"ଚନ୍ଦ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୯ କ ଧାଡ଼ି:
ପୌରାଣିକ ବିବରଣୀ ଅନୁସାରେ ମୁନି ଦମ୍ପତିଙ୍କ କେଳି ଅପୂର୍ଣ୍ଣ ରହିବା ହେତୁ ଚନ୍ଦ୍ରଙ୍କର ପାକ୍ଷିକ କ୍ଷୟବୃଦ୍ଧି ଘଟିଥାଏ । ଏହି ରହସ୍ୟ ଅବିଦିତ ଥିବାରୁ, ସମସ୍ତେ ଜାଣନ୍ତି ଚନ୍ଦ୍ର ବରୁଣଙ୍କ ସନ୍ତାନ । ପରବର୍ତ୍ତୀ ସମୟରେ ଚନ୍ଦ୍ରଙ୍କୁ କ୍ଷୀରସାଗର ମନ୍ଥନରୁ ଉଦ୍ଧାର କରାଯାଇ ମହାକାଶରେ ସ୍ଥାପନ କରାଗଲା ଏବଂ ସାଗର ମନ୍ଥନରୁ ଜାତ ସମସ୍ତ ଔଷଧୀର ଅଧିପତି ଚନ୍ଦ୍ରଙ୍କୁ ଅର୍ପଣ କରାଗଲା । ତେଣୁ ଉଦ୍ଭିଦ ଜଗତରେ ସମସ୍ତ ବୃକ୍ଷଲତାର ଅଧିପତି ହେଲେ । କିନ୍ତୁ ବରାହ ପୁରାଣ ଅନୁସାରେ ସୃଷ୍ଟି ସର୍ଜନା କଥା ଚିନ୍ତା କରୁଥିବା ବେଳେ ବିଶ୍ୱକର୍ତ୍ତାଙ୍କ ଚକ୍ଷୁଦ୍ୱୟରୁ ପ୍ରଥମେ ତେଜ ସୃଷ୍ଟିହୁଏ । ଦକ୍ଷିଣ ଚକ୍ଷୁରୁ [[ସୂର୍ଯ୍ୟ]] ବାମ ଚକ୍ଷୁରୁ ଚନ୍ଦ୍ର ସୃଷ୍ଟିହୁଅନ୍ତି । <ref>ଓଡ଼ିଶାର ଦେବଦେବୀ, ପୃଷ୍ଠା-୩୩୬</ref><br />
 
ଅନ୍ୟଏକ ମତ ଅନୁସାରେ ବ୍ରହ୍ମା ଅତ୍ରିଙ୍କୁ ସୃଷ୍ଟି ସର୍ଜନା କରିବାକୁ ନିର୍ଦ୍ଦେଶ ହେଲେ । ସୁଚାରୁରୂପେ ସଂସାର ସୃଷ୍ଟିକରିବା ପାଇଁ ଶକ୍ତି ଆବଶ୍ୟକତା ଦୃଷ୍ଟିରୁ ଋଷି ତପସ୍ୟା କଲେ । ବିଷ୍ଣୁ ଋଷିଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଏକ ଦିବ୍ୟଜ୍ୟୋତି ରୂପେ ଆସି ହୃଦୟରେ ରହିଲେ । ତାହା ଜାଣି ଅତ୍ରିଙ୍କ ଚକ୍ଷୁରୁ ଆନନ୍ଦାଶ୍ରୁ ଝରିପଡ଼ିଲା । ସେହି ଲୁହରୁ କେତେଗୁଡ଼ିଏ ଭୃଣ\ଭ୍ରୂଣ ଜାତ ହେଲେ । ବ୍ରହ୍ମା ସେହି ଭ୍ରୂଣଗୁଡ଼ିକୁ ଏକାଠି କରି ଏକ ସୁନ୍ଦର ତରୁଣ ସୃଷ୍ଟିକଲେ । ସେହି ସୁନ୍ଦର ତରୁଣ ବ୍ରହ୍ମାଙ୍କ ଅଂଶରୁ ଜାତ ହୋଇଥିବାରୁ ତାଙ୍କର ରୂପ ଅତ୍ୟନ୍ତ ଦୀପ୍ତିମାନ ହୋଇଥିଲା । ସେ ହେଲେ ଚନ୍ଦ୍ରଦେବତା । ତତ୍ପରେ ମୁନି, ଋଷି, ଦେବତା, ଗନ୍ଧର୍ବ ଓ ଅପସରୀମାନେ ସାମବେଦ ଗାନ କରି ଚନ୍ଦ୍ରଙ୍କୁ ସ୍ତୁତିକଲେ । ସେହି ସ୍ତୁତି ହେତୁ ପୃଥିବୀରେ ଔଷଧୀୟ ବୃକ୍ଷଲତା ଉଦ୍ଭବ ହେଲେ । ତେଣୁ, ଚନ୍ଦ୍ରଙ୍କୁ ଔଷଧିମାନଙ୍କର ଅଧିପତି କହାଗଲା । ଆଉମଧ୍ୟ ହରିବଂଶ ପୁରାଣରେ ଚନ୍ଦ୍ରଙ୍କୁ ନକ୍ଷତ୍ରମାନଙ୍କର ରାଜା ରୂପେ ବର୍ଣ୍ଣନା କରାଯାଇଛି ।<ref> ଅସିତ ମହାନ୍ତି, ଆମଦେବାଦେବୀ, ପୃଷ୍ଠା-୮୫ </ref>
==ଚନ୍ଦ୍ରକ୍ଷୟ==
ଚନ୍ଦ୍ର ସୌନ୍ଦର୍ଯ୍ୟରେ ଅନୁମପ ତଥା ସମସ୍ତ ଉଦ୍ଭିଦଙ୍କ ରାଜା ହୋଇଥିବାରୁ ଯଶ, ଖ୍ୟାତି ବହୁଗୁଣିତ ହେଲା ୤ ପ୍ରଜାପତି ଦକ୍ଷ ଚନ୍ଦ୍ରଙ୍କ ସହିତ ତାଙ୍କର ୨୭ଟି କନ୍ୟାମାନଙ୍କୁ ବିବାହ କରାଇଥିଲେ ୤ ସେମାନେ ହେଲେ, ଅନୁରାଧା, ଜ୍ୟେଷ୍ଠା, ମୂଳା, ପୂର୍ବାଷାଢ଼ା, ଉତ୍ତରାଷାଢ଼ା, ଶ୍ରୋଣା, ସ୍ରବିସ୍ଥା, ପ୍ରଚେତସ, ପୂର୍ବପ୍ରସ୍ଥପଦା, ଉତ୍ତରପ୍ରସ୍ଥପଦା, ରେବତୀ, ଅଶ୍ୱିନୀ, ଭରଣୀ, କୃତ୍ତିକା, ରୋହିଣୀ, ମୃଗଶୀରା, ଆର୍ଦ୍ରା, ପୁନର୍ବସୁ, ପୁଷ୍ୟା, ଆଶ୍ଳେଷା, ଜନକମ୍, ପୂର୍ବା ଫାଲ୍ଗୁନୀ, ଉତ୍ତରାଫାଲ୍ଗୁନୀ, ହସ୍ତା, ଚିତ୍ରା, ସ୍ୱାତୀ ଓ ବିଶାଖା ୤ ଦକ୍ଷଙ୍କର ସେହି ୨୭କନ୍ୟାଗଣ ଆକାଶରେ ତାରାରୂପେ ଦେଖାଯାଆନ୍ତି ୤ ସେମାନଙ୍କ ସହିତ ଚନ୍ଦ୍ର ମହାମେରୁ ପରିକ୍ରମା କରନ୍ତି ୤ ଜ୍ୟୋତିର୍ବିଜ୍ଞାନ ମଧ୍ୟ ପୌରାଣିକ ବିବରଣୀକୁ ସମର୍ଥନ କରେ ୤ ଚନ୍ଦ୍ରଙ୍କର ବୈବାହିକ ଜୀବନରେ ପକ୍ଷପାତିତା ଅବଲମ୍ବନ କରିଥିଲେ, ୨୭ଜଣ ପତ୍ନୀଙ୍କ ମଧ୍ୟରୁ କେବଳ ଅପରୂପା ରୂପସୀ ରୋହିଣୀଙ୍କ ସହିତ ନିବିଡ ସମ୍ପର୍କ ରଖୁଥିଲେ ବେଳେ ଅନ୍ୟମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଥିଲେ ୤ କନ୍ୟାମାନଙ୍କ ଅଭିଯୋଗକ୍ରମେ ପିତାଦକ୍ଷ ଚନ୍ଦ୍ରଙ୍କୁ ସତ୍ଉପଦେଶ ଦେଇଥିଲେ ୤ କିନ୍ତୁ, ଚନ୍ଦ୍ରଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଘଟିନଥିଲା; ବରଂ ରୋହିଣୀଙ୍କ ସହିତ ସମ୍ପର୍କ ଅଧିକ ନିବିଡତର ହେଲା ୤ ବାରମ୍ବାର କନ୍ୟାମାନଙ୍କ ଅଭିଯୋଗରେ ଉତ୍‌କ୍ଷିପ୍ତହୋଇ ଚନ୍ଦ୍ରଙ୍କୁ କ୍ଷୟରୋଗ ‘ଯକ୍ଷ୍ମା’ ହେଉବୋଲି ଅଭିଶାପ ଦେଲେ ୤ ଯକ୍ଷ୍ମାରେ ପୀଡିତ ଚନ୍ଦ୍ରଙ୍କର କାନ୍ତି ଓ ଶକ୍ତି ଦିନକୁ ଦିନ ହ୍ରାସ ଘଟିଲା ‌୤ ବହୁ ଯାଗଯଜ୍ଞ ଦ୍ୱାରା ମଧ୍ୟ କିଛି ସୁଫଳ ମିଳିଲାନାହିଁ ୤ ଔଷଧମାନଙ୍କର ଅଧିପତି ଚନ୍ଦ୍ରଙ୍କର ଜ୍ୟୋତି ଓ ଶକ୍ତିହୀନତା ଯୋଗୁଁ ଔଷଧୀୟବୃକ୍ଷ ତଥା ସମଗ୍ର ଉଦ୍ଭିଦଜଗତ ରୋଗନାଶକ ଶକ୍ତି ହରାଇ ବସିଲେ ୤ ସମଗ୍ର ସଂସାରରେ ହାହାକାର ପଡ଼ିଗଲା ୤ ସମଗ୍ରଦେବତାଙ୍କ ଅନୁରୋଧ ଓ ଚନ୍ଦ୍ରଙ୍କ ଅନୁତାପରେ ବିଗଳିତ ହୋଇ ପ୍ରଜାପତି ଦକ୍ଷ ସବୁପତ୍ନୀଙ୍କ ସହିତ ସମ ସ୍ନେହପ୍ରୀତି ସ୍ଥାପନର ଉପଦେଶ ଦେଇ, ସରସ୍ୱତୀ ନଦୀରେ ସ୍ନାନଦ୍ୱାରା ରୋଗମୁକ୍ତିର ଉପାୟ ବତାଇଦେଲେ ୤ ଚନ୍ଦ୍ରଙ୍କୁ ପ୍ରଭାଯୁକ୍ତ କରି ସରସ୍ୱତୀ ତୀର୍ଥ ‘ପ୍ରଭାସ’ ତୀର୍ଥ ନାମରେ ଖ୍ୟାତି ଅର୍ଜନ କରିଛି ୤ <ref>(ମହାଭାରତ; ଶଲ୍ୟପର୍ବ, ୩୫ ଅଧ୍ୟାୟ) ଓଡ଼ିଶାର ଦେବଦେବୀ, ପୃଷ୍ଠା-୩୩୬</ref> କିନ୍ତୁ, ଚନ୍ଦ୍ରଙ୍କର ଅଧାଦିନ ବୃଦ୍ଧି ଓ ଅଧାଦିନ କ୍ଷୟ ହୁଏ ୤
ଆଉମଧ୍ୟ, ଚନ୍ଦ୍ର ଅତ୍ୟନ୍ତ ସୁନ୍ଦର ହେତୁ ମନରେ କୌଣସି ଗର୍ବ ଅହଙ୍କାର ନଥିଲା ୤ ଏକଦା ବିଷ୍ଣୁଙ୍କୁ ତପସ୍ୟା କଲେ ୤ ବିଷ୍ଣୁ ତପସ୍ୟାରେ ସନ୍ତୁଷ୍ଟ ହୋଇ ଚନ୍ଦ୍ରଙ୍କୁ ବର ଯାଚନା କଲେ ୤ ଚନ୍ଦ୍ର କହିଲେ , ସେ ସ୍ୱର୍ଗରେ ଏକ ଯଜ୍ଞ ଅନୁଷ୍ଠିତ କରିବେ, ସେଥିରେ ଶିବ ତ୍ରିଶୂଳ ଧରି ଯଜ୍ଞକୁ ରକ୍ଷା କରିବେ ଏବଂ ସମସ୍ତ ଦେବତା ଯଜ୍ଞରେ ଯୋଗଦେଇ ଯଜ୍ଞଭାଗ ଗ୍ରହଣ କରିବେ ୤ ବିଷ୍ଣୁ ତାଙ୍କୁ ସେହିବର ଦେଲେ ୤ ବିଷ୍ଣୁଙ୍କଠାରୁ ବର ପାଇବା ପରେ ଚନ୍ଦ୍ର ସ୍ୱର୍ଗରେ ଏକ ଯଜ୍ଞ ଅନୁଷ୍ଠିତ କଲେ ୤ ସେଥିରେ ସମସ୍ତ ମୁନିଋଷି, ଦେବତା ଆଦି ଅଂଶ ଗ୍ରହଣ କଲେ ୤ ଫଳରେ ଚନ୍ଦ୍ରଙ୍କର ସୌନ୍ଦର୍ଯ୍ୟ ବହୁଗୁଣିତ ହେଲା ୤ ଏହା ଦେଖି ଲକ୍ଷ୍ମୀ ପ୍ରଭୃତି ଦେବୀଗଣ ମୁଗ୍‌ଧ ହେଲେ ୤ ଏହା ଦେଖି ଚନ୍ଦ୍ରଙ୍କ ଛାତି ଗର୍ବରେ ଫୁଲିଉଠିଲା, ମନକୁ ଯାହା ଆସିଲା କଲେ ଏବଂ ଯଜ୍ଞରେ ଉପସ୍ଥିତ ନବଦେବୀଙ୍କୁ ଅସମ୍ମାନ କଲେ ୤ <ref>ଆମଦେବାଦେବୀ, ପୃଷ୍ଠା-୮୫ </ref>
 
== ଆଧାର ==
{{ଆଧାର}}
"https://or.wikipedia.org/wiki/ଚନ୍ଦ୍ର"ରୁ ଅଣାଯାଇଅଛି