"ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Migrating 21 interwiki links, now provided by Wikidata on d:q1296075 (translate me) |
ଟିକେ Wikipedia python library |
||
୩୨ କ ଧାଡ଼ି:
[[ଫାଇଲ:A RSS swayamsevak.jpg|thumb|right|150px|A RSS volunteer in the full uniform taking an oath to serve his motherland]]
ରାଷ୍ଟୀୟ ସ୍ଵୟଂସେବକ ସଂଘ (ଆରଏସ୍ଏସ୍) [[ମହାତ୍ମା ଗାନ୍ଧୀ|ଗାନ୍ଧିଜୀ]]ଙ୍କ ସେହି ଦର୍ଶନରେ ସମ୍ପୂର୍ଣ୍ଣ ସହମତି ପ୍ରକାଶ କରେ ଯେଉଁଥିରେ କୁହାଯାଏ ଯେ, ହିନ୍ଦୁତ୍ଵରେ ମହମ୍ମଦ, ଜୋରଷ୍ଟର୍ ଓ ମୋଜେଜଙ୍କ ପାଇଁ ଯେତିକି ସ୍ଥାନ ରହିଛି ଯୀଶୁଙ୍କ ପାଇଁ ମଧ୍ୟ ଅନୁରୂପ ସ୍ଥାନ ରହିଛି। [[ଭାରତ]]ରେ ଥିବା ମୁସଲମାନ ଭାଇ ଭଉଣୀମାନେ ଯେ ପ୍ରକୃତରେ ବଳପ୍ରୟୋଗ ଓ ପରିସ୍ଥିତିର ଶିକାର ହୋଇ ହିନ୍ଦୁରୁ ମୁସଲମାନ ଧର୍ମକୁ ପରିବର୍ତ୍ତିତ ହୋଇଛନ୍ତି, ଏହା ମଧ୍ୟ ସ୍ଵୀକାରଯୋଗ୍ୟ । ଏବେ ମଧ୍ୟ ସେମାନେ ବିଭିନ୍ନ ଦୃଷ୍ଟିକୋଣରୁ ହିନ୍ଦୁ ଭାବେ ପରିଗଣିତ। ପ୍ରଗତି, ସମୃଦ୍ଧି ଓ ସ୍ଵାଧିନତା ପାଇ ସେମାନେ ଯେ ଦିନେ ପୁଣି ଥରେ ମନାତନ ବିଶ୍ଵାସ ଓ ଜୀବନ ଶୈଳୀକୁ ଆପଣାଇବେ ଏହି ବିଶ୍ଵାସ ରଖାଯିବା ଉଚିତ। ଇଂରେଜମାନଙ୍କ ଡିଭାଇଡ ଆଣ୍ଡ ରୁଲ ନୀତି ଯୋଗୁଁ ତତ୍କାଳୀନ ଭାରତୀୟ ରାଜନୀତିଜ୍ଞ ଓ ନେତାମାନେ ଅଖଣ୍ଡ ଭାରତର ସାର୍ବଭୌମତ୍ଵ ସହ ସାଲିସ କରିବାକୁ ବାଧ୍ୟ ହୋଇଥିଲେ । ଯେଉଁଥିପାଇଁ ଆମକୁ ଦେଶ ବିଭାଜନର ଶକ୍ତ ଧକ୍କା ସହ୍ୟ କରିବାକୁ
ଗାନ୍ଧିଜୀ ୧୯୩୪ ଡିସେମ୍ବରରେ ୱ୍ଆର୍ଦ୍ଧାସ୍ଥିତ ଆରଏସ୍ଏସ୍ ଶୀତକାଳୀନ ଶିବିରକୁ ପରିଦର୍ଶନରେ ଯାଇଥିଲେ ଓ ସେପ୍ଟେମ୍ବର ୧୯୪୭ରେ ଦିଲ୍ଲୀର ଭଙ୍ଗି କଲୋନୀ ଠାରେ ଆରଏସ୍ଏସ୍ ର କର୍ମକର୍ତ୍ତାଙ୍କୁ ଉଦବୋଧନ୍ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସେ ଆରଏସ୍ ଏସ୍ ସତ୍ୟନିଷ୍ଠ ଭାବନା ଓ ଶୃଙ୍ଖଳାକୁ ଭୂୟସୀ ପ୍ରଶଂସା କରିଥିଲେ। ସେ କେବେହେଲେ ଆରଏସ୍ ଏସକୁ ସମାଲୋଚନା କରିବା ତ ଦୂରର କଥା ଆରଏସ୍ ଏସ୍ ବିରୁଦ୍ଧରେ ପଦୁଟିଏ କହିନଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଗାନ୍ଧିଜୀଙ୍କ ହତ୍ୟା ପରେ ଶ୍ରୀ ଗୁରୁଜୀଙ୍କ ସମେତ ୧୭ ହଜାର ଆରଏସ୍ଏସ୍ କର୍ମୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ବିରୁଦ୍ଧରେ ମହାତ୍ମାଗାନ୍ଧୀଙ୍କ ହତ୍ୟା ଷଡଯନ୍ତ୍ର ଅଭିଯୋଗ ଅଣାଯାଇଥିଲା। ଏଥିନେଇ ଆରଏସ୍ଏସ୍ କର୍ମୀମାନେ ସତ୍ୟାଗ୍ରହ କରିଥିଲେ। ଇତିମଧ୍ଯରେ ଦେଶର କୌଣସି ସାଂସଦ ଏହି ପ୍ରସଙ୍ଗ କେବେହେଲେ କୌଣସି ବିଧାନସଭା କିମ୍ବା ସଂସଦରେ ଉଠାଇନଥିଲେ । ଆରଏସ୍ଏସ୍ କୁ ଗାନ୍ଧିଜୀଙ୍କ ହତ୍ୟା ପ୍ରସଙ୍ଗରେ ଯୋଡି ଦିଆଯିବାରୁ ଏହାକୁ ଦିନେ ନିଜ ଅସ୍ତିତ୍ଵ ପାଇଁ ସଂଗ୍ରାମ କରିବାକୁ
=== ପ୍ରଥମ ଦଶନ୍ଧି ===
ପ୍ରଥମ ୧୦ ବର୍ଷରେ ଭାରତୀୟ ଜନସଂଘ ସାଙ୍ଗଠନିକ ନୀତି ନିର୍ଦ୍ଧାରଣ, ଦଳୀୟ ଆଦର୍ଶ ବିସ୍ତାର ଓ ରାଜନୈତିକ ନୀତି ନିର୍ଦ୍ଧାରଣ, ଦଳୀୟ ଆଦର୍ଶ ବିସ୍ତାର ଓ ରାଜନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ଵ ପ୍ରଦାନ କରିଥିଲା। ଏହି ଦଶନ୍ଧିରେ ଦଳ କାଶ୍ମୀର, କଚୁ ଓ ବେରୁବାରିର ପ୍ରାଦେଶିକ ଅଖଣ୍ଡତା ପ୍ରସଙ୍ଗକୁ ଦୃଢତାର ସହ ଉତଥାପଏ କରିଥିଲା। ଏଥିପାଇଁ ଦଲର ସଂଘର୍ଷ ମଧ୍ୟ ଉଲ୍ଲେଖଯୋଗ୍ୟ । ଏହି ସଂଘର୍ଷରେ ଦଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡଃ ମୁଖାର୍ଜୀ କାଶ୍ମୀର ଜେଲରେ ଶହୀଦ ହୋଇଥିଲେ। ସମ୍ବିଧାନର ଧାରା ୪୮ ଅନ୍ତର୍ଗତ ଦଳ ଗୋମାତାର ସୁରକ୍ଷା ପାଇଁ ଦାବି କରିଥିଲା। ଗାନ୍ଧିଜୀଙ୍କ ଘୋଷଣା ମୁତାବକ ଗୋମାତାର ସୁରକ୍ଷା ସ୍ଵରାଜ ଠାରୁ ମଧ୍ୟ ଅଧିକ ଗୁରୁତ୍ଵପୂର୍ଣ୍ଣ । ଏହା ଉପଲବ୍ଧି କରି ଦଳ ଗୋମାତାର ସୁରକ୍ଷା ପାଇଁ ଅଣ୍ଟା ଭିଡିଥିଲା। ଜମିଦାରୀ ଓ ଜାଗିରିଦାରୀ ପ୍ରଥା ବିରୁଦ୍ଧରେ ଭାରତୀୟ ଜନସଂଘ ନିଜର ସ୍ଵର ଦୃଢ କରିବା ସହ ପରମିଟ୍ ଲାଇସେନ୍ସ - କୋଟା ରାଜକୁ ତୀବ୍ର ବିରୋଧ କରିଥିଲା। ରାଷ୍ଟ୍ରୀୟ ସୁରକ୍ଷାକୁ ଅଧିକ୍ ମଜବୁତ କରିବା ପାଇଁ ଭାରତୀୟ ଜନସଂଘ ହିଁ ଆଣବିକ ଶକ୍ତିକୁ ଏକ ବିକଳ୍ପ ଭାବେ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ୧୯୬୨ରେ ଚୀନ ଓ ୧୯୬୫ରେ ପାକିସ୍ତାନ ସହ ଯୁଦ୍ଧ ସମୟରେ ସଂଘ ପରିବାର ଦେଶରେ ଏକ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏପରିକି ୧୯୬୫ ଯୁଦ୍ଧ ସମୟରେ ଆରଏସ୍ଏସକୁ ପୁଲିସ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଏହି ସମୟରେ ଆରଏସଏସର୍ କାର୍ଯ୍ୟ କୁଶଳତା ଓ ନିଛକ ଦେଶପ୍ରେମ ଦେଶର୍ ସବୁ ସଂପ୍ରଦାୟ ବେଶ ଉପଲବ୍ଧି କରିପାରିଥିଲେ। ଯାହାଦ୍ଵାରା ହଜାର ହଜାର ସଂଖ୍ୟାରେ ମୁସଲମାନ ସଂପ୍ରଦାୟର ଲୋକମାନେ ଜନସଂଘରେ ଯୋଗଦେଇଥିଲେ। ସେଥିପାଇଁ ଶ୍ରୀ ଗୁରୁଜୀଙ୍କୁ ସ୍ବତନ୍ତ୍ର ଭାବେ ରାଷ୍ଟ୍ରୀୟ ଏକତା ପରିଷଦକୁ ନିମନ୍ତ୍ରିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଜେନେରାଲ୍ କୁଲବନ୍ତ ସିଂ କହିଥିଲେ ଯେ, ପଞ୍ଜାବ ହେଉଛି ଭାରତର ଖଡ୍ଗ ଓ ଆରଏସ୍ଏସ୍ ପଞ୍ଜାବର ଖଡ୍ଗ।
ପରାଧୀନ ଥିବାରୁ ସବୁ ଦେଶରେ ଯେଉଁ ଦଳ ରାଷ୍ଟ୍ରର ସ୍ବାଧୀନତା ସଂଗ୍ରାମରେ ନିୟୋଜିତ ହୋଇଥାଏ, ସେହିଦଳ ସ୍ବାଧୀନତା ପରେ ଅନେକ ସମୟ ଧରି କ୍ଷମତାରେ ରହିବା ସ୍ଵାଭାବିକ । ସେହିପରି କଂଗ୍ରେସ ମଧ୍ୟ ସ୍ଵାଧୀନୋତ୍ତର ଭାରତରେ ଦୀର୍ଘ ୨୦ ବର୍ଷ ପର୍ଯ୍ୟନ୍ତ ଶାସନରେ ରହିଥିଲା । କିନ୍ତୁ ୧୯୬୭ରେ କଂଗ୍ରେସର ଏଭଳି ଏକାଧିପତ୍ୟ ନଷ୍ଟ ହେଲା । ପଞ୍ଜାବରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ସବୁଠାରେ ଅଣକଂଗ୍ରେସ ମେଣ୍ଟ କ୍ଷମତାକୁ ଆସିଲା । କୁହାଗଲା, ଅମୃତସରରୁ କୋଲକାତା ପର୍ଯ୍ୟନ୍ତ ଗଲେ ରାସ୍ତାରେ ଗୋଟିଏ ହେଲେ ମଧ୍ୟ କଂଗ୍ରେସଶାସିତ ରାଜ୍ୟ
ଦିନଦୟାଲଜୀଙ୍କ ହତ୍ୟା ଭାରତୀୟ ଜନସଂଘ ପାଇଁ ଏକ ଶକ୍ତ ଧକ୍କା ଥିଲା । କିନ୍ତୁ ଏହା ଦଳକୁ କର୍ତ୍ତବ୍ୟ ପଥରୁ ବିଚ୍ୟୁତ କରିପାରିନଥିଲା । ପୁଣି ଥରେ ଶ୍ରୀ [[ଅଟଳ ବିହାରୀ ବାଜପେୟୀ]]ଙ୍କ ନେତୃତ୍ଵରେ ଦଳ ନିଜକୁ [[ବାଂଲାଦେଶ]]ର ମୁକ୍ତି ଆନ୍ଦୋଳନରେ ସାମିଲ କଲା । ଦେଶରେ ବର୍ଦ୍ଧିତ ଖାଦ୍ୟ ପଦାର୍ଥ ମୂଲ୍ୟ ଓ ଖାଦ୍ୟାଭାବ ବିରୋଧରେ ବୃହତ ଆନ୍ଦୋଳନ କଲା । ୧୯୭୧ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଦଳ ନିଜର ନିର୍ବାଚନୀ ଇସ୍ତାହାରରେ ଦାରିଦ୍ର୍ୟ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲା । ଚିରାଚରିତ ଭାବେ ପରଶ୍ରୀକାତର କଂଗ୍ରେସ ଏହି ସ୍ଲୋଗାନକୁ ଚୋରି କରି ନେଇ ହିନ୍ଦୀରେ ରୂପାନ୍ତରିତ କରି ଗରିବ ହଟାଓ ଆହ୍ଵାନ ଦେଲା। ଏହି ସ୍ଲୋଗାନ ବେଶ ଲୋକପ୍ରିୟ ହେଲା । ଫଳରେ ୧୯୭୧-୭୨ ନିର୍ବାଚନରେ କଂଗ୍ରେସକୁ ପ୍ରବଳ ଜନମତ ମିଳିଲା। ଏହାସତ୍ତ୍ଵେ ଜନସଂଘ ରାଜନୈତିକ ଉତଥାନ ଓ ପତନକୁ ସାହସ ଓ ଧୈର୍ଯ୍ୟର ସହ ସମ୍ମୁଖୀନ ହେଲା ।
|