"ମାନ୍ନା ଦେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସଜାଣି
୨୧ କ ଧାଡ଼ି:
}}
 
'''ପ୍ରବୋଧ ଚନ୍ଦ୍ର ଦେ''' (୧ ମେ ୧୯୧୯-୨୪ ଅକ୍ଟୋବର ୨୦୧୩), ରଙ୍ଗମଞ୍ଚ ଦୁନିଆଁରେ ମାନ୍ନା ଦେ ନାମରେ ପରିଚିତ, ଜଣେ [[ଭାରତ|ଭାରତୀୟ]] ପାର୍ଶ୍ଵ ଗାୟକ । ସେ ୧୯୪୨ ମସିହାରେ ହିନ୍ଦୀ ଚଳଚ୍ଚିତ୍ର [[ତମନ୍ନା (ଚଳଚ୍ଚିତ୍ର)|ତମନ୍ନା]]ରୁ ନିଜର ଚଳଚ୍ଚିତ୍ର ଜୀବନ ଆରମ୍ଭ କରି ୨୦୧୩ ମସିହା ମଧ୍ୟରେ ୪୦୦୦ରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି । ସେ ୧୯୭୧ ମସିହାରେ [[ଭାରତ]] ସରକାରଙ୍କ ଦ୍ୱାରା [[ପଦ୍ମଶ୍ରୀ]] ପୁରସ୍କାର , ୨୦୦୫ ମସିହାରେ ପଦ୍ମଭୂଷଣ ପୁରସ୍କାର ଏବଂ ୨୦୦୭ ମସିହାରେ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ମାନ୍ନା ଦେ ମୂଖ୍ୟତଃ [[ହିନ୍ଦୀ ଭାଷା|ହିନ୍ଦୀ]] ଓ [[ବଙ୍ଗଳା ଭାଷା|ବଙ୍ଗଳା]] ସଂଗୀତରେ କଣ୍ଠଦାନ କରିଛନ୍ତି । ତାହା ବ୍ୟତୀତ ଅନ୍ୟ କେତେକ ଭାରତୀୟ ଭାଷାରେ ମଧ୍ୟ କଣ୍ଠଦାନ କରିଛନ୍ତି । ୨୦୧୩ ମସିହା ଅକ୍ଟୋବର ୨୪ ତାରିଖରେ ବାଙ୍ଗାଲୋର ଠାରେ ୯୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା ।
 
==ହିନ୍ଦୀ ଚଳଚ୍ଚିତ୍ରରେ ପ୍ରବେଶ==
୧୯୪୨ରେ ଦେ କ୍ରିଷ୍ଣ ଚନ୍ଦ୍ର ଦେଙ୍କ ସହିତ [[ବମ୍ବେ]] କୁ ଯାଇଥିଲେ । ସେଠାରେ ସେ ପ୍ରଥମେ କ୍ରିଷ୍ଣ ଚନ୍ଦ୍ର ଦେଙ୍କ ଅଧୀନରେ ଓ ପରେ [[ସଚିନ ଦେବ ବର୍ମନ]] ଅଧୀନରେ ସହ ସଂଗୀତ ନିର୍ଦ୍ଦେଶକ ଭାବେ କାମ କରିଥିଲେ । ମାନ୍ନା ଦେ ଯେତେବେଳେ ହିନ୍ଦୀ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶକ ଭାବେ କାମ କରୁଥିଲେ , ସେତେବେଳେ ସେ [[ଉସ୍ତାଦ ଅମନ ଅଲ୍ଲୀ ଖାନ]] ଓ ଉସ୍ତାଦ ଅବଦୁଲ ରେହମାନ ଖାନଙ୍କଠାରୁ ହିନ୍ଦୀ ଶାସ୍ତ୍ରୀୟ ସଙ୍ଗୀତ ଶିଖୁଥିଲେ ।
 
==ହିନ୍ଦୀ ଚଳଚ୍ଚିତ୍ରରେ ଜୀବନ==
୩୧ କ ଧାଡ଼ି:
 
==ବ୍ୟକ୍ତିଗତ ଜୀବନ==
୧୯୫୩ ଡିସେମ୍ବର ରେ ମାନ୍ନା ଦେ ସୁଲୋଚନା କୁମାରନଙ୍କୁ ବିବାହ କରିଥିଲେ । ସୁଲୋଚନା କେରଳର କନ୍ନୁରର ବାସିନ୍ଦା । । ମାନ୍ନାଙ୍କ ୨ଟି ଝିଅ ଅଛନ୍ତି, ତାଙ୍କ ନାମ ସୁରୋମା ଓ ସୁମିତା । ଜାନୁୟାରୀ ୨୦୧୨ରେ ସୁଲୋଚନା କ୍ୟାନ୍ସରରେ ବେଙ୍ଗାଲୁରୁରେ ମରିଥିଲେ । ତାଙ୍କ ମୃତ୍ୟୁ ପରେ ମୁମ୍ବାଇ ଛାଡି ବେଙ୍ଗାଲୁରୁର କଲ୍ୟାଣ ନଗରକୁ ଚାଲି ଆସିଲେ । ଛାତିରେ ଇନ୍ ଫେକ୍ସନ ହେବାରୁ ଦେଙ୍କୁ ୮ ଜୁନ୍ ୨୦୧୩ରେ ବେଙ୍ଗାଲୁର୍ବେଙ୍ଗାଲୁର ଡାକ୍ତରଖାନାର ICU ରେ ଭର୍ତ୍ତି କରାଗଲା । ଶେଷରେ ୨୪ ଅକ୍ଟୋବରରେ ନାରାୟଣ ହୃଦୟାଳୟରେ ଶେଷ ନିଃଶ୍ବାସ ତ୍ୟାଗ କଲେ ।
 
==ପୁରସ୍କାର ଓ ସମ୍ମାନ==