"ମହମ୍ମଦ ଇକବାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 51 interwiki links, now provided by Wikidata on d:q484141 (translate me)
ଟିକେ fixing dead links
୨୫ କ ଧାଡ଼ି:
'''ସାର ମହମ୍ମଦ ଇକବାଲ''' (ଏକବାଲ) ({{lang-ur|محمد اقبال}}) (ନଭେମ୍ବର 9, 1877 - 21 ଏପ୍ରିଲ, 1938) ଅବିଭାଜିତ ଭାରତର ଜଣେ ପ୍ରସିଦ୍ଧ କବି, ନେତା ଓ ଦାର୍ଶନିକ ଥିଲେ। <ref name="aml.org.pk"/> ପାକିସ୍ଥାନ ଆନ୍ଦୋଳନକୁ ପ୍ରେରଣା ଦେବାର ସମସ୍ତ ଶ୍ରେୟ ତାଙ୍କୁ ଯାଇଥାଏ। ଉର୍ଦୁ ଓ ପାରସୀ ଭାଷାରେ ସେ ଅନେକ କବିତା (ଶାୟରୀ) ରଚନା କରିଛନ୍ତି, ଯାହାକୁ ଆଧୁନିକ ଯୁଗର ସର୍ବଶ୍ରେଷ୍ଠ ଶାୟରୀର ମାନ୍ୟତା ମିଳିଛି।<ref name="aml.org.pk">{{cite web|url=http://www.aml.org.pk/AllamaIqbal.html|title=Allama Muhammad Iqbal Philosopher, Poet, and Political leader|publisher=Aml.Org.pk|accessdate=2012-03-02}}</ref><ref name="goethezeitportal"/> ଉର୍ଦୁ ସାହିତ୍ୟରେ ତାଙ୍କୁ ସବୁଠାରୁ ପ୍ରଭାବ ଶାଳୀ ବ୍ୟକ୍ତି ବୋଲି ପରିଗଣିତ କରାଯାଏ। <ref name="goethezeitportal">{{cite web| author=Anil Bhatti| work=Yearbook of the Goethe Society of India|url=http://replay.waybackmachine.org/20081030083304/http://www.goethezeitportal.de/fileadmin/PDF/db/wiss/goethe/bhatti_iqbal.pdf |title=Iqbal and Goethe |format=PDF |accessdate=2011-01-07}}</ref>
 
ଇକବାଲଙ୍କୁ ପାକିସ୍ଥାନ, ଭାରତ ଓ ଅନ୍ୟାନ୍ୟ ବିଦେଶୀ ବିଦ୍ୱାନ ମାନଙ୍କ ଭିତରେ ଆଗଧାଡ଼ିର ଶାସ୍ତ୍ରୀୟ କବିର ମାନ୍ୟତା ମିଳିଛି। <ref name="dailytimes.co.pk">{{cite web|url=http://www.dailytimes.com.pk/default.asp?page=story_28-5-2003_pg3_6 |title=Leading News Resource of Pakistan |publisher=Daily Times |date=2003-05-28 |accessdate=2011-01-07|archiveurl=https://archive.is/mwCI|archivedate=2012-07-28}}</ref><ref>http://www.allamaiqbal.com/accessdate=2011-01-07}}</ref> ସେ ଏକାଧାରରେ ଜଣେ ଉଚ୍ଚକୋଟୀର କବି ଓ ଆଧୁନିକ ଯୁଗୀୟ ମୁସଲମାନ ଦାର୍ଶନର ଜଣେ ମହାନ ଚିନ୍ତା ନାୟକ ଅଟନ୍ତି। <ref>http://www.allamaiqbal.com/accessdate=2011-01-07}}</ref> ତାଙ୍କର ପ୍ରଥମ କବିତା ପୁସ୍ତକ ଅସରାର-ଏ-ଖୁଦି (ଆତ୍ମ ରହସ୍ୟ) ୧୯୧୫ ମସିହାରେ ପାରସ୍ୟ ଭାଷାରେ ମୁକ୍ତିଲାଭ କରିଥିଲା। ତାଙ୍କ ରଚିତ ଅନ୍ୟାନ୍ୟ ବହି ଗୁଡ଼ିକ ହେଲା ରୁମୁଜ-ଇ-ବେଖୁଦି, ପାୟାମ-ଇ-ମସ୍ରିକ ଓ ଜବୁର-ଇ-ଆଜମ୍। ତାଙ୍କର ଅତି ଲୋକପ୍ରିୟ ଉର୍ଦୁ ରଚନାବଳୀ ଭିତରେ ବଙ୍ଗ-ଇ-ଦାରା, ବାଲ-ଇ-ଜିବ୍ରିଲ, ଜର୍ବ-ଇ-କଲିମ ଓ ଆର୍ମୁଘନ-ଇ-ହିଜାଜର କିଛି ଅଂଶ ଅନ୍ୟତମ। <ref name="allamaiqbal.com">{{cite web |last= |first=Iqbal Academy |date=26 May 2006 |url=http://www.allamaiqbal.com/person/biography/biotxtread.html |title=Allama Iqbal – Biography |format=PHP |accessdate=2011-01-07}}</ref> ଉର୍ଦୁ ଓ ପାର୍ସୀ କବିତା ଛଡ଼ା ତାଙ୍କର କେତେକ ଉର୍ଦୁ ଓ ଇଂରାଜୀ ପତ୍ର ଓ ଭାଷଣ ବର୍ଷ ବର୍ଷର ସାଂସ୍କୃତିକ, ସାମାଜିକ, ଧାର୍ମୀକ ଓ ରାଜନୈତିକ ବିଭେଦକୁ ସମାଧାନ କରିବାରେ ବହୁତ ପ୍ରଭାବଶାଳୀ ସିଦ୍ଧ ହୋଇଅଛି।<ref>http://www.allamaiqbal.com/accessdate=2011-01-07}}</ref> ଇସଲାମ ଧର୍ମର ମୂଳତତ୍ୱ ଉପରେ ସେ ଯେଉଁ ବକ୍ତୃତାମାନ ଦେଇଥିଲେ ସେ ସବୁକୁ ଏକ ପୃଥୁଳକାୟ ପୁସ୍ତକାକାରରେ ସଂକଳିତ କରାଯାଇଅଛି।
 
ଦକ୍ଷିଣ ଏସିଆର ହିନ୍ଦୀ ଓ ଉର୍ଦୁ ଭାଷାଭାଷୀ ଲୋକମାନଙ୍କ ଭିତରେ ଇକବାଲ ''ଶୈର-ଇ-ମୁସରିକ'' ({{lang-ur|{{Nastaliq|شاعر مشرق}}}}) ଅର୍ଥାତ୍''ପ୍ରାଚ୍ୟ କବି'' ନାମରେ ପରିଚିତ। ତାଙ୍କୁ ''ମୁଫକିର-ଇ-ପାକିସ୍ତାନ'' ("ପାକିସ୍ଥାନର ନିରୀକ୍ଷକ") ଓ ''ହାକୀକ-ଉଲ୍-ଉମ୍ମତ'' ("ଉମ୍ମାର ସନ୍ୟାସୀ") ବୋଲି ମଧ୍ୟ କୁହାଯାଏ। ଇରାନ ଓ ଆପଗାନିସ୍ଥାନରେ ସେ ''ଇକବାଲ-ଇ-ଲୋହୋରି'' (اقبال لاهوری) (''ଲାହୋରର ଇକବାଲ'') ଭାବରେ ଜଣାଶୁଣା ଓ ସେ ହେଉଛନ୍ତି ପାର୍ସୀ ଭାଷାର ସବୁଠୁ ପ୍ରଶଂସିତ କବି।<ref name="books.google.co.uk"/> ପାକିସ୍ଥାନ ସରକାର ତାଙ୍କୁ ପାକିସ୍ଥାନର ଜାତୀୟ କବି ଭାବେ ଘୋଷଣା କରିଛନ୍ତି। ତାଙ୍କର ଜନ୍ମଦିନ ପାକିସ୍ଥାନର ଏକ ଜାତୀୟ ଛୁଟି ଦିନ। <ref name="brecorder.com">{{cite web|url=http://www.brecorder.com/top-stories/single/595/0/1121782/ |title=National Holiday November 9|publisher=Brecorder.com|date=2010-11-06|accessdate=2012-01-24}}</ref>