"କଉଡ଼ି ଖେଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧୩ କ ଧାଡ଼ି:
କଉଡ଼ି ଖେଳରେ ୨ ବା ୪ ଜଣ ଖେଳାଳୀ ଖେଳନ୍ତି। ଖେଳାଳିମାନେ କଉଡ଼ିତକ ମୁଠାରେ ମୁଠାଇ ତାହାପରେ ମୁଠାକୁ ଫିଟାଇ ଦେଇ କଉଡ଼ିତକ ଭୁଇଁରେ ପକାଇ ଦିଅନ୍ତି। ଯେତେ କଟ କଉଡ଼ି ମୁହଁମାଡ଼ି (ମାଠ) ହୋଇ ଭୂଇଁରେ ପଡ଼େ କିମ୍ବା ପିଠିମାଡ଼ି (ଚିତି) ହୋଇ ପଡ଼େ ସେହି ଅନୁସାରେ ସେମାନଙ୍କୁ ଦାନ ମିଳେ। ଦାନମାନଙ୍କର ଭିନ୍ନ ଭିନ୍ନ ନାମ ଅଛି,
ଯଥା— ଗୋଟିଏ କଟ କଉଡ଼ି ଚିତି ହେଲେ ଏକ, ଦୁଇଟି କଟ ଚିତି ହେଲେ ଦୁଗା ବା ଲେଙ୍କା,ତିନିଟି କଟ ଚିତି ହେଲେ ତିନି, ଚାରିଟି କଟ ଚିତି ହେଲେ ଚାରି ବା ଚାଆର; ପାଂଚଟି କଟ ଚିତି ହେଲେ ପାଞ୍ଚ ବା ପଚିଶ, ଛଅ ବା ସାତ କଟ ଚିତି ହେଲେ ବାର ବା ବାଆର;ଛଅ ବା ସାତ କଟ ମାଠ ହେଲେ ଛକା । ପ୍ରାପ୍ତ ଦାନ ଅନୁସାରେ ଖେଳାଳୀମାନେ ନିଜ ନିଜର ସାରଗୁଡ଼ିକୁ ଭୂଇଁରେ କଟା ହୋଇଥିବା ଘରାରେ ସେତିକି ଲେଖାଏଁ ଘର ଚଳାନ୍ତି।
 
[[ଶ୍ରେଣୀ:ଓଡ଼ିଆ ଚଳଣି]]