"ସୋମବତୀ ଅମାବାସ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତଥ୍ୟ
 
ଟିକେ ୤ > ।
୧ କ ଧାଡ଼ି:
ସୋମବାର ଦିନ ପଡୁଥିବା [[ଅମାବାସ୍ୟା]] ସୋମବତୀ ଅମାବାସ୍ୟା ଭାବେ ପରିଚିତ ।<ref>{{cite web|title=Somvati Amavasya Akhand Mantra Jap|url=http://www.ashram.org/AboutAshram/Events/SomvatiAmavasya.aspx|publisher=Ashram.org|accessdate=3 May 2014}}</ref>
ଗୋଟିଏ ଗରିବ ବ୍ରାହ୍ମଣ ପରିବାରର ଏକ ଅନୂଢ଼ା କନ୍ୟା ଥିଲା ଝିଅଟି ସମସ୍ତ ଗୁଣରେ ପରିପୂର୍ଣ୍ଣ ଥିଲେ ମଧ୍ୟ ତା’ର ବିବାହ ହୋଇପାରୁନଥିଲା କନ୍ୟାର ବିବାହକୁ ନେଇ ବ୍ରାହ୍ମଣ ଦମ୍ପତି ସର୍ବଦା ଚିନ୍ତିତ ଥିଲେ ଏକଦା ଜନୈକ ସାଧୁ ମହାରାଜ ଉକ୍ତ ବ୍ରାହ୍ମଣଙ୍କ ଘରେ ଉପସ୍ଥିତ ହେଲେ ବ୍ରାହ୍ମଣ କନ୍ୟାର ସେବାରେ ସନ୍ତୁଷ୍ଟ ହୋଇ, ତା’ଭାଗ୍ୟରେ କ’ଣ ଅଛି ଗଣନା କଲେ କିନ୍ତୁ ଉକ୍ତ କନ୍ୟାର ବିବାହ ଯୋଗନାହିଁ ବୋଲି ବ୍ରାହ୍ମଣ ଦମ୍ପତିଙ୍କୁ ସୂଚାଇଦେଲେ ଏହାର ଉପାୟ କହିଲେ- ଯଦି ତୁମ କନ୍ୟା ସୋନା ନାମକ ଧୋବଣୀ ଘରେ ଯାଇ ତାଙ୍କର ସେବାଶୁଶ୍ରୁଷା କରିବ ଓ ଉକ୍ତ ଧୋବଣୀ ତା’ମଥାରେ ଲାଗିଥିବା ସିନ୍ଦୂରକୁ ତୁମଝିଅର ମଥାରେ ଲଗାଇଦେବ ତାହାହେଲେ ତୁମଝିଅର ବିବାହ ଯୋଗ ଫିଟିପାରିବ ଏହି କଥା ଶୁଣି ବ୍ରାହ୍ମଣ କନ୍ୟା ସାଧୁମହାରାଜାଙ୍କ ନିର୍ଦ୍ଦେଶରେ ପ୍ରତ୍ୟୁଷରୁ ଉଠି ନିଜଘର କାମ କରିବା ସହ ଧୋବଣୀ ଘରେ ଯାଇ ସମସ୍ତ କାମ ସାରି ଫେରିଥାଏ ଘରର ଚାକଚକ୍ୟତା ଓ ସମସ୍ତ କାମ ସରିବା ଦେଖି ସୋନା ଧୋବଣୀ ଆଶ୍ଚର୍ଯ୍ୟ ହୁଏ ଏହାର ରହସ୍ୟ ଜାଣିବା ପାଇଁ ସୋନା ଧୋବଣୀ ସକାଳୁ ଉଠି ନଜର ରଖିଲା ସବୁଦିନ ପରି ବ୍ରାହ୍ମଣ କନ୍ୟା ସକାଳେ ଧୋବଣୀ ଘରେ ପଶି ସମସ୍ତ କାମ ସାରି ଘରକୁ ଫେରୁଥିଲା ହଠାତ୍‌ ସୋନା ତାକୁ ଅଟକାଇ ପଚାରିଲେ ତୁମେ କିଏ ? କାହିଁକି ଆମଘର କାମ କରୁଛ ? ଏହି ପ୍ରଶ୍ନ ଶୁଣି ସାଧୁ ଜଣକ କହିଥିବା କଥା ସୋନା ଧୋବଣୀକୁ ସେ କହିଲା ସୋନା ଧୋବଣୀ ଜଣେ ସ୍ୱାମୀପରାୟଣ ଥିଲା ସେ ତାକୁ ଅଟକାଇ କହିଲା ମୋ ସ୍ୱାମୀ ଅସୁସ୍ଥ ଅଛନ୍ତି, ମୋ ବୋହୂ ଫେରିଲା ପର୍ଯ୍ୟନ୍ତ ତୁମେ ରହିଯାଅ କିଛି ସମୟ ପରେ ସୋନା ଧୋବଣୀ ନିଜ ମୁଣ୍ଡରେ ଲାଗିଥିବା ସିନ୍ଦୂରକୁ ମଥାରୁ ଆଣି ଉକ୍ତ ବ୍ରାହ୍ମଣ କନ୍ୟାର ମୁଣ୍ଡରେ ଲଗାଇଦେଲା ସିନ୍ଦୂର ଦାନ କରି ସୋନା ଧୋବଣୀର ସ୍ୱାମୀ ପ୍ରାଣତ୍ୟାଗ କଲା ଏହା ଜାଣିପାରି ସେ ନିରାଜଳ ହୋଇ ଚାଲିଚାଲି ଏକ ଅଶ୍ୱତ୍‌ଥ[[ଅଶ୍ଵତ୍ଥ]] ବୃକ୍ଷ ନିକଟରେ ପହଞ୍ଚିଲା ସେ ସେଠାରେ ପୂଜା କରି ବୃକ୍ଷର ଚାରିପଟେ ପରିକ୍ରମା କରି ଜଳ ଗ୍ରହଣ କଲା ସେ ଯେଉଁ ଦିନ ଏହି ବ୍ରତ କରିଥିଲା ସେହିଦିନ ସୋମବତୀ ଅମାବାସ୍ୟା ଥିଲା ସେ ସେଦିନ ଯେଉଁ ଫଳାହାର ପାଇଥିଲା ତାହାକୁ ନେଇ ୧୦୮ ଥର ପାଣି ଛଡ଼ାଇ ୧୦୮ଥର ଅଶ୍ୱତ୍‌ଥ ବୃକ୍ଷ ଚାରିପଟେ ପରିକ୍ରମା କରି ଜଳଗ୍ରହଣ କଲା ଏପରି କରିବା ଦ୍ୱାରା ସୋନା ଧୋବଣୀ ନିଜ ସ୍ୱାମୀକୁ ଫେରିପାଇଥିଲା ସୋମବତୀ ଅମାବାସ୍ୟା ଦିନ ଯେଉଁ ନାରୀ ଅଶ୍ୱତ୍‌ଥ ବୃକ୍ଷକୁ ପୂଜା କରିବ ଓ ବୃକ୍ଷ ଚାରିପଟେ ପରିକ୍ରମା କରିବ ସେ ସୁଖି ଓ ସୌଭାଗ୍ୟବତୀ ହୋଇଥାଏ ବୋଲି ଜ୍ୟୋତିର୍ବିଦ୍‌ମାନେ ମତ ବ୍ୟକ୍ତ କରିଥାନ୍ତି <ref>ସମୟ, ପୃଷ୍ଠା-୨, ୧.୫.୨୦୧୪</ref>
==ଆଧାର==
{{ଆଧାର}}