"କଉଡ଼ି ଖେଳ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
"କଉଡ଼ି ଖେଳ ଓଡ଼ିଶାର ଗ୍ରାମାଂଚଳରେ ପ୍ରଚଳିତ ଏବଂ ଲୋ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ |
(କିଛି ବଦଳିନାହିଁ)
|
୧୩:୩୪, ୯ ଜୁନ ୨୦୧୪ ଅନୁସାରେ କରାଯାଇଥିବା ବଦଳ
କଉଡ଼ି ଖେଳ ଓଡ଼ିଶାର ଗ୍ରାମାଂଚଳରେ ପ୍ରଚଳିତ ଏବଂ ଲୋକପ୍ରିୟ।
ଏହାର ପ୍ରଚଳନ ଆଧୁନିକ ଯୁଗରେ ମଧ୍ୟ ରହିଛି। ପ୍ରାୟ ପ୍ରତ୍ୟେକ ବାହାଘରେ ବରକନ୍ୟା କଉଡ଼ି ଖେଳିଥାନ୍ତି। ଘରର ବୟୋଜ୍ୟେଷ୍ଠା ସ୍ତ୍ରୀଲୋକ ମାନେ ସେମାନଙ୍କୁ କଉଡ଼ି ଖେଳାଇ ଥାଆନ୍ତି।
ଏହାଛଡ଼ା ଆହୁରି ଅନେକ ପ୍ରକାରର କଉଡ଼ି ଖେଳ ରହିଛି : କସିପାଞ୍ଜି ବା ପାଇଁଛେକ ( ୬: କଟ କଉଡ଼ିରେ ଖେଳାଯାଏ), ଚାରିଚଉକ ( ୪: କଟ), ଆଠପଚିଶ ( ୭: କଟ), ହାଡ଼ିହାଡ଼ିକା ( ୬: କଟ), ଟିପାଟିପି ( ୪: କଟ)
କଉଡ଼ି ଖେଳରେ ୨ ବା ୪ ଜଣ ଖେଳାଳୀ ଖେଳନ୍ତି। ଖେଳାଳିମାନେ କଉଡ଼ିତକ ମୁଠାରେ ମୁଠାଇ ତାହାପରେ ମୁଠାକୁ ଫିଟାଇ ଦେଇ କଉଡ଼ିତକ ଭୁଇଁରେ ପକାଇ ଦିଅନ୍ତି। ଯେତେ କଟ କଉଡ଼ି ମୁହଁମାଡ଼ି (ମାଠ) ହୋଇ ଭୂଇଁରେ ପଡ଼େ କିମ୍ବା ପିଠିମାଡ଼ି (ଚିତି) ହୋଇ ପଡ଼େ ସେହି ଅନୁସାରେ ସେମାନଙ୍କୁ ଦାନ ମିଳେ। ଦାନମାନଙ୍କର ଭିନ୍ନ ଭିନ୍ନ ନାମ ଅଛି, ଯଥା— ଗୋଟିଏ କଟ କଉଡ଼ି ଚିତି ହେଲେ ଏକ, ଦୁଇଟି କଟ ଚିତି ହେଲେ ଦୁଗା ବା ଲେଙ୍କା,ତିନିଟି କଟ ଚିତି ହେଲେ ତିନି, ଚାରିଟି କଟ ଚିତି ହେଲେ ଚାରି ବା ଚାଆର; ପାଂଚଟି କଟ ଚିତି ହେଲେ ପାଞ୍ଚ ବା ପଚିଶ, ଛଅ ବା ସାତ କଟ ଚିତି ହେଲେ ବାର ବା ବାଆର;ଛଅ ବା ସାତ କଟ ମାଠ ହେଲେ ଛକା । ପ୍ରାପ୍ତ ଦାନ ଅନୁସାରେ ଖେଳାଳୀମାନେ ନିଜ ନିଜର ସାରଗୁଡ଼ିକୁ ଭୂଇଁରେ କଟା ହୋଇଥିବା ଘରାରେ ସେତିକି ଲେଖାଏଁ ଘର ଚଳାନ୍ତି।