"ରଘୁନାଥ ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ removed Category:ପଦ୍ମ ଶ୍ରୀ ବିଜେତା; added Category:ପଦ୍ମ ଶ୍ରୀ ସମ୍ମାନିତ using HotCat |
ଟିକେ Wikipedia python library |
||
୧୭ କ ଧାଡ଼ି:
==କଳାକାର ଜୀବନ==
୧୯୪୮ ମସିହାରେ ରଘୁନାଥ ପାଣିଗ୍ରାହୀ [[ଆକାଶବାଣୀ କଟକ]] କେନ୍ଦ୍ରରେ ଜଣେ ନିୟମିତ କଳାକାର ଭାବେ ଯୋଗ ଦେଇଥିଲେ । ଅନେକ ଚଳଚ୍ଚିତ୍ରରେ, ଭଜନ, ଜଣାଣ ଏବଂ [[ଓଡ଼ିଶୀ ଛାନ୍ଦ]], [[ଚମ୍ପୁ]] ଓ ଗଜଲ ଗାନ କରିଛନ୍ତି । ଆଉମଧ୍ୟ ଦକ୍ଷିଣଭାରତୀୟ ଚଳଚ୍ଚିତ୍ରରେ କଣ୍ଠଦାନ ସହିତ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ବିଶେଷ କରି ଓଡ଼ିଶୀ ସଂଗୀତ ସହିତ ଜଗନ୍ନାଥ ସଂସ୍କୃତି ଓ [[ଜୟଦେବ]]ଙ୍କ [[ଗୀତଗୋବିନ୍ଦ]]ର ପ୍ରଚାର ଓ ପ୍ରସାର ପାଇଁ ତାଙ୍କର ଭୂମିକା ଅନନ୍ୟ । ଶାସ୍ତ୍ରୀୟ ଶୈଳୀରେ ଗୀତଗୋବିନ୍ଦ ସେ ତାଙ୍କ ପିତାଙ୍କ ଠାରୁ ଶିଖିଥିଲେ ଯାହାକୁ ଗାନ କରି ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥିଲେ । ସେ ଏକାଧାରରେ [[ଓଡ଼ିଶୀ]], ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ପଦ୍ଧତିରେ ସଙ୍ଗୀତ ଗାନ କରି ସେ ଯଥେଷ୍ଟ ଖ୍ୟାତି ଅର୍ଜନ କରିଥିଲେ । ସେ ଥିଲେ ୧୨ଟି ଭାଷାରେ ପ୍ରବୀଣ ସଙ୍ଗୀତଜ୍ଞ । ଶାସ୍ତ୍ରୀୟ ସଙ୍ଗୀତ ଗାଇବାରେ ପ୍ରବୀଣ ରଘୁନାଥଙ୍କ ଖ୍ୟାତି
==ଚଳଚ୍ଚିତ୍ର ==
୧୯୫୬ ମସିହାରେ ସେ ପ୍ରଥମ କରି [[ଓଡ଼ିଆ ଚଳଚ୍ଚିତ୍ର]]ରେ ତାଙ୍କର କଣ୍ଠଦାନ କରିଥିଲେ । ୧୯୫୯ମସିହାରେ 'ଜୟଭେରୀ', ୧୯୬୩ରେ 'ଶ୍ରୀପତିତ ପାବନ', ୧୯୭୬ରେ 'ସିନ୍ଦୂର ବିନ୍ଦୁ', ୧୯୭୭ରେ 'ମୁକ୍ତି', ୧୯୯୮ରେ 'ଅହଲ୍ୟା' ପ୍ରଭୃତି ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଥିଲେ । 'ଅଭିନେତ୍ରୀ' ଚଳଚ୍ଚିତ୍ରରେ ସେ ୧୯୬୫ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ୧୯୭୭ମସିହାରେ 'ମୁକ୍ତି' ଚଳଚ୍ଚିତ୍ର ପାଇଁ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ଭାବରେ ଶ୍ରେଷ୍ଠ ରାଜ୍ୟ ପୁରସ୍କାର । ସେହିପରି 'ଅହଲ୍ୟା' ଚଳଚ୍ଚିତ୍ର ପାଇଁ ୧୯୯୮ରେ ଶ୍ରେଷ୍ଠ ସଙ୍ଗୀତ ସଂଯୋଜନା ପାଇଁ ରାଜ୍ୟ ପୁରସ୍କାର ପାଇଥିଲେ । ୧୯୬୮ମସିହାରେ ମୁମ୍ବାଇର ସୁର୍ ସିଙ୍ଗାର ସଂସଦ(କାଲ୍କୋ କଳାକାର) ତରଫରୁ ତାଙ୍କୁ ସୁରମଣି ଉପାଧିରେ ଭୂଷିତ କରାଯାଇଥିଲା । ସେହିଦିନଠାରୁ ସେ ସୁରମଣି ନାମରେ ନାମିତ । ସେ ଗାଇଥିବା ଗୀତ ଗୁଡିକ ମଧ୍ୟରେ 'ଆହେ ନୀଳଶଇଳ', 'ଆକାଶେ ଦିଶେ କି ସୁନ୍ଦର', ବାଲ୍ୟକାଳୁ ଧର୍ମ ଧନମୁଁ ସଞ୍ଚିବି', 'ବିଶ୍ଵ ଦେଖ ମଧୁମୟରେ ଜୀବନ', 'ଚକାନୟନଙ୍କୁ ପତିତ କେହି', 'ଦେଖଭାଇ ମହାମାୟୀ', 'ଧୀର ସମୀରେ ଯମୁନା ତୀରେ', 'ଯାହାମୁଁ କରଇ ଯାହାମୁଁ', 'ଲଳିତ ଲବଙ୍ଗ ଲତା ପରିଶିଳନ', 'ମା ନାମ ମଧୁର ଅଟେ', 'ନମୋ ନିରଞ୍ଜନ ନିଖିଳ ନିଦାନ', 'ନ ଯା ରାଧିକା ଏକା ଏକା', 'ନାଚ ନାଚ ସଜନୀ ନାଚରେ', ପଶ୍ୟତି ଇଚ୍ଛା କରହେ ପୂର୍ଣ୍ଣ' ପ୍ରଭୃତି ଗୀତ ଅତି ଲୋକପ୍ରିୟ ।
ଓଡ଼ିଶୀ ନୃତ୍ୟଶିଳ୍ପୀ [[ସଂଯୁକ୍ତା ପାଣିଗ୍ରାହୀ]] ତାଙ୍କ ସହଧର୍ମିଣୀ ଥିଲେ । କଳାକ୍ଷେତ୍ର ନୃତ୍ୟ ବିଦ୍ୟାଳୟରେ ରଘୁନାଥ ପ୍ରଥମେ ଓଡ଼ିଶୀ ନୃତ୍ୟପ୍ରବୀଣା ସଂଯୁକ୍ତାଙ୍କୁ ଭେଟିଥିଲେ । ୧୯୬୦ ମସିହାରେ ସେ ୨୮ବର୍ଷ ବୟସରେ ସଂଯୁକ୍ତାଙ୍କୁ ବିବାହ କରିଥିଲେ । ସଂଯୁକ୍ତାଙ୍କ ନୃତ୍ୟରେ ୧୯୭୦ମସିହାରୁ ଦୁଇଦଶନ୍ଧି ବ୍ୟାପି ସେ ସଙ୍ଗୀତକାର ଭାବେ ନିଜକୁ ନିୟୋଜିତ କରିଥିଲେ । ସୁରମଣିଙ୍କ କଣ୍ଠସ୍ଵରରେ ତାଳଦେଇ ଓଡ଼ିଶୀ ମୁଦ୍ରାର ସ୍ଵତନ୍ତ୍ର ଭଙ୍ଗୀ ଉପସ୍ଥାପନା କରୁଥିଲେ ସଂଯୁକ୍ତା। ଏସିଆ ଓ ୟୁରୋପ ମହାଦେଶର ବିଭିନ୍ନ ଦେଶ ଗ୍ରସ୍ତ କରି ଏହି ଦମ୍ପତି ଓଡ଼ିଶୀ ନୃତ୍ୟ ସଙ୍ଗୀତ ପରିବେଷଣ ପୂର୍ବକ
୧୯୯୭ ମସିହାରେ ସଂଯୁକ୍ତାଙ୍କ ବିୟୋଗ ପରେ ଓଡିଶୀ ପ୍ରଚାର ଓ ପ୍ରସାର ନିମନ୍ତେ ରଘୁନାଥ ଏକ ଟ୍ରଷ୍ଟ ଗଢିଥିଲେ ଯାହାର ନାମ ଥିଲା 'ସଂଯୁକ୍ତା ପାଣିଗ୍ରାହୀ ମେମୋରିଆଲ ଟ୍ରଷ୍ଟ' । ୨୦୦୧ରୁ ଏହି ଟ୍ରଷ୍ଟ ଯୁବ ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କୁ ପ୍ରୋତ୍ସାହନମୂଳକ ମେଧାବୃତ୍ତି ପ୍ରଦାନ କରିଆସୁଛି। ଏହା ବ୍ୟତୀତ ସେ ପ୍ରତିମା ଦେବୀଙ୍କ ନୃତ୍ୟ ଅନୁଷ୍ଠାନ 'ନୃତ୍ୟଗ୍ରାମ' ସହିତ ସଂଶ୍ଳିଷ୍ଟ ରହି ସେ ଓଡ଼ିଶୀ ନୃତ୍ୟର ପ୍ରସାର ପାଇଁ ସେ ଅନେକ କାର୍ଯ୍ୟ କରିଛନ୍ତି । ୨୦୧୩ ମସିହା ଅଗଷ୍ଟ ୨୫ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା ।<ref>
==ପୁରସ୍କାର ଓ ସମ୍ମାନ==
|