"କୋଣାର୍କ ସୂର୍ଯ୍ୟ ମନ୍ଦିର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Wikipedia python library |
ଟିକେ Wikipedia python library |
||
୫୩ କ ଧାଡ଼ି:
=== ଐତିହାସିକ ===
*# ୧୨୩୮ ଠାରୁ ୧୨୬୪ଖ୍ରୀ.ଅ ମଧ୍ୟରେ ଓଡ଼ିଶାରେ ରାଜା ଲାଙ୍ଗୁଳା ନରସିଂହଦେବ ରାଜତ୍ଵ କରୁଥିଲେ । ସେ ସୂର୍ଯ୍ୟଙ୍କ ପୂଜାପାଇଁ ସୁନ୍ଦର ମନ୍ଦିରଟିଏ ତୋଳେଇବାକୁ ଇଛାକରିଥିଲେ । ରାଜାଙ୍କ ଆଦେଶରେ ରାଜ୍ୟର ଅନେକ କାରୀଗରଙ୍କ ମଧ୍ୟରୁ ୧୨୦୦ ଭଲ ଭଲ କାରୀଗରଙ୍କୁ ବଛାହେଇ ମନ୍ଦିରର କାମ ଆରମ୍ଭ ହୋଇଥିଲା । ମନ୍ଦିର ତିଆରିରେ ମୂଖ୍ୟ କାରିଗର ଥିଲେ ବିଶୁମହାରଣା । ସମୂଦ୍ରକୂଳ ଚନ୍ଦ୍ରଭାଗାନଦୀ ମୂହାଣରେ ମନ୍ଦିରର ଆରମ୍ଭ ହୋଇଥିଲା । ମନ୍ଦିରଟି ତିଆରିହେଲା ଏକ ରଥ ଆକାରରେ । ସେଥିରେ ସାତଟି ପଥର ଘୋଡା ଯୋଖା ହେଲା । ମନ୍ଦିରର ସିଂହାସନରେ ରହିଲା ସୂର୍ଯ୍ୟଙ୍କ ପ୍ରତିମା । ଓଡ଼ିଶାର ୧୨ବର୍ଷର ରାଜସ୍ଵ ଖର୍ଚ୍ଚରେ ମନ୍ଦିରଟି ନିର୍ମାଣ ହେଲା । ମନ୍ଦିରର ମୂଳରୁ ଚୂଳ ଯାଏଁ କାରୂକାର୍ଯ୍ୟ ପୂର୍ଣ୍ଣ ହୋଇ ତିଆରି ହେଲା । କିନ୍ତୁ କାରିଗର ମାନେ ଯେତେ ଥର ମନ୍ଦିରର ଦଧିନଉତିକୁ ବସାଉଥାଆନ୍ତି ତାହା ଖସି ପଡୁଥାଏ । ମୂଖ୍ୟ କାରିଗର ବିଶୁମହାରଣା, ସେ ତାଙ୍କର ସମସ୍ତ ବୁଦ୍ଧି ବିଦ୍ୟା ଖଟାଇ ମଧ୍ୟ ପାରୁନଥାନ୍ତି । ଏଣେ ରାଜା ଅଧିର ହୋଇ ବିଶୁମହାରଣାଙ୍କୁ ଡକାଇ କହିଲେ : ମୁଁ ଆଉ ସାତ ଦିନ ସମୟ ଦେଉଛି ଏହାମଧ୍ୟରେ ଦେଉଳର ମୁଣ୍ଡି ନମାରି ପାରିଲେ ୧୨୦୦ ଶହ କାରିଗରଙ୍କ ମୁଣ୍ଡ କାଟ ହେବ। ବିଶୁ ମହାରଣା ସମସ୍ତ କାରିଗରଙ୍କୁ ରାଜାଙ୍କ ଆଦେଶ ଜଣାଏଦେଲେ । ସମସ୍ତଙ୍କ ମନରେ ଭାଲେଣି
*# ନରସିଂହ ଦେବ ମାତ୍ର ୧୮ ବର୍ଷ ବୟସରେ ଦକ୍ଷିଣକୁ ଯୁଦ୍ଧ କରିବାକୁ ଯାଇଥିଲେ ଏବଂ ବିପୁଳ ଧନରତ୍ନ ଧରି ତିନିବର୍ଷ ପରେ ଫେରିଲେ । ପିତା [[ଅନଙ୍ଗଭୀମ ଦେବ]] ସେ ଯାଏଁ ସିଂହାସନାରୂଢ଼ । ମାତା ଉପଦେଶ ଦେଲେ , ଯେଉଁ ବିପୁଳ ଅର୍ଥ ସେଥିରେ ଗୋଟିଏ ବିଶାଳ ସୂର୍ଯ୍ୟମନ୍ଦିର ଗଢ଼ । କାରଣ ଓଡ଼ିଶାର ଚାରିଟି ବିଶିଷ୍ଟ କ୍ଷେତ୍ର ମଧ୍ୟରୁ ଏକମାତ୍ର ଅର୍କକ୍ଷେତ୍ରରେ ସେ ଯାଏଁ ଉପଯୁକ୍ତ ମନ୍ଦିରଟିଏ ଗଢା ହେଇନଥିଲା । ଅନ୍ୟ ତିନିଟି କ୍ଷେତ୍ର - [[ପୁରୀ]] , [[ଭୁବନେଶ୍ଵର]] , [[ଯାଜପୁର]] । ଉଦ୍ୟୋଗ ଆରମ୍ଭ ହୋଇଗଲା ।ଦୂର ଦୂରାନ୍ତରୁ ପଥର ଆଣିବା ଆରମ୍ଭ ହେଲା । ମନ୍ଦିର ଗଠନ ଆରମ୍ଭ କିନ୍ତୁ ଆଉ ପାଞ୍ଚ ବର୍ଷ ଆଗକୁ । ପ୍ରଥମ ନରସିଂହଦେବ ସେହି ବର୍ଷ ସିଂହାସନ ଆରୋହଣ କଲେ ।
*# ଆଉ ଗୋଟିଏ ଜନଶ୍ରୁତି , ଏ ମନ୍ଦିର ଗଢା ଶେଷ ହୋଇନଥିଲା । ଏହା ମଧ୍ୟସତ୍ୟ ନୁହେଁ । [[ବାୟାଚକଡା]]ର ଅନୁଲିପି ମତେ ମନ୍ଦିର ମଧ୍ୟରେ ବିଗ୍ରହ ପ୍ରତିଷ୍ଠା ହେଇଥିଲା ୧୨୫୬ ମାଘ ଶୁକ୍ଳ ସପ୍ତମୀ [[ରବିବାର]]ରେ(ସେ ସମୟର ଓଡ଼ିଆ ପଞ୍ଜିକା ବିଶ୍ଲେଷଣ କରି ଐତିହାସିକ ମାନେ ଇଂରାଜୀ ବର୍ଷଟି ସ୍ଥିର କରିଛନ୍ତି । ବିଗ୍ରହ ସ୍ଥାପିତ ହେବା ପରେ ବହୁବର୍ଷ ଏଠାରେ ପୂଜାର୍ଚ୍ଚନା ହୋଇଛି- ଯାହାର ଚିହ୍ନ ଆଜିମଧ୍ୟ ବହନ କରୁଛି [[ଦେବ ସିଂହାସନ]] ।
|