"ଲତା ମଙ୍ଗେସକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ re-categorisation
୨୦ କ ଧାଡ଼ି:
'''ଲତା ମଙ୍ଗେସକର''' ,[[ଭାରତ|ଭାରତୀୟ]] ସଙ୍ଗୀତ ଜଗତର ଜୀବନ୍ତ କିମ୍ବଦନ୍ତୀ । ସଙ୍ଗୀତ କ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଭାରତର ସର୍ବୋଚ୍ଚ ପୁରସ୍କାର [[ଭାରତ ରତ୍ନ]] ରେ ସମ୍ମାନ କରାଯାଇଛି ।
==ଜୀବନ ଓ ପରିବାର==
ଲତା ମଙ୍ଗେସକର [[ମଧ୍ୟ ପ୍ରଦେଶ]]ର [[ଇନ୍ଦୋର]]ରେ ୧୯୨୯ ମସିହା [[ସେପ୍ଟେମ୍ବର]] ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଦିନାନାଥ ମେଙ୍ଗସକର ଜଣେ ଶାସ୍ତ୍ରୀୟ ଗାୟକ ଓ ଥିଏଟର ଆର୍ଟିଷ୍ଟ ଥିଲେ । ଲତା ୫ବର୍ଷ ବୟସରୁ ତାଙ୍କ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ତାଙ୍କ ସହ ତାଙ୍କ ସାନ ଭଉଣୀ ଆଶା , ଉଷା,ମୀନା ଓ ଭାଇ ହୃଦୟନାଥ ମଧ୍ୟ ସଙ୍ଗୀତ ଶିକ୍ଷା କରୁଥିଲେ । ଲତା ମାତ୍ର ୧୩ ବର୍ଷର ହୋଇଥିବା ବେଳେ ତାଙ୍କ ପିତାଙ୍କର ହୃଦ୍ ରେଗରେ ଦେହାନ୍ତ ହୋଇଥିଲା । ପରେ ପରିବାର ଭରଣପୋଷଣ ନିମନ୍ତେ ସେ ୧୯୪୨ ରୁ ସଙ୍ଗୀତ ଜୀବନର ଆରମ୍ଭ କଲେ । ଲତା ଏବେ ଯାଏଁ ଅବିବାହିତ ଭାବେ ଜୀବନ ବିତାଉଛନ୍ତି ।
 
 
==ସଙ୍ଗୀତ ଜୀବନ==
ପରିବାରର ଭରଣପୋଷଣ ନିମନ୍ତେ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ଲତା ୧୯୪୨ ରି ୧୯୪୮ ମଧ୍ୟରେ ପାଖାପାଖି ଆଠୋଟି ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର କିଟ୍ଟି ହାସଲ ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । [[ମୁମ୍ବାଇ]]ରେ ଏକ ଲୋକାଲ୍ ଟ୍ରେନ୍ ରେ ଯାତ୍ରା କରୁଥିବା ସମୟରେ ତାଙ୍କୁ ଆପ୍ କି ସେବା ମେଁ ରେ ପ୍ରଛଦପଟ ଗାୟିକା ହେବାର ସୁଯୋଗ ମିଳିଥିଲା । ପରେ ତାଙ୍କୁ ମଜବୁର୍ ଓ ବେଦର୍ଦ୍ ନାମକ ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ମିଳିଲା । ଏହି ଦୁଇଟି ଚଳଚ୍ଚିତ୍ର ଦ୍ୱାରା ସେ ସଙ୍ଗୀତ ଜଗତରେ କିଛି ମାତ୍ରାରେ ପରିଚିତ ହେଲେ । କିନ୍ତୁ ପରେ ଅନ୍ଦାଜ୍ , ବରସାତ୍ ଓ ମହଲ୍ ଚଳଚ୍ଚିତ୍ର ଦ୍ୱାରା ସେ ସଙ୍ଗୀତ ମହଲରେ ପୁରାପୁରି ଭାବେ ଛାଇଗଲେ । ୧୯୬୩ ରେ ଭାରତ - [[ଚୀନ]] ଯୁଦ୍ଧ ସମୟରେ ଲତାଙ୍କର ଦେଶାମ୍ତକବୋଧକ ଗୀତ ଏ ମେରେ ୱତନ୍ କେ ଲୋଗୋଁ ରେ ସେତେବେଳର ପ୍ରଧାନମନ୍ତ୍ରୀ [[ଜବାହରଲାଲ ନେହେରୁ]] ଭାବ ବିହ୍ୱଳ ହୋଇଯାଇଥିଲେ । ତାଙ୍କୁ ଏହି ଗୀତ ପାଇଁ [[ପଦ୍ମଭୂଷଣ]] ସମ୍ମାନରେ ସମ୍ମାନିତ କରାଯାଇଥିଲା । ୧୯୭୦ ରୁ ୧୯୮୦ ମଧ୍ୟରେ ଲତା ତିନି ଜଣ ପ୍ରମୁଖ ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମିକାନ୍ତ ପ୍ୟାରେଲାଲ୍ , କଲ୍ୟାଣଜୀ ଆନନ୍ଦଜୀ ଓ ଆର ଡି ବର୍ମନ୍ ଙ୍କ ସହ କାମ କରିଥିଲେ । ସେ ହମ୍ ଆପକେ ହେ କୌନ୍ , ବୀରଜାରା ପରି ରୋମାଣ୍ଟିକ୍ ଚଳଚ୍ଚିତ୍ର ରେ ମଧ୍ୟ କଣ୍ଠଦାନ କରିଥିଲେ । ସେ ରେହେମାନ୍ ଙ୍କ ଭଳି ନୂଆ ନିର୍ଦ୍ଦେଶକଙ୍କ ସହ ମଧ୍ୟ କାମ କରିଛନ୍ତି । ଲତା ତାଙ୍କର ସମଗ୍ର ଜୀବନକୁ ସଙ୍ଗୀତ ପାଇଁ ସମର୍ପିତ କରିଛନ୍ତି । ଏବେବି ସେ ରେକର୍ଡିଂ ପାଇଁ ଗଲେ ଷ୍ଚୁଡିଓ ବାହାରେ ଯୋତା ରଖିଥାନ୍ତି । ଗୁଲଜାର୍ ଙ୍କ ସେ ନିଜେ ଗାଇଥିବା ଏକ ଗୀତ ନାମ୍ ଗୁମ୍ ଯାଏଗା , ଚେହେରା ୟେ ବଦଲ୍ ଯାଏଗା , ମେରି ଆୱାଜ୍ ହି ମେରି ପେହେଚାନ୍ ହୈ.. ।କେବଳ ଲତାଙ୍କ ପାଇଁ ଲେଖାଯାଇଛି ବୋଲି ତାଙ୍କର ଅଗଣିତ ପ୍ରଶଂସକ କୁହନ୍ତି ।
 
==ମାନ ସମ୍ମାନ==
Line ୧୦୮ ⟶ ୧୦୭:
 
{{ଭାରତ ରତ୍ନ }}
 
[[ଶ୍ରେଣୀ:୧୯୨୯ ଜନ୍ମ]]
[[ଶ୍ରେଣୀ:ଜୀବନ୍ତଜୀବିତ ମଣିଷବ୍ୟକ୍ତି]]
[[ଶ୍ରେଣୀ:ଭାରତ ରତ୍ନ ବିଜେତା]]
[[ଶ୍ରେଣୀ:ପଦ୍ମ ବିଭୂଷଣ ସମ୍ମାନିତ]]