"ରମଣୀ ରଞ୍ଜନ ଜେନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବଦଳ ସାରକଥା ଲୁଚାଇଦିଅନ୍ତୁ
ଟିକେ
ଟିକେ
ରମଣୀ ରଞ୍ଜନ, ୧୯୪୧ ମସିହା ଅଗଷ୍ଟ ୧୫ ତାରିଖରେ ବାଲେଶ୍ଵର ଜିଲ୍ଲାର, [[ରେମୁଣା]] ନିକଟସ୍ଥ ଉଦାମ୍ବର ଗ୍ରାମର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ନୃତ୍ୟ ସଙ୍ଗୀତ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । ନିଜେ ଗଢିଥିବା, ଯାତ୍ରାଦଳରେ ଅଭିନୟ ଆରମ୍ଭ କରି,ସେ କଟକର ଜନତା ରଙ୍ଗମଞ୍ଚରେ ଯୋଗଦାନ କରିଥିଲେ । ୧୧ ବର୍ଷ ବୟସରୁ, ନୃତ୍ୟ ଶିକ୍ଷା ଆରମ୍ଭ କରିଥିବା ରମଣୀ ରଞ୍ଜନ, ଗୁରୁ ଗୟାଧର ପଣ୍ଡା, ରାମସ୍ଵାମୀ, ରାମଗୋପାଳ ମିଶ୍ର, ରଘୁନାଥ ଦତ୍ତ ଓ ମାୟାଧର ରାଉତଙ୍କଠାରୁ ବିଭିନ୍ନ ସମୟରେ ନୃତ୍ୟ ଶିକ୍ଷାଲାଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଗୁରୁ [[କେଳୁଚରଣ ମହାପାତ୍ର]]ଙ୍କ ସଂସ୍ପର୍ଶରେ ଆସି, କଟକର କଳାବିକାଶ କେନ୍ଦ୍ରରେ ଯୋଗଦାନ କରିଥିଲେ ଏବଂ ଏହିଠାରେ ତାଙ୍କର ଓଡ଼ିଶୀ ନୃତ୍ୟଶିକ୍ଷାର ମୂଳଦୂଆ ପଡିଥିଲା । ଏହି କେନ୍ଦ୍ରରୁ ସେ [[କଥକ]] ନୃତ୍ୟରେ ମଧ୍ୟ ସ୍ନାତକତା ଲାଭକରିଥିଲେ ।
 
ଓଡ଼ିଶୀ ଅଭିନୟରେ ନିପୂଣ, ରମଣୀ ରଞ୍ଜନ ପରବର୍ତ୍ତୀ ସମୟରେ, ଦେଶବିଦେଶର ଓଡ଼ିଶୀ ନୃତ୍ୟ ପରିବେଷଣ କରି, ଏହି କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ଶିଳ୍ପୀର ମର୍ଯଦାମର୍ଯ୍ୟଦା ଲାଭକରିଥିଲେ । କଟକର କଳାବିକାଶ କେନ୍ଦ୍ରରେ, ସେ ୬ ବର୍ଷ କାଳ ନୃତ୍ୟ ଶିକ୍ଷା ପ୍ରଦାନ କରିଥିଲେ । ୧୯୭୩ ମସିହାରେ ସେ, ରୁକ୍ମିଣୀ ଦେବୀ ଅରୁନ୍ଦଲେ କଳାକ୍ଷେତ୍ରରେ ଓଡ଼ିଶୀ ନୃତ୍ୟଗୁରୁ ଭାବରେ ଯୋଗଦାନ କରିଥିଲେ ଓ ଏଠାରେ ୪ ବର୍ଷ ଶିକ୍ଷାଦାନକରିବା ପରେ, ସେପୁଣି କଟକ ଫେରିଆସିଥିଲେ । ୧୯୮୩ ମସିହାରେ, କଟକରେ ସେ ନିଜର ନୃତ୍ୟଶିକ୍ଷା ଅନୁଷ୍ଠାନ, ''କମଳା କଳାପୀଠ'' ପ୍ରତିଷ୍ଠା କରିଥିଲେ । ପରବର୍ତ୍ତୀ ସମୟରେ, ସେ [[ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର]]ରେ ମଧ୍ୟ ଶିକ୍ଷାଦାନ କରିଥିଲେ । ୧୯୮୯ ମସିହାରେ, ସେ [[ଦିଲ୍ଲୀ]]ଯାଇ, ପ୍ରଥମେ ସେଠାର ଜଗନ୍ନାଥ ମନ୍ଦିର ଓ ପରେ ତ୍ରିବେଣୀ କଳା ସଙ୍ଗମରେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନଶିକ୍ଷା ପ୍ରଦାନ କରିଥିଲେ । ସେ [[ବେଙ୍ଗାଳୁରୁ]]ସ୍ଥିତ ପ୍ରତିମା ବେଦୀଙ୍କ ''ନୃତ୍ୟଗ୍ରାମ''ରେ ମଧ୍ୟ ଶିକ୍ଷାଦାନ କରିଛନ୍ତି ।
 
== ନୃତ୍ୟ ନିର୍ଦ୍ଦେଶନା ==
୫,୯୨୯

ଗୋଟି ସମ୍ପାଦନା