"ମାଣବସା ଗୁରୁବାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
ଟିକେ Wikipedia python library
୩୧ କ ଧାଡ଼ି:
ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ଵାର ଲିପାପୋଛା କରି ସୁନ୍ଦରଭାବେ ଚିତା ପକାନ୍ତି । ଗୁରୁବାର ଦିନ ବଡିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ମା'ଙ୍କ ପୂଜାରେ ଲାଗିପଡନ୍ତି । ଗାଁମାନଙ୍କରେ ମହିଳାମାନେ ମାଟିଘରକୁ ଗୋବରରେ ଲିପାପୋଛା କରି ନୂତନ ଚାଉଳର ପିଠଉରେ ଝୋଟି ଏବଂ ଲକ୍ଷ୍ମୀପାଦରେ ପୂର୍ଣ୍ଣ କରଦିଅନ୍ତି । ଧାନଖଳାକୁ ମଧ୍ୟ ସେଦିନ ଝୋଟିଚିତାରେ ଚିତ୍ରିତ କରାଯାଇଥାଏ । ମା'ଲକ୍ଷ୍ମୀଙ୍କର ସ୍ଥାପନା ପାଇଁ ଠାକୁରଘରର ଏକ ସ୍ଵତନ୍ତ୍ର ସ୍ଥାନ ନିରୂପଣ କରାଯାଏ । ପୂଜାସ୍ଥାନରେ ପିଠଉରେ କୋଠି କରି ଷୋହଳ ପାଖୁଡା ପଦ୍ମଫୁଲ ଅଙ୍କାଯାଏ । ପୂଜା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥାଏ ଅମଳ ହୋଇଥିବା ଶୁକ୍ଳଧାନ , ମାଣ, ଗୁଆ, କଉଡି, ନଡିଆ, ଦୁବ, ବରକୋଳି ପତ୍ର, ସିନ୍ଦୁର, ଧୂପଦୀପ ଓ ନୈବେଦ୍ୟ । ମାଣ ବସାଇବା ପୂର୍ବରୁ ସେହିମାଣକୁ ହଳଦୀ ପାଣିରେ ଧୋଇ ଖରାରେ ଶୁଖିଯିବା ପରେ ସିନ୍ଦୁର ବୋଳାଯାଏ । ପ୍ରଥମେ ଏକ ଖଟୁଲିରେ କିଛି ନୂଆଧାନ ରଖାଯାଏ । ସିନ୍ଦୁର ବୋଳାଯାଇଥିବା ମାଣକୁ ଲକ୍ଷ୍ମୀ ଦେବୀଙ୍କର ପ୍ରତୀକ ସ୍ଵରୂପ ନୂଆଧାନରେ ପୂର୍ଣ୍ଣକରି ତା' ଉପରେ ଗୁଆ ରଖାଯାଏ । ସେହି ମାଣକୁ ଖଟୁଲି ଉପରେ ବସାଇ ତା'ଉପରେ ଧାନବେଣୀ ରଖି ନୂତନ ଛିଟ (ବସ୍ତ୍ର)ରେ ଆବୃତ କରାଯାଇଥାଏ । ମା'ଙ୍କୁ ଏକ ନବବଧୂ ବେଶରେ ସଜାଯାଇ ଚନ୍ଦନ ସିନ୍ଦୁର ଆଦି ଦେଇ ସ୍ଥାପନା କରାଯାଏ । ବିଧି ଅନୁଯାୟୀ ଖଟୁଲି ଉପରେ ମା'ଙ୍କର କାଠରେ ନିର୍ମିତ ପ୍ରତିମା, ପାନିଆ, ଆଇନା, କଜ୍ଜଳ ଏବଂ ଖଟୁଲି ପାଖରେ ଆଖୁ, ମୂଳା ନିକଟରେ ରଖାଯାଇଥାଏ ।
== ଭୋଗ ନୈବେଦ୍ୟ ==
ଧୂପଦୀପ ନୈବେଦ୍ୟ ଆଦି ଅର୍ପଣ କରାଯାଏ ମା'ଙ୍କ ପାଖରେ । ପିଠାପଣା ଓ ଫଳମୂଳ ଭୋଗ ([[କଦଳୀ]], ଛେନା, [[ନଡ଼ିଆ]], ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ) ମା'ଙ୍କ ପାଖରେ ଲଗାଯାଏ । ମାଣବସା ଭୋଗ ଆମ ଓଡିଆମାନଙ୍କରଓଡ଼ିଆମାନଙ୍କର ନିଜସ୍ଵ ରାନ୍ଧଣାର ନିଦର୍ଶନ । ଭଜା, ରାଇ, ଆମ୍ବିଳ, ଶାକର, କଖାରୁ, ମଧୁରୁଚି, ଦହିପଖାଳ, ମୂଳାଶାଗ, ଚିତ୍ତଉ, ଚକୁଳି, ଖିରିଷାପାଣି, ସରପୁଳି, ଦୁଧପୁଳି, ବଡ଼ିପକା ମହୁର, ବେସର, ମହୁର, କର୍ପୂରଛେନା, ପଡିଆ ଚକଡା କାକରା ପିଠା, ଆରିଷା ପିଠା, ମୁଗପୁଳି ଭଳି ରାନ୍ଧଣା ଓଡିଆଙ୍କଓଡ଼ିଆଙ୍କ ଛଡା ଅନ୍ୟ କେଉଁଠି ହୁଏନାହିଁ । <ref>{{cite web |url= http://www.traveladda.com/east_india/orissa/fairs_and_festivals/lakshmi_puja.html |title=Orissa Lakshmi Puja, Lakshmi Puja in Orissa, Manabasa Gurubar in orissa |first= |last=|work=traveladda.com |quote=the floors are bedecked with stunning floral designs. These unique designs are known as Jhoti. |accessdate=6 December 2012}}</ref>
 
== ଆହୁରି ଦେଖନ୍ତୁ ==