"ପେଞ୍ଚ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"thumb|220px|କିଛି ପେଞ୍ଚ File:Screw and trough.gif|thumb|220px|କାର୍ଯ୍..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୨୦:୧୪, ୨୬ ଅପ୍ରେଲ ୨୦୧୪ ଅନୁସାରେ କରାଯାଇଥିବା ବଦଳ

ଚୁଡ଼ି ଥିବା କଣ୍ଟାକୁ ପେଞ୍ଚ ବା ପେଚ କହନ୍ତି୤ ପେଞ୍ଚକୁ କାଠ କିମ୍ବା ଅନ୍ୟ ବସ୍ତୁରେ ଚାପି ପେଞ୍ଚକଶ ସାହାଯ୍ୟରେ ମୋଡ଼ାଯାଇଥାଏ୤ ତେଣୁ ଏହା କଣ୍ଟା ତୁଳନାରେ କାଠରେ ଦୃଢ଼ ଭାବରେ ରହିଥାଏ୤ ବିଭିନ୍ନ ପ୍ରକାର ପେଞ୍ଚ ଭିନ୍ନ ପ୍ରକାରର କାମରେ ଲାଗିଥାଆନ୍ତି୤

କିଛି ପେଞ୍ଚ
କାର୍ଯ୍ୟରତ ପେଞ୍ଚ

କିଛି ପେଞ୍ଚକୁ ବିପରୀତ ଚୁଡ଼ିର ନଟ୍‌ରେ ଖାପିବା ପାଇଁ ତିଆରି କରାଯାଇଥାଏ୤ ପେଞ୍ଚ ଲୁହା, ଇସ୍ପାତ, ତମ୍ବା, କଂସା କିମ୍ବା ପ୍ଲାଷ୍ଟିକ୍‌ରେ ତିଆରି ହୋଇଥାଏ୤

ପେଞ୍ଚର ଚୁଡ଼ିକୁ ମିଲିମିଟର କିମ୍ବା ସଂଖ୍ୟାରେ ପ୍ରକାରଭେଦ କରାଯାଏ୤ ଆସବାବ, କବାଟ ଓ ଅନ୍ୟାନ୍ୟ ଯାନ୍ତ୍ରିକ ଉପକରଣରେ ପେଞ୍ଚର ବ୍ୟବହାର ହୁଏ୤

ଜିନିଷମାନଙ୍କୁ ଏକାଠି ଧରିବରେ ପେଞ୍ଚ ବଡ଼ ଉପକାରୀ୤ ୟାକୁ କାଢ଼ି ଅଲଗା ମଧ୍ୟ କରାଯାଇପାରେ ଯଦି କୌଣସି ଅଠା ଏଥିରେ ବ୍ୟବହାର କରାଯାଇ ନଥାଏ୤ ଅନେକ ପ୍ରକାର ବସ୍ତୁକୁ ପେଞ୍ଚ ଦ୍ବାରା ଏକତ୍ର କରାଯାଏ୤ ଅନେକ ସମୟରେ ବାରମ୍ବାର ଖୋଲିବା ବନ୍ଦ କରିବା ଦ୍ବାରା ଚୁଡ଼ି ଢିଲା ମଧ୍ୟ ହୋଇଯାଏ୤ କିଛି ପରିସ୍ଥିତିରେ କଳଙ୍କି କିମ୍ବା ଅନ୍ୟ କାରଣରୁ ପେଞ୍ଚକୁ ଖୋଲିବା କଠିନ ହୋଇ ପଡ଼େ୤