"ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୨ କ ଧାଡ଼ି:
 
 
 
== ନିମନ୍ତ୍ରଣ ପତ୍ର (ଓଡିଆ) ==
ପ୍ରିୟ ର ଓଡିଆ,
<p> <b>ଜୁହାର!<b> ଆଶା କରୁଛୁ ଭଲରେ ଥିବେ। ପ୍ରଥମେ, ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିବାରୁ ଆପଣଙ୍କୁ ଓଡିଆ ଭାବେ ହାର୍ଦ୍ଦିକ ଅଭିନନ୍ଦନ, ଏହି ଶାସ୍ତ୍ରୀୟ ମାନ୍ୟତା ଓଡିଆ ସାହିତ୍ୟ ସହ ଓଡିଶା ର ପ୍ରତି ଲୋକ ଭାଷା କୁ ସମୃଦ୍ଧ କରିବ ଏଥିରେ ସନ୍ଦେହ ନାହିଁ। କିନ୍ତୁ, ଆଜିର ବୈଶ୍ଵୀକରଣ ଯୁଗ ରେ ଆମ ଭାଷା କୁ ମଧ୍ୟ ସେତିକି ଉନ୍ନତ କରିବାକୁ ପଡିବ ଯେପରିକି ଆମ ଉତ୍ତର ପୀଢି ଏହାକୁ ଆହୁରି ଆଗକୁ ବଢେଇପାରିବେ। ଆଜିର ଯୁଗ କମ୍ପ୍ୟୁଟର ର ଯୁଗ। ଖବରକାଗଜ , ବହି, ଶିକ୍ଷା, ସାହିତ୍ୟ ଠୁ ଆରମ୍ଭ କରି ମନୋରଞ୍ଜନ, ଭ୍ରମଣ ସବୁ କମ୍ପୁଟର ରେ ଉପଲବ୍ଧ। ହେଲେ ଆଜିର ପୀଢି ଏସବୁ ମୁଖ୍ୟତଃ ଇଂରାଜୀ ଭାଷା ରେ ଦେଖୁଛନ୍ତି, ବା ପଢୁଛନ୍ତି। ଭାରତୀୟ ଭାଷା ଭିତରେ ତାମିଲ , ତେଲୁଗୁ, ବଙ୍ଗାଳୀ, ଗୁଜୁରାଟୀ, ମରାଠୀ, ମାଲାୟଲମ ଭାଷା ର ପିଲା ମାନେ ଇଂରାଜୀ ସହ ନିଜ ମାତୃଭାଷା ପ୍ରତି ଯେଉଁ ମମତା ରଖୁଛନ୍ତି ସେ ଭଲପାଇବା ଓଡିଶା ରେ ଧୀରେ ଧୀରେ କମିବାରେ ଲାଗିଛି। ସମୟ ଆସିଛି ଦ୍ଵିତୀୟ ଭାଷା ଆନ୍ଦୋଳନ ର, କମ୍ପୁଟର ଭଳି ଅନ୍ୟ ଡିଜିଟାଲ ମାଧ୍ୟମ ରେ ଓଡିଆ ଭାଷା ର କାୟା ବିସ୍ତାର କରିବା। ଆଜିର ଆଉ ଆଗାମୀ ପୀଢି କୁ ଓଡିଆ ଭାଷା ର ପରିବେଶ ରେ ବଞ୍ଚିବା ଶିଖାଇବା ତାଙ୍କରି ପସନ୍ଦ ର ମାଧ୍ୟମ ଙ୍କୁ ନେଇ।
<p>ଓଡିଆ ଭାଷା ର ଡିଜିଟାଇଜେସନ ୨୧ ଶତାବ୍ଦୀ ର ଆରମ୍ଭ ରୁ ହୋଇଯାଇଥିଲେ ମଧ୍ୟ ଆଇ.ଟି ସାକ୍ଷରତା ହାର କମ ଓ ଓଡିଶା ର ବୈଷୟିକ ଛାତ୍ର ମାନେ ବାହାରକୁ କର୍ମ ସନ୍ଧାନ ରେ ଯାଉଥିବାରୁ ଏହାର ବେଶୀ ବ୍ୟବହାର ହେଇ ପାରୁନଥିଲା। ହେଲେ ବର୍ତ୍ତମାନ କିଛି ଭାଷା ପ୍ରେମୀ ଯନ୍ତ୍ରୀମାନଙ୍କ ଯୋଗୁଁ ଡିଜିଟାଲ ମାଧ୍ୟମ ରେ ଓଡିଆ ଲେଖିବା ଧୀରେ ଧୀରେ ସହଜ ଓ ଲୋକପ୍ରିୟ ହବାକୁ ଲାଗିଲା। ହେଲେ, ଅନ୍ୟ ଭାଷା ତୁଳନା ରେ ଏହାର ବ୍ୟବହାର ସେତେ ଆଖିଦୃଶିଆ ନଥିଲା। ବର୍ତ୍ତମାନ ମଧ୍ୟ ଏହାର ବ୍ୟବହାର କିଛି ଗୋଷ୍ଠୀ ମଧ୍ୟ ରେ ରହୁଛି।
<p><b>ଓଡିଆ ଉଇକିପିଡିଆ<b> ଏ ଦିଗ ରେ ଗୋଟିଏ ଛୋଟିଆ ପ୍ରୟାସ କରୁଛି। ଓଡିଆ ଉଇକିପିଡିଆ ଏକ ଖୋଲା ଜ୍ଞାନକୋଷ ଯାହାଦ୍ୱାରା ଆପଣ ବିଭିନ୍ନ ବିଷୟରେ କିଛି ଜାଣିପାରିବେ ଏବଂ ଆପଣ ଚାହିଁଲେ କିଛି ବିଷୟ ଉପରେ ଲେଖି ବି ପାରିବେ। ଏ ବିଷୟ ରେ ସବିଶେଷ ଭାବେ ଲୋକମାନଙ୍କୁ ଜଣେଇବା ପାଇଁ ବିଭିନ୍ନ ର ସମୟ ରେ ରାଜ୍ୟ ରେ ତଥା ରାଜ୍ୟ ବାହାରେ କର୍ମଶାଳା ମଧ୍ୟ କରାଯାଏ। ଓଡିଆ ରେ ଲେଖିବା ସହ ଆଗାମୀ ପୀଢି ପାଇଁ ଭାଷା କୁ ବଞ୍ଚେଇ ରଖିବା ପାଇଁ ଇଏ ଏକ ସମୁଦ୍ର କୁ ଶଙ୍ଖେ ଭଳିଆ ଚେଷ୍ଟା ମାତ୍ର। ହେଲେ ଏଥର ଓଡିଆ କୁ ଶାସ୍ତ୍ରୀୟ ମାନ୍ୟତା ଓ ଆଗାମୀ ଓଡିଶା ଦିବସ ଅବସର ରେ ଏକ ବିରାଟ ଉତ୍ସବ ଓ କର୍ମଶାଳା ର ଆୟୋଜନ କରୁଛୁ। ଏଥିରେ ଆପଣଙ୍କ ଉପସ୍ଥିତି କାମନା କରୁଛୁ ଓ ତା ସହ ଆପଣଙ୍କ ସହଯୋଗ ବ ଆଶା କରୁଛୁ। ଆସନ୍ତୁ ଆମ ଭାଷାକୁ ଆଗକୁ ବଢାଇବା ଓ ଆମ ପର ପୀଢି କୁ ମାତୃଭାଷାଛଡା ହବା କୁ ଦେବାନି।
<p><b>ଜୟ ଓଡିଆ! ଜୟ ଓଡିଶା!<b>
 
{{ଉଇକିପିଡ଼ିଆ:କର୍ମଶାଳା/ତାଲିକା}}