"ସରସ୍ୱତୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Wikipedia python library
୩୯ କ ଧାଡ଼ି:
ଆର୍ଯ୍ୟ ଋଷିଗଣ ସ୍ତୁତି କରୁଛନ୍ତି, ହେ ଶ୍ରେଷ୍ଠ ମାତା, ହେ ଶ୍ରେଷ୍ଠ ନଦୀ, ହେ ଶ୍ରେଷ୍ଠ ଦେବୀ - ଆମେ ସବୁ ଅପ୍ରଶସ୍ତ ପ୍ରାଣୀ, ଆମକୁ ପ୍ରଶସ୍ତ ତଥା ବିସ୍ତାରିତ କରାଅ ।
ଏହି ଆଦ୍ୟାଶକ୍ତି - ଆଦିମାତାଙ୍କଠାରୁ ଭକ୍ତଭିକ୍ଷା କରି ଯୁଗେଯୁଗେ ଦେବତାମାନେ ଅସୁରଙ୍କ କବଳରୁ ରକ୍ଷା ପାଇଛନ୍ତି । ବ୍ରହ୍ମା ମଧୁକୈଟଭ ଜାତରୁ, ମହାଦେବ ତ୍ରିପୁରାସୁରଠାରୁ, ଇନ୍ଦ୍ର ଦୁର୍ବାସାଙ୍କ ଅଭିଶାପରୁ ରକ୍ଷା ପାଇଥିବା ବେଳେ ପ୍ରଭୁ ଶ୍ରୀରାମ ରାବଣଙ୍କ ଉପରେ ବିଜୟ ଲାଭ କରିଛନ୍ତି । କୁରୁକ୍ଷେତ୍ରରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜୟଲାଭ ପାଇଁ ଦେବୀ ସରସ୍ଵତୀଙ୍କର ସ୍ତୋତ୍ରପାଠ କରାଇଥିଲେ ।
ହିନ୍ଦୁଧର୍ମ ବ୍ୟତୀତ ବୌଦ୍ଧ, ଜୈନ ଧର୍ମରେ ମଧ୍ୟ ଦେବୀ ସରସ୍ଵତୀଙ୍କର ଆରାଧନା ରହିଛି । ଭାରତ ବାହାରେ ତିବ୍‌ବତ, ଚୀନ ଏବଂ ଜାପାନରେ ଦେବୀ ସରସ୍ଵତୀ ବୌଦ୍ଧଦେବୀ ଭାବେ ଜନାଦୃତ । ମଥୁରା ନିକଟସ୍ଥ କାଳୀତିକା ଜୈନ ସ୍ତୁପରୁ ଏକ ମନୋଜ୍ଞ ସରସ୍ଵତୀ ମୂର୍ତ୍ତି ମିଳିବା ଘଟଣାରୁ ଜୈନଧର୍ମରେ ସରସ୍ଵତୀଙ୍କର ପୂଜା ରହିଥିବା ସୂଚନା ଦିଏ । ବୌଦ୍ଧ ଧର୍ମଶାସ୍ତ୍ର 'ସାଧନମାଳା'ରେ ଉଲ୍ଲେଖ ଅଛି ଯେ ଦେବୀ ସରସ୍ଵତୀ ଭକ୍ତମାନଙ୍କୁ ଜ୍ଞାନ ଓ ବୁଦ୍ଧି ଦାନ କରନ୍ତି । ଏହି ଗ୍ରନ୍ଥରେ ସରସ୍ଵତୀ ଚତୁଃରୂପରେ ପୂଜିତା - ମହା ସରସ୍ଵତୀ, ବଜ୍ରବୀଣା ସରସ୍ଵତୀ, ବଜ୍ରଶାରଦା ଏବଂ ବଜ୍ର ସରସ୍ଵତୀ । ବୌଦ୍ଧ ଧର୍ମ ଉପରେ ପଡିଥିବାପଡ଼ିଥିବା ତାନ୍ତ୍ରିକ ପ୍ରଭାବ ଯୋଗୁଁ ହିଁ ଜ୍ଞାନ ଏବଂ ବୁଦ୍ଧିମତାର ବୌଦ୍ଧଦେବୀ 'ପ୍ରଜ୍ଞା ପାରମିତା' ପରବର୍ତ୍ତୀ ସମୟରେ ସରସ୍ଵତୀ ରୂପେ ପରିଚିତ ହେଲେ ।
ବୃହଦ୍ ଦେବତା ଗ୍ରନ୍ଥରେ ଅଛି -<br />
ମାତା ପୁତ୍ରୌ ତୁ ବାକ୍ ପ୍ରାଣୌ / ମାତା ବା ପିତରଃ ସୁତଃ ।<br />
"https://or.wikipedia.org/wiki/ସରସ୍ୱତୀ"ରୁ ଅଣାଯାଇଅଛି