏକରି ଘଡ଼ଘଡ଼ି ମାରେ ା ସତେଅବା ଇନ୍ଦ୍ର ରାଗିଯାଇ ବଜ୍ର ମାରନ୍ତି ା ବେଳେବେଳେ ବିଜୁଳି ମାରୁ ମାରୁ ଘଡ଼ଘଡ଼ି ମାରେ ତ ଆଉ କେତେବେଳେ ବହୁସମୟ ପରେ ମାରେ । ଅର୍ଥାତ୍ ସେମାନଙ୍କ ଭିତରେ ଏଇ ସମୟ ବ୍ୟବଧାନ ଆମପାଇଁ ସର୍ବଦା ସମାନ ରହେନା ା କିନ୍ତୁ ଉଭୟେ ବିଜୁଳି ଓ ଘଡ଼ଘଡ଼ି ଏକ ସମୟରେ ଆକାଶରେ ସୃଷ୍ଟିହୁଅନ୍ତି ା ତେବେ, ଆମପାଇଁ ଆଗେ ବିଜୁଳି ଓ ତାପରେ ଘଡ଼ଘଡ଼ି କାହିକି ? ବିଜୁଳିପାଇଁ ଘଡ଼ଘଡ଼ିର ସୃଷ୍ଟି ହେଇଥାଏ । ଆକାଶରେ ଭାସମାନ ବାଦଲକଣିକା ଗୁଡ଼ିକରେ ଚ଼ାର୍ଜ ରହିଥାଏ । ବାଦଲର ଉପରିଭାଗରେ ଥିବା କଣିକାଗୁଡ଼ିକରେ ଯୁକ୍ତାତ୍ମକଚ଼ାର୍ଜ ରହିଥିବା ବେଳେ ନିମ୍ନଭାଗରେ ଥିବା କଣିକାଗୁଡ଼ିକରେ ବିଯୁକ୍ତାତ୍ମକଚ଼ାର୍ଜ ରହିଥାଏ । ଆମେ ଜାଣୁ ପାନିଆରେ ନୁଖୁରାମୁଣ୍ଡ କୁଣ୍ଡେଇବା ପରେ ତାକୁ କାଗଜ ଟୁକୁରା ଆଡ଼କୁ ଦେଖେଇଲେ, କାଗଜ ଟୁକୁରାଗୁଡ଼ିକ ପାନିଆ ଆଡ଼କୁ ଟାଣି ହେଇଆସେ । କାରଣ ମୁଣ୍ଡକୁଣ୍ଡେଇବା ଫଳରେ ପାନିଆ ଚ଼ାର୍ଜିତ ହୋଇଥାଏ ଓ ତାହା କାଗଜ ଟୁକୁରାକୁ ବିପରୀତ ଢଙ୍ଗରେ ଚ଼ାର୍ଜିତ କରେ । ଠିକ୍ ସେମିତି ବାଦଲର ନିମ୍ନଭାଗ ଚ଼ାର୍ଜିତ ହେଇଥିବାରୁ ବାଦଲ ତଳେ ଥିବା ଭୂମିଉପରେ ଯୁକ୍ତାତ୍ମକଚ଼ାର୍ଜ ଜମାହୁଏ । ଯେତେବେଳେ ବାଦଲତଳ ଓ ଭୂମିଉପରର ପରସ୍ପର ବିପରୀତ ଚ଼ାର୍ଜ ମିଶିବାକୁ ଯାଆନ୍ତି, ବାୟୁ ମଧ୍ୟଦେଇ ଏକ ବିଦୁ୍ୟତ୍ସ୍ରୋତ ପ୍ରବାହିତ ହୁଏ, ଯାହାକୁ ବିଜୁଳିରୂପରେ ଆମେ ଦେଖୁ । ବିଦୁ୍ୟତ୍ସ୍ରୋତର ପ୍ରବାହ ଯୋଗୁଁ ଯେମିତି ଘରେ ହିଟର୍ ଗରମ ହୁଏ, ଠିକ୍ ସେମିତି ବିଜୁଳିସ୍ରୋତ ଯେଉଁପଥ ଦେଇ ପ୍ରବାହିତ ହୁଏ, ବାୟୁକଣିକା ଗରମ ହୋଇ ସେଇ ସ୍ଥାନର ତାପମାତ୍ରା ପ୍ରାୟ ୩୦,୦୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍ରେ ପହଞ୍ଚିଯାଏ ା ତୁଳନାପାଇଁ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଫୁଟନ୍ତାପାଣିର ତାପମାତ୍ରା ମାତ୍ର ୧୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ା ବାୟୁ ଉତ୍ତପ୍ତ ହେଲେ ତାହାର ଆୟତନ ବୃଦ୍ଧିପାଏ ା ବିଜୁଳିସ୍ରୋତପାଇଁ ସ୍ରୋତପଥରେ ଉପସ୍ଥିତ ବାୟୁର ଆୟତନ ଗୋଟିଏ ସେକେଣ୍ଡ୍ର ଲକ୍ଷେଭାଗରୁ ଏକଭାଗ ସମୟ ମଧ୍ୟରେ ପ୍ରାୟ ହଜାରେଗୁଣ ବଢିଯାଏ ା ଉକ୍ତ ସଂପ୍ରସାରିତ ବାୟୁ ସ୍ରୋତପଥକୁ ଘେରି ରହିଥିବା ସ୍ଥିରବାୟୁକୁ ହଠାତ୍ ଠେଲିଦିଏ, ଯାହାକି ବାୟୁକଣିକାରେ ଖୁବ୍ଜୋର୍ କମ୍ପନ ସୃଷ୍ଟିକରେ । ଫଳରେ ଏକ ଶକ୍ତିଶାଳୀ ଶବ୍ଦ ତରଙ୍ଗ ସୃଷ୍ଟିହୁଏ । ତାକୁ ଆମେ ଘଡ଼ଘଡ଼ି କହୁ ା ଏସବୁ ନିମିଷେକ ଭିତରେ ଘଟିଯାଏ । ଉପରୋକ୍ତ ବର୍ଣ୍ଣନାରୁ ଜଣାପଡ଼ିଲା ଯେ ବିଜୁଳି ଓ ଘଡ଼ଘଡ଼ି ଏକ ସଙ୍ଗରେ ସୃଷ୍ଟିହୁଏ । ଶବ୍ଦ ଓ ଆଲୋକ ଉଭୟ ତରଙ୍ଗହେଲେ ମଧ୍ୟ ଶବ୍ଦ ତୁଳନାରେ ଆଲୋକ ଅତି କ୍ଷୀପ୍ର ା ଗୋଟିଏ ସେକେଣ୍ଡରେ ଶବ୍ଦ ମାତ୍ର ୩୩୨ ମିଟର ଗତି କଲାବେଳେ ଆଲୋକ ଗତିକରେ ୨,୯୯,୭୯୨,୪୫୮ ମିଟର ା ଅର୍ଥାତ୍ ଶବ୍ଦଠାରୁ ଆଲୋକ ନଅ ଲକ୍ଷ ଗୁଣ ଶୀଘ୍ର ଗତି କରିପାରେ । ତେଣୁ ବିଜୁଳି ସୃଷ୍ଟିହେବାର ଅତିକମ୍ ସମୟ ଭିତରେ ତାହାର ଆଲୋକ ଆମ ଆଖିପାଖରେ ପହଞ୍ଚି ଯାଉଥିବାରୁ ଆମେ ବିଜୁଳିକୁ ଦେଖିପାରୁ । କିନ୍ତୁ ଆଲୋକ ତୁଳନାରେ ଧ୍ବନିତରଙ୍ଗ ଧିରେ ଧିରେ ଗତିକରି ବହୁସମୟ ପରେ ଆସି ଆମ କାନପରଦା ପାଖରେ ପହଞ୍ଚୁଥିବାରୁ ଆମେ ଡେରିରେ ଘଡ଼ଘଡ଼ି ଶବ୍ଦ ଶୁଣିବାକୁ ପାଉ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଶବ୍ଦ ଗତି କରିବାପାଇଁ ଏକ ମାଧ୍ୟମ ଜରୁରି, ମାତ୍ର ଆଲୋକ ଶୂନ୍ୟରେ ଯାଇପାରେ ା ଶବ୍ଦ ସୃଷ୍ଟିହୁଏ କଂପନରୁ, ମାତ୍ର ଆଲୋକ ଏକ ବିଦୁ୍ୟତ୍-ଚୁମ୍ବକୀୟ ତରଙ୍ଗ । ବିଜୁଳି ଓ ଘଡଘଡ଼ି ମଧ୍ୟରେ ରହୁଥିବା ସମୟ ବ୍ୟବଧାନରୁ ଆମେ ମୋଟାମୋଟି ଭାବେ ବିଜୁଳି ଉତ୍ପନ୍ନ ହୋଇଥିବା ସ୍ଥାନର ଉଚ୍ଚତା ହିସାବ କରିପାରିବା ା ଘଡ଼ଘଡ଼ି ଏକ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପ୍ରାୟ ୩ ସେକେଣ୍ଡ ସମୟ ନିଏ ା ଅର୍ଥାତ୍ ବିଜୁଳି ମାରିବାର ତିନି ସେକେଣ୍ଡ୍ ପରେ ଘଡ଼ଘଡ଼ି ଶୁଣିଲେ ଆମେ ଧରିନେବା ଯେ ଏକ କିଲୋମିଟର୍ ଉଚ୍ଚାରେ ବିଜୁଳି ଓ ଘଡ଼ଘଡ଼ି ସୃଷ୍ଟିହେଇଛି । ସାଧାରଣତଃ ୨୪ କି.ମି.ରୁ ଅଧିକ ଦୂରରେ ଘଡ଼ଘଡ଼ି ସୃଷ୍ଟି ହେଲେ ଆମେ ତାହା ଶୁଣିପାରୁନାହିଁ ା

   ଅଧ୍ୟାପକ କମଳାକାନ୍ତ ଜେନା