"କାର୍ତ୍ତିକ ପୂର୍ଣ୍ଣିମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଛବି ପ୍ରଦାନ
ସଜାଣି
୧୩ କ ଧାଡ଼ି:
|significance=
}}
କାର୍ତ୍ତିକ ପୂର୍ଣ୍ଣମା, ରାସ ବା [[ରାସ ପୂର୍ଣ୍ଣିମା]] ନାମରେ ମଧ୍ୟ ପରିଚିତ ‌। [[ଓଡ଼ିଶା|ଓଡ଼ିଶାର]] ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଓତପ୍ରୋତ ଭାବେ ଜଡିତ । ଅପର ପକ୍ଷରେ ଐତିହାସିକ ଦୃଷ୍ଟିକୋଣରୁ ମଧ୍ୟ ଏହା କମ୍ ଗୁରୁତ୍ଵପୂର୍ଣ୍ଣ ନୁହେଁ । ଗୌରବମୟ ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହା ଏତେ ନିବିଡ ଭାବରେ ସଂପୃକ୍ତ ଯେ ଏହି ଦିବସର ଗୁରୁତ୍ଵକୁ ବାଦ ଦେଲେ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ସମ୍ପର୍କରେ ଚିନ୍ତା ବି କରାଯାଇ ପାରେ ନାହିଁ । ଅତଏବ ଧର୍ମଗତ ତଥା ଐତିହାସିକ ଉଭୟ ଦୃଷ୍ଟିକୋଣରୁ ଏହାର ମୂଲ୍ୟବୋଧ ଅତୀବ ବୈଶିଷ୍ଟ୍ୟ ପରିପୂର୍ଣ୍ଣ ।
 
ବିଶ୍ଵଜନନୀ କରୁଣାମୟୀ ମା [[ଦୁର୍ଗା]]ଙ୍କ ଶାରଦୀୟ ବନ୍ଦନା ପରେପରେ ଚନ୍ଦ୍ର ଏବଂ ମା [[କାଳୀ]]ଙ୍କ ଆରାଧନା ଅତ୍ୟନ୍ତ ଆଡମ୍ବର ସହକାରେ ସମାହିତ ହୁଏ । ଏହା ପରେପରେ ହେମନ୍ତ ପ୍ରକୃତିର ମେଘମୁକ୍ତ ଆକାଶ ତଳେ ଧରଣୀ ରାଣୀ ପାର୍ବତୀ ନନ୍ଦନ [[କାର୍ତ୍ତିକେୟ]]ଙ୍କ ବନ୍ଦନାରେ ଆତ୍ମବିସ୍ମୃତ ହୋଇ ଉଠେ । ଦେବ ସେନାପତି ଚିର କୁମାର କାର୍ତ୍ତିକେୟଙ୍କ ଆରାଧନା ଏହି ମାସରେ ଅତ୍ୟନ୍ତ ଉତ୍ସାହର ସହିତ ସମ୍ପାଦିତ ହୁଏ ଓଡ଼ିଶାର ପୁରପଲ୍ଲୀରେ ।