"ସ୍ତନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ପ୍ରକୃତ ଗଠନ: କର୍ମ ପଦ୍ଧତି ଓ ସ୍ଵାସ୍ଥ୍ୟ ଲେଖାଗଲା
୩୬ କ ଧାଡ଼ି:
ସ୍ତନ ଏକ କୋନ ଭଳି ଦେଖାଯାଏ । ଓ ଏହା ଶିର୍ଷରେ ସ୍ତନାଗ୍ର ଥାଏ । ଚର୍ମ ତଳେ ଚର୍ବି ଆସ୍ତରଣ ଓ ତା ତଳେ ସୁପରଫିସିଆଲ୍ ଫାସା (Superficial fascia) ଥାଏ । ବୟଃପ୍ରାପ୍ତ ସ୍ତନରେ ୧୪ ରୁ ୧୮ ଟି ଲାକ୍ଟିଫେରସ୍ ଲୋବ ଥାଏ ଓ ତାହାକୁ ଘଞ୍ଚ ଫାସା ଘେରି ରହିଥାଏ, ଯାହା ଏହାକୁ ଟେକି ଧରେ । ସ୍ତନ ଗ୍ଲାଣ୍ଡ ଏସ୍ଟ୍ରୋଜେନ ଦ୍ଵାରା ସାହାଯ୍ୟ ପାଏ, ତେଣୁ ଋତୁ ବନ୍ଦ ପରେ ଏସ୍ଟ୍ରୋଜେନ କ୍ଷରଣ ନ ହେବାରୁ ଏହି ଗ୍ଲାଣ୍ଡ ଶୁଖିଯାଏ । ତା ପରେ ସ୍ତନରେ କେବଳ ଚର୍ବି, ଫାସା ଓ ଚର୍ମ ରହେ । <br />
ଆକାର ଅନୁସାରେ ସ୍ତନର ଓଜନ ଅଧ କିଲୋରୁ ଏକ କିଲୋ ପର୍ଯ୍ୟନ୍ତ ହୁଏ । ଚର୍ବି ଓ ଗ୍ଲାଣ୍ଡ ଅନୁପାତ ବୟସ ଅନୁସାରେ, ଗର୍ଭାବସ୍ଥାରେ ଓ ସ୍ତନ୍ୟ ପାନ ସମୟରେ ଭିନ୍ନ ଭିନ୍ନ ହୁଏ ।
== କର୍ମ ପଦ୍ଧତି ଓ ସ୍ଵାସ୍ଥ୍ୟ ==
ଶିଶୁର ଖାଦ୍ୟ [[ଦୁଧ]] ତିଆରି କରି ତାହାକୁ ଖାଦ୍ୟ ଯୋଗାଣ କରିବା ସ୍ତନର ମୂଖ୍ୟ କାମ । ଉପଯୁକ୍ତ ଦୁଧ ପ୍ରସ୍ତୁତ କରିବା ନିମନ୍ତେ ସ୍ତନ ଅଧିକ ଉତ୍ତାପ ଆବଶ୍ୟକ କରେ ଯାହା ତାହାର ଗୋଲ ଆକାର ଯୋଗୁ ସମ୍ଭବ ହୁଏ । ଏହି ଆକାର ଯୋଗୁ ଉତ୍ତାପ ଅଧିକ ରହେ । ନବଜାତ ଶିଶୁ ସ୍ତନ୍ୟପାନ ସମୟରେ ଏହି ଗୋଲାକାର ଯୋଗୁ ଶ୍ଵାସରୁଦ୍ଧ ହୁଏ ନାହିଁ । [[ସିମ୍ପାଞ୍ଜି]] ଭଳି ସମତଳ ଛାତି ହେଲେ ଶିଶୁର ନାକ ଚାପି ହୋଇଯାଆନ୍ତା । ଅନ୍ୟ ପ୍ରାଣୀମାନଙ୍କର ପାଟି ଗୋଜିଆ ହୋଇ ଆଗକୁ ବାହାରି ଥିବାରୁ ଚଟକା ଛାଟି ଥିଲେ ମଧ୍ୟ କିଛି ଅସୁବିଧା ହୁଏ ନାହିଁ । ଶିଶୁ ମୁହଁ ଗଠନ ଯୋଗୁ ସ୍ତନର ଆକାର ଗୋଲାକାର ହୋଇଛି <ref name="Bentley">{{cite journal|last=Bentley|first=Gillian R.|year=2001|title=The Evolution of the Human Breast|journal=American Journal of Physical Anthropology|volume=32|issue=38|doi=10.1002/ajpa.1033|page=30}}</ref>। <br />
ଗର୍ଭାଧାନ ଓ ପ୍ରସବ ପରବର୍ତ୍ତୀ ସମୟରେ ଦୁଧ ତିଆରି ହେବା ଛଡ଼ା ଅନ୍ୟ ସମୟରେ ମଧ୍ୟ ଦୁଧ ତିଆରି ହୁଏ ଯେପରି ମାନସିକ ରୋଗ ନିମନ୍ତେ ଦିଆଯାଉଥିବା କେତେକେ ଔଷଧର ପାର୍ଶ୍ଵକ୍ରିୟା ଯୋଗୁ ସ୍ଵତଃ ଦୁଧସ୍ରାବ ବା ଗାଲାକ୍ଟୋରିଆ ([[galactorrhea]]) ହୁଏ, ଅତ୍ୟଧିକ ଶାରୀରିକ ଚାପ, ଏଣ୍ଡୋକ୍ରାଇନ ରୋଗ ଯୋଗୁ ହୁଏ । ସଦ୍ୟଜାତ ଶିଶୁର ସ୍ତନରୁ ମଧ୍ୟ ଦୁଧ କ୍ଷରଣ ହୁଏ କାରଣ ମାତୃଗର୍ଭରେ ଥିବାବେଳେ ମାଆ ଦେହରେ ପ୍ରବାହିତ ପ୍ରୋଲାକ୍ଟିନ ଓ ଅକ୍ସିଟୋସିନ ଭଳି ହରମୋନ ଶିଶୁ ଦେହରେ ମଧ୍ୟ ପ୍ରବାହିତ ହେଉଥାଏ । ପୁରୁଷମାନଙ୍କ ଦେହରେ ସ୍ତନ ଥିଲେ ମଧ୍ୟ ପୁଂ-ହରମୋନ ଟେସ୍ଟୋସ୍ଟେରନ ହରମୋନ ଯୋଗୁ ଦୁଧ ତିଆରି ସମ୍ଭବ ହୁଏ ନାହିଁ । ଯଦି ପୁରୁଷର ସ୍ତନରୁ ଦୁଧ ବାହାରେ ତେବେ ତାହା ପିଟିଇଟାରି ଗ୍ଲାଣ୍ଡର କୌଣସି ରୋଗ ଯୋଗୁ ହୁଏ ।
== ସ୍ତନ ରୋଗ ==
ମହିଳା ମୃତ୍ୟୁ କାଋଣ ମଧ୍ୟରୁ ସ୍ତନ କର୍କଟ ରୋଗ ଏକ ମୂଖ୍ୟ କାରଣ ଅଟେ । ଏହା ବ୍ୟତିତ ମାସ୍ଟାଇଟିସ, ମାସ୍ଟାଲଜିଆ ଓ ଫାଇବ୍ରୋସିସ୍ଟିକ ପରିବର୍ତ୍ତନ ଇତାଦି ଅନେକ ରୋଗ ହୁଏ ।
 
== ଆଧାର ==
"https://or.wikipedia.org/wiki/ସ୍ତନ"ରୁ ଅଣାଯାଇଅଛି