"ଆଖି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Tag:No footnotes
ଟିକେ Wikipedia python library
୧୭ କ ଧାଡ଼ି:
'''ଆଖି''' ହେଉଛି ମଣିଷ ଓ ଅନ୍ୟ ପଶୁପକ୍ଷୀମାନଙ୍କ ଶରୀରରେ ଥିବା ଏକ ଅଙ୍ଗ । ଏହା ଦେଖିବାରେ ସାହାଯ୍ୟ କରିଥାଏ । ଆଖିର ଆଗ ପରଦା ବା କରନିଆ ଏକେବାରେ କାଚପରି ସଫା । ତା ପଛକୁ ଗୋଟାଏ କୋଠରୀ । ସେଥିରେ ପାଣି ଭଳି ଦ୍ରବ୍ୟ ଭରି ରହିଥାଏ । ତା ପଛକୁ ଗୋଟାଏ ମାଂସପେଶୀର ଗୋଲାକାର ପରଦା - ଆଇରିସ । ସେ ପରଦାର ଠିକ୍ ମଝିରେ ଫାଙ୍କଟାଏ ଥାଏ । ତାକୁ ପିଉପିଲ କୁହାଯାଏ । ଏହି ପିଉପିଲଟି ଠିକ୍ କେମେରାର ସର୍ଟର ଭଳି କାମ କରେ । ବେଶୀ ଆଲୁଅରେ ଛୋଟ ହୋଇଯାଏ ଓ କମ୍ ଆଲୁଅ ହେଲେ ମେଲା ହୋଇଯାଏ ।
 
ତା ପଛକୁ ଲେନ୍ସ ଓ ଲେନ୍ସ ପଛକୁ ଭିଟ୍ରିଯାସ ହ୍ୟୁମାର ତା ପଛକୁ ରେଟିନା ଥାଏ । ଆଲୁଅ ପ୍ରଥମେ ଆଖିର କରନିଆ ଦେଇ ଲେନ୍ସ ପାର ହେଲା ବେଳକୁ ଆଲୁଅ କଣା ସବୁ ସମାନ୍ତରାଳ ହୋଇ ଯାଆନ୍ତି । ସେସବୁ ସମାନ୍ତରାଳ ଆଲୁଅ ରେଟିନା ଦେହରେ ପଡିଲେପଡ଼ିଲେ ରେଟିନାର ବିଭିନ୍ନ ପ୍ରକାରର ଜୀବକୋଷମାନେ ଉତ୍ତେଜିତ ହୁଅନ୍ତି ।
 
== କାର୍ଯ୍ୟପ୍ରଣାଳୀ ==
ଆଲୁଅ ଧରିବା ପାଇଁ ଆଖିର ରେଟିନାରେ ପ୍ରାୟ ୧୩୭ ନିଯୁତ ଜୀବକୋଷ ଥାଏ । ତା ମଧ୍ୟରୁ ୧୩୦ ନିଯୁତ ଖାଲି କଳା ଓ ଧଳା ଚିହ୍ନିବା ପାଇଁ ଲମ୍ବା ଲମ୍ବା ଜୀବକୋଷ ଓ ସାତ ନିଯୁତ ପିରାମିଡ ଭଳି ଜୀବକୋଷ ରଙ୍ଗୀନ ଆଲୁଅ ଧରି ରଖିବା ପାଇଁ ।
ଏଇ ଦୁଇପ୍ରକାର ଜୀବକୋଷମାନଙ୍କ ପାଇଁ ମଣିଷ ସବୁପ୍ରକାରର ଆଲୁଅ ସହଜରେ ବାରିପାରେ । ଲମ୍ବା ଲମ୍ବା ଜୀବକୋଷ ବା ରଡମାନେ ରେଟିନା ସାରା ବିଛାଡି ହୋଇ ରହିଥାନ୍ତି। ମାତ୍ର ପିରାମିଡ ଭଳି ଜୀବକୋଷ ମାନେ କେବଳ ଗୋଟାଏ ଜାଗାରେ ଠୁଳ ହୋଇ ରହିଥାନ୍ତି । ସେଇ ଜାଗାଟି ହେଲା ଫୋବିଆ - ଗୋଟାଏ ମୁଗ ଆକାରର ଖାଲିଆ ଜାଗା । ଯେତେ ଆଲୁଅ ଆଖିର ଲେନ୍ସ ଦେଇ ଆସେ ତାର ଫୋକସ ବିନ୍ଦୁ ହେଲା ଏଇ ଫୋବିଆ । ଖୁବ୍ ପାଖ ଜିନିଷକୁ ଦେଖିବା ପାଇଁ ଏଇ ଫୋବିଆ ହେଉଛି ଦାୟୀ । ରେଟିନାର ଜୀବକୋଷମାନଙ୍କରେ ଆଲୁଅ ପଡିଲେପଡ଼ିଲେ ନାନା ପ୍ରକାର ରାସାୟନିକ ପ୍ରତିକ୍ରିୟା ହୋଇଯାଏ । ସେଇ ପ୍ରତିକ୍ରିୟା ହେଲେ ସେମାନଙ୍କ ଦେହରେ ବିଦ୍ୟୁତ ପ୍ରବାହ ହୁଏ । ସେ ବିଦ୍ୟୁତ ପ୍ରବାହ ଆଖିର ସ୍ନାଯୁକୁ ଯାଇ ମସ୍ତିସ୍କରେ ଥିବା ଅକ୍ସିପିଟେଲ ଲୋବକୁ ଯାଏ। ସେଠାରେ ମସ୍ତିସ୍କ ଏ ସବୁକୁ ବିଶ୍ଳେଷଣ କରି ମଣିଷକୁ କଣ ଦେଖିଲା ବୋଲି ଜଣାଇଦିଏ । ରଙ୍ଗୀନ ଆଲୁଅ ଦେଖିଲାବେଳେ ମଧ୍ୟ ସେହିପରି ରାସାୟନିକ ପ୍ରତିକ୍ରିୟା ଓ ବିଦ୍ୟୁତ୍ ପ୍ରବାହ ହୁଏ । ମାତ୍ର ଏ ପ୍ରତିକ୍ରିୟା ଏତେ ସୂକ୍ଷ୍ମ ଓ କିଟିମିଟିଆ ଯେ , ଟିକିଏ କିଛି ଖରାପ ହେଲେ ରଙ୍ଗିନ ଜିନିଷ ଦେଖିବାରେ ଅସୁବିଧା ହୁଏ । ଅଳ୍ପ ବହୁତ ଆଠ ଜଣକରେ ଜଣଙ୍କର କିଛି ନା କିଛି ଅସୁବିଧା ଥାଏ ରଙ୍ଗିନ ଜିନିଷ ଦେଖିବା ପାଇଁ । ଆଲୁଅ କମି ଯିବା କ୍ଷଣି ଅନ୍ଧାରରେ ରଙ୍ଗିନ ଜିନିଷ ଦେଖି ହୁଏ ନାହିଁ । ସବୁ ପ୍ରାୟ ଧୂସରିଆ ଦେଖା ଯାଆନ୍ତି କାରଣ ଆଖିର କୋନ ଜୀବକୋଷମାନେ ଅନ୍ଧାରରେ କିଛି କାମ କରି ପାରନ୍ତି ନାହିଁ । କେବଳ ଲମ୍ବା ଜୀବକୋଷ - ରଡମାନେହିଁ କାମ କରନ୍ତି ।
 
ମଣିଷ ପିଲା ଥିଲାବେଳେ କେବଳ ଆଲୁଅ ବା ଅନ୍ଧାର ବୁଝି ପାରିଥାଏ । ପାଖ ଜିନିଷକୁ ଦେଖି ପାରେ ନା । ଦୁଇଟି ଆଖିର ଲୟ ବଦ୍ଧତା ନ ଥାଏ। ଧିରେ ଧିରେ ବଢିଗଲା ପରେ ଦୁଇଟି ଆଖି ଠିକ୍ ଭାବରେ ଦେଖେ ଓ ଲୟବଦ୍ଧତା ବଢେ। ଝାପ୍ସା ଆଲୁଅରେ ପିଲାମାନେ ପଢି ପାରନ୍ତି ବଡ଼ ମାନେ ପାରନ୍ତି ନାହିଁ। ତାର କାରଣ ହେଲା ପିଲାବେଳେ ଆଖିର ମାଂସପେଶୀ ସବୁ ଖୁବ୍ ତାଜା ଥାଏ ଓ ଭଲ କାମ କରିପାରେ । ଆଖି ଦିନକୁ ପ୍ରାୟ ୧୦,୦୦୦ ଥର ଘୁରି ବୁଲେ । ଏଥିରୁ ଆଖିର ମାଂସପେଶୀର ଶକ୍ତିର କଳନା କରାଯାଇପାରେ।
"https://or.wikipedia.org/wiki/ଆଖି"ରୁ ଅଣାଯାଇଅଛି