"ଧରଣୀଧର ଭୂୟାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Wikipedia python library
ଟିକେ Wikipedia python library
୨୨ କ ଧାଡ଼ି:
 
== ଷଡ଼ଯନ୍ତ୍ରର ଶିକାର ==
ଅତ୍ୟନ୍ତ କର୍ତ୍ତବ୍ୟନିଷ୍ଠ ଧରଣୀଧର ନିଜର ବ୍ୟକ୍ତିତ୍ଵ, ସାଧୁତା, ପରିଶ୍ରମ ଓ ଅଧ୍ୟବସାୟ ଦ୍ଵାରା ଖୁବ୍ କମ୍ ସମୟ ଭିତରେ ରାଜାଙ୍କର ପ୍ରିୟଭାଜନ ହୋଇପାରିଥିଲେ । ଏଥିରେ କ୍ଷୁବ୍ଧ ହୋଇ କିଛି ସ୍ଵାର୍ଥପର କର୍ମଚାରୀ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାକୁ ଲାଗିଲେ । ଏ ସବୁର ମୁଖ୍ୟ ପୁରୋଧା ଥିଲେ ସେ ସମୟର ରାଜାଙ୍କର ସହକାରୀ ଦେବାନ୍, କ୍ଷମତାଲୋଭୀ ବିଚିତ୍ରାନନ୍ଦ ଦାସ । ଧରଣୀଧରଙ୍କୁ ବଦନାମ କରିବା ଏବଂ ରାଜାଙ୍କ ନିକଟରେ ତାଙ୍କୁ ଅପ୍ରିୟ କରାଇବା ଥିଲା ଏମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ । ଏହି ସମୟରେ ୧୮୯୦ ମସିହାରେ କେନ୍ଦୁଝର ଓ [[ସିଂହଭୂମ]] ରାଜ୍ୟ ମଧ୍ୟରେ ସୀମାକୁ ନେଇ ବିବାଦ ଉଠିଥିଲା । ସେଥିପାଇଁ ମପାମପି କାମ ପାଇଁ ରାଜା ଧରଣୀଧରଙ୍କୁ ସୀମାନ୍ତ ଅଞ୍ଚଳକୁ ପଠାଇଥିଲେ । ତାଙ୍କ ଅନୁପସ୍ଥିତିରେ ବିଚିତ୍ରାନନ୍ଦ ଦାସ ଏବଂ ତାଙ୍କର ଅନୁଗାମୀ ମାନେ ଧରଣୀଧରଙ୍କ ବିରୋଧରେ ଖଚମିଛ କହି, ମିଥ୍ୟା ଅଭିଯୋଗ କରି ରାଜାଙ୍କ ମନରେ ବିଷ ଭରିବାରେ ସଫଳ ହୋଇଥିଲେ । ସେହି କାରଣରୁ ସୀମାନ୍ତରୁ ସୂଚାରୁ ରୂପେ କାର୍ଯ୍ୟ ସମାପନ କରି ଆସିବା ପରେ ମଧ୍ୟ ତାଙ୍କୁ ତାଙ୍କର ପଦବୀ ହରାଇବାକୁ ପଡିଥିଲାପଡ଼ିଥିଲା
 
== ପ୍ରଜାମେଳି ଓ ବିଦ୍ରୋହ ==
୩୨ କ ଧାଡ଼ି:
 
== ବିଦ୍ରୋହ ଦମନ ଓ ବନ୍ଦୀ ==
ଇଂରେଜ ସରକାର ବିଦ୍ରୋହକୁ ଦମନ କରିବାକୁ ଚାଇଁବସାର ଡେପୁଟି କମିଶନର ଏଚ.ଡାଉସନଙ୍କୁ କେନ୍ଦୁଝର ପଠାଇଲେ । ଏପଟେ ଧରଣୀଧର ରାଜାବିହୀନ କେନ୍ଦୁଝରର ଟିକାୟତଭାବେ ନିଜକୁ ଘୋଷଣା କରି [[ରାଇସୁଆଁ]]ର ଏକ ଆମ୍ବତୋଟା ମଧ୍ୟରେ ଦରବାର ବସେଇଲେ । ଏହି ସମୟରେ ବିଦ୍ରୋହୀ ମାନଙ୍କ ଦ୍ଵାରା ଦେବାନ ଫକୀରମୋହନ ଧରାପଡିଲେଧରାପଡ଼ିଲେ । ତାଙ୍କ ପରି ଜଣେ ଗୁଣୀ ବ୍ୟକ୍ତିଙ୍କୁ ବନ୍ଦୀ ନକରି ଧରଣୀଧର ଫକୀରମୋହନଙ୍କୁ ନିଜର ପରମର୍ଶଦାତାରୂପେ ନିଯୁକ୍ତ କରି ବିଦ୍ରୋହ ଚଳାଇଲେ । ଡାଉସନ ମଧ୍ୟ ତାଙ୍କୁ ଓ ତାଙ୍କର ସାଥୀ ମାନଙ୍କୁ ଧରିବା ପାଇଁ ତନାଘନା ଉଦ୍ୟମ ଚଳାଇଥାନ୍ତି । ଏହି ସମୟରେ ଧରଣୀଧର ପୁଣିଥରେ ରାଜନଅର ଅକ୍ତିଆର କରିବାକୁ ଯୋଜନା କଲେ, କିନ୍ତୁ ଫକୀରମୋହନଙ୍କ ବିଚକ୍ଷଣ କୂଟନୀତି ଯୋଗୁଁ ତାହା ବିଫଳ ହେଲା । ପୁଣି, ଫକୀରମୋହନଙ୍କ ପରାମର୍ଶରେ ସେ ଡାଉସନଙ୍କୁ ଦେଖାକରି ସବୁ କଥା ଜଣାଇବା ପାଇଁ ଯିବାକୁ ରାଜି ହୋଇଗଲେ । ସରଳ ବିଶ୍ଵାସୀ ଧରଣୀଧର ଏହା ଭିତରେ ଥିବା ଷଡଯନ୍ତ୍ରକୁ ବୁଝି ନପାରି ଅଳ୍ପକିଛି ସାଥୀଙ୍କୁ ଧରି ଡାଉସନଙ୍କୁ ଦେଖା କରିବାକୁ ଗଲେ ଏବଂ ବନ୍ଦୀ ହେଲେ ।
 
ଧରଣୀଧରଙ୍କ ବନ୍ଦୀ ହେବାପରେ ବିଦ୍ରୋହୀ ମାନେ ଆନ୍ଦୋଳନ ଜାରି ରଖିପାରିଲେ ନାହିଁ ଏବଂ ବିଦ୍ରୋହର ଅକାଳ ଅବସାନ ଘଟିଲା । ବିଦ୍ରୋହ କରିଥିବା ଅପରାଧରେ ବିପ୍ଳବୀ ଧରଣୀଧରଙ୍କୁ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଗଲା ।