"ରଜନୀ ଭିସେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Wikipedia python library
ଟିକେ Wikipedia python library
୬ କ ଧାଡ଼ି:
ଆଉ ଗୋଟିଏ ସୁଯୋଗ ମିଳିଲା ଯେତେବେଳେ ସି.ଆର.ଆଇ.ର ନିର୍ଦ୍ଦେଶକ ଡାଃ. ଏମ.ଜି.ଦେଓ ମୋତେ ଜେନୋଟକ୍ସିସିଟି ଲାବୋରେଟରୀ (genotoxicitly laboratory)ପ୍ରସ୍ତୁତ କରିବାକୁ ମୋତେ ଦାୟିତ୍ତ୍ଵ ଦେଲେ । ବିପଦ ଜନକ ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କର ଜିନ (gene) ପ୍ରତି ବିପଦ ଅଛି କି ନାହିଁ ସେ ବିଷୟ ନିରୀକ୍ଷଣ କରିବା ଇଚ୍ଛା ତାଙ୍କର ଥିଲା । ଏହି ଭଳି ଲୋକ ଖୋଜିବା ମଧ୍ୟ ମୋ ଦାୟିତ୍ତ୍ଵ ଥିଲା । ଜୀବକୋଷ ଓ ଜେନେଟିକ ଅନୁଶୀଳନ ନିମନ୍ତେ ବିଶାରଦ ହେବା ଆବଶ୍ୟକ ଥିଲା । ଅଧିକ ଟୋବାକୋ ଗୁଣ୍ଡ ଓ ଉଦବାୟୀ ସଂସ୍ପର୍ଶରେ ଆସୁଥିବା ଫ୍ୟାକ୍କ୍ଟରୀ ଲୋକମାନଙ୍କର ସ୍ୱାସ୍ଥ୍ୟ ଓ ଜେନେଟିକ ବିପଦ ଅନୁଶୀଳନ କରିବାକୁ ମୁଁ ସ୍ଥିର କଲି । </br>
ଗୋଟିଏ ଶିକ୍ଷାନବିଶର ଉତ୍ସାହ ନେଇ ମୁଁ ଭାରତୀୟ ଟୋବାକୋ କମ୍ପାନୀର ଶ୍ରମିକମାନଙ୍କ ପାଖକୁ ଗଲି । ଟୋବାକୋ ପ୍ରସେସର କର୍ମଚାରୀଙ୍କ (Tobacco processor ) ମଧ୍ୟରେ ଅଧିକାଂଶ ମହିଳା ଥିଲେ ଯେଉଁମାନେ ଟୋବାକୋ ଗୁଣ୍ଡ ଆଘ୍ରାଣ କରୁଥିଲେ । କର୍ଣାଟକର ନିପାଣିରେ (Nipani) ଥିବା କର୍ମଚାରୀମାନଙ୍କୁ ଚିହ୍ନଟ କରି କୋଲ୍ହାପୁରର ଶିବାଜୀ ୟୁନିଭରସିଟିରେ ବେସ କ୍ୟାମ୍ପ କଲି । ମୋ ଅନୁରୋଧରେ ଭାଇସ ଚାନସେଲର ମୋତେ ଶିବାଜୀ ୟୁନିଭରସିଟିର ବାୟୋକେମିଷ୍ଟ୍ରି ଡିପାର୍ଟମେଣ୍ଟରେ ଗୋଟିଏ ଅସ୍ଥାୟୀ ଲାବୋରେଟୋରୀ ତିଆରି କରିବାକୁ ଅନୁମତି ଦେଲେ । ସେହି ପ୍ରଥମ ଫିଲ୍ଡ ଅନୁଶୀଳନରେ ଆମର ଧୈର୍ଯ୍ୟ ପରୀକ୍ଷା ହୋଇଥିଲା । ଦଶ ବର୍ଷରୁ ଅଧିକ ସମୟ ଧରି ଆମ ଅନୁଶୀଳନରୁ ଏହି ଫଳ ମିଳିଲା ଯେ ବିଡି କାରଖାନାର ଶ୍ରମିକମାନେ ଅଧିକ ଶ୍ଵାସକ୍ରିୟା ରୋଗ ଭୋଗନ୍ତି ଓ ତାଙ୍କର ଜେନେଟିକ ବିନଷ୍ଟ ହୁଏ । ଏହା ଫଳରେ ମୁଁ ଶ୍ରମିକମାନଙ୍କ ସଂସ୍ପର୍ଶରେ ଆସି ତାଙ୍କର ସମସ୍ୟା ବୁଝି ପାରିଲି । </br>
ସେଲ କଲଚର (cell culture), ଜନ୍ତୁ (Animal) ଓ ମନୁଷ୍ୟ ଦେହର (human material) ପଦାର୍ଥ ନେଇ ପରୀକ୍ଷା ଦ୍ଵାରା ଜଣା ପଡିଲାପଡ଼ିଲା, ଟୋବାକୋ ନିଶାଗ୍ରସ୍ତମାନଙ୍କର ଦେହକୁ ଟୋବାକୋ ମ୍ୟୁଟାଜେନ (tobacco mutagens) ଶୋଷିତ ହୁଏ ଯାହା ଦ୍ଵାରା ମାକ୍ରୋଲୋଳିକ୍ୟୁଲର ଆକ୍ସିଡେଟିଭ ବିନଷ୍ଟ ହୁଏ । ପରୀକ୍ଷାରୁ ଜଣା ପଡିଲାପଡ଼ିଲା ଲକ୍ଷ ଲକ୍ଷ ଟୋବାକୋ ସ୍ପର୍ଶରେ ଆସୁଥିବା ଲୋକମାନକ ମଧ୍ୟରୁ ଅଳ୍ପ ସଂଖ୍ୟକ ଲୋକଙ୍କୁ କର୍କଟ ରୋଗ ହୁଏ । ଯେଉଁ ଶ୍ରମିକମାନଙ୍କର ଜି.ଏସ.ଟି.ଏମ.୧ ଜିନ ନଥାଏ ସେମାନଙ୍କର କର୍କଟ ରୋଗ ସମ୍ଭାବନା ଅଧିକ ଥାଏ । ମୋର ଏହି ଡାଟା ଫ୍ରାନ୍ସର ଇଣ୍ଟରନ୍ୟାସନାଲ ଏଜେନ୍ସି ଫର କ୍ୟାନସର ଲ୍ୟୋନ ଅନୁଷ୍ଠାନରେ ଏହି ବିଷୟରେ ପ୍ରଥମ ଅନୁଶୀଳନ ଭାବରେ ଗ୍ରହଣ କରାଗଲା । </br>
କର୍କଟର ବିଭିନ୍ନ ବିଷୟରେ ଆମେ କାମ କରୁଥିଲେ ମଧ୍ୟ ମୋ ସ୍ଵାମୀ ଓ ମୋ ଭିତରେ ବୈଜ୍ଞାନିକ ଚର୍ଚା ହେଉଥିଲା । ଆମ ଘରେ ଶିକ୍ଷାନୁଷ୍ଠାନ ବାତାବରଣ ଥିଲା । ଆମ ପିଲାମାନେ ମଧ୍ୟ ଜ୍ଞାନ ପ୍ରେମ (Love for knowledge) ଆମଠାରୁ ଶିଖି ଗ୍ରହଣ କଲେ । ବିଡି କାରଖାନାର ସମସ୍ତ ଶ୍ରମିକ ଓ ଅଭାଗୀ ଭଉଣୀମାନଙ୍କ ପାଖରେ ମୁଁ କୃତଜ୍ଞ ଯେଉଁମାନେ ମୋତେ ବହୁତ ସାହାଯ୍ୟ କରିଥିଲେ ଓ ତାଙ୍କର ଘର ଖାଦ୍ୟ ମୋ ସହ ବାଣ୍ଟି ଖାଇଥିଲେ । ସେମାନଙ୍କ ସାହାଯ୍ୟ ସହାନୁଭୁତି ବିନା ମୋର ଅନୁଶୀଳନ କଦାପି ସମ୍ଭବ ହୋଇ ନ ଥାଆନ୍ତା ।
== ଆଧାର ==