"ପୀତାମ୍ବର ତରାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Dsasanka ପିତାମ୍ବର ତରାଇ ପୃଷ୍ଠାଟି ପୀତାମ୍ବର ତରାଇକୁ ଘୁଞ୍ଚାଇଲେ: ବନାନ
ତଥ୍ୟ
୧ କ ଧାଡ଼ି:
[[File:Pitambar Tarai.JPG|thumb|ପୀତାମ୍ବର ତରାଇ]]ଜଗତ୍‌ସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଳକ୍ ଅନ୍ତର୍ଗତ ସମୁଦ୍ର ସନ୍ନିକଟ ମଙ୍ଗରାଜପୁର ଗାଁର ଏକ କୈବର୍ତ୍ତ ପଲ୍ଲୀରେ ୧୯୫୯ ମସିହା ଦିପାବଳୀ ଦିନ କବି ପୀତାମ୍ବର ତରାଇଙ୍କ ଜନ୍ମ ୤ ବାସଭବନ ‘ଅଶ୍ରୁନୀଡ଼’ରେ କବି ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ୍ୱହେବ ସାରସ୍ୱତ ସାଧନାରେ ନିମଗ୍ନ ୤ ଏହି ସମୟ ମଧ୍ୟରେ ୬ଟି କବିତା ପୁସ୍ତକ ଓ ପିଲାମାନଙ୍କ ପାଇଁ ‘ଲହ ଲହକା ପତର ବଙ୍କା’ ଗଳ୍ପ ସଂକଳନ ପ୍ରକାଶ ପାଇ କବିଙ୍କୁ ଦେଇଛି ଅକାତକାତ ପାଠକୀୟ ଶ୍ରଦ୍ଧା, ସମ୍ମାନ ଓ ସମଧର୍ମୀମାନଙ୍କ ମଧ୍ୟରେ ଦେଇଛି ସ୍ୱତନ୍ତ୍ର ସ୍ଥାନ ୤ ଜୀବନର ଚଲାପଥରେ ସେ ଅନୁଭବ କରିଛନ୍ତି ଜନଜୀବନର କୁଢ଼ କୁଢ଼ ଦୁଃଖର ଦ୍ୱିପ୍ରହର, ଶୋକର ଶ୍ରାବଣ, ଭୋକର ଭାଦ୍ରବ ୤ ସମ୍ବଳ ସରିଯାଏ ହେଲେ ମଣିଷର ଦୁଃଖ ସରେନା ୤ ଏହି ଦୁଃଖମାନେ ବାରମ୍ବାର ଦୁଃଖୀଙ୍କୁ ଲହୁଲୁହାଣ କରନ୍ତି ୤ ତଥାପି ଜୀବନ ପାଇଁ ମୋହ ସଞ୍ଚରିଯାଏ ୤ ସୂର୍ଯ୍ୟ ଉଦୟ ହେଲେ ପୁନର୍ବାର ଦୁଃଖ ଆସି ଉଭାହୁଏ ମଣିଷ ସାମ୍ନାରେ ୤ ଝଡଝଞ୍ଜାରେ ଭୂଲୁଣ୍ଠିତ ହୋଇଥିବା ମଣିଷ ଝାଡ଼ିଝୁଡ଼ି ହୋଇ ଉଠିବସେ ପୁଣି ସେହି ଦୁଃଖର ବୁଜୁଳାକୁ ଧରି ଜୀବନ ସଂଗ୍ରାମ ପାଇଁ ୤ ପ୍ରଗତିଶୀଳ କବିତାରେ ନୂତନ ସ୍ୱର, ନିର୍ଦ୍ଦିଷ୍ଟ ଶୈଳୀ ଆଣି ଶବ୍ଦରୋପଣରେ ଚମକ ସୃଷ୍ଟି କରି ଉତ୍ତର ଆଧୁନିକ କାଳର ପ୍ରମୁଖ କବିମାନଙ୍କ ଭିତରୁ ବେଶ୍ ବାରିହୋଇ ପଡ଼ନ୍ତି ୤ କବିତା ଭୋଗର ନୁହେଁ ତ୍ୟାଗର, କୌଶଳର ନୁହେଁ କୁଶଳର, ବିବାଦର ନୁହେଁ ବିଦ୍ରୋହର ଆଉ ନଥାଏ ବୌଦ୍ଧିକ ବିଳାସ, ନଥାଏ ଶବ୍ଦ ଖେଳର କପଟତା ବୋଲି ସେ କୁହନ୍ତି ୤ ପ୍ରକୃତରେ କବିଙ୍କ ଆବେଗତାରେ ସୂର୍ଯ୍ୟ ଉଏଁ, ବର୍ଷା ଝରେ, ପବନ ବହେ ୤ ଚନ୍ଦ୍ର ଅସ୍ତ ହୁଏ, ଆଉ ନଈ ହୁଏ ବାଟବଣା ୤ ଆଉ କେଉଁଠି ବିଶାଳ ସମୁଦ୍ର ସବୁ ଶୋଷକୁ ନିଃଶେଷ କରିବାକୁ ପ୍ରୟାସରେ ଲୁଣିଆ ହୋଇଯାଏ ୤ କବି ଏହିସବୁ କଥାକୁ ଶବ୍ଦରେ ସଜେଇ କବିତାରେ ରୂପଦିଅନ୍ତି ଓ ଦୃଶ୍ୟକୁ ଜୀବନ୍ୟାସ ଦିଅନ୍ତି ତାଙ୍କ ଲେଖନୀରେ ୤ ଦଳିତ, ଅବହେଳିତ, ବିସ୍ଥାପିତ ଜନଜୀବନ ପାଇଁ ତାଙ୍କର କବିତା ପ୍ରତିନିଧି ଶ୍ରେଣୀୟ ମୁକ୍ତିମନ୍ତ୍ର ଓ ବିଦ୍ରୋହର ବିଦ୍ୟାରେ ପରିପୂର୍ଣ୍ଣ ୤
ପିତାମ୍ବର ତରାଇ ଜଣେ କବି ।[[File:Pitambar Tarai.JPG|thumb|Pitambar Tarai]]