"ଚନ୍ଦ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି
No edit summary
୧ କ ଧାଡ଼ି:
{{about|ପୁରାଣ ବର୍ଣ୍ଣିତ ଚନ୍ଦ୍ର|ଉପଗ୍ରହ ପାଇଁ|ଜହ୍ନ}}
== ଚନ୍ଦ୍ରଙ୍କ ଜନ୍ମ ==
ବ୍ରହ୍ମାଙ୍କର ଅଷ୍ଟ ମାନସପୁତ୍ର ଅତ୍ରିଙ୍କ ଔରସରୁ ପତ୍ନୀ ଅନସୂୟାଙ୍କ ଗର୍ଭରୁ ଚତୁର୍ଦ୍ଦଶୀ ତିଥିରେ ଚନ୍ଦ୍ରଙ୍କର ଜନ୍ମ ଏକଦା ଋତୁମତୀ ଅନସୂୟାଦେବୀ ଚତୁର୍ଥଦିନ ପ୍ରାତଃସମୟରେ ଶୁଦ୍ଧସ୍ନାନ ପାଇଁ କ୍ଷୀରସାଗରକୁ ଯାଇଥିଲେ ଅତ୍ରିମୁନୀ ତାଙ୍କୁ ଗୃହରେ ନପାଇ ଖୋଜି ଖୋଜି କ୍ଷୀରସିନ୍ଧୁ ସ୍ନାନଘାଟରେ ଭେଟିଲେ ଏକ ଉତ୍ତମ ପୁତ୍ର ସନ୍ତାନ ଉଦ୍ଦେଶ୍ୟରେ ତିରିଶି ଦିବାରାତ୍ର ସମ୍ଭୋଗରେ ଅନସୂୟାଙ୍କ ସହିତ ସେହି ସାଗର ତଟରେ ମଗ୍ନ ରହିଲେ କିନ୍ତୁ ପନ୍ଦରଦିନ ଗତହେବା ପରେ ଦେବୀ ଅନସୂୟା ଆସକ୍ତା ହୋଇ ପଡ଼ିବାରୁ ଋଷି ସମ୍ଭୋଗରୁ ବିରତ ହେଲେ କିନ୍ତୁ ଲିଙ୍ଗଚକ୍ରରୁ ସ୍ଖଳିତ ରେତ ବିନ୍ଦୁଘରେ ପୁନଃ ସ୍ଥାପିତ ହୋଇପାରିଲା ନାହିଁ ଫଳରେ ଲଲାଟ ମଧ୍ୟଗତ ସେହି ତରଳବିନ୍ଦୁ ନେତ୍ରପଥ ଦେଇ ଲୋତକ ରୂପେ କ୍ଷୀରସାଗର ଜଳରେ ଝରିପଡ଼ିଲା ସେହି ପତିତ ଲୋତକ ବିନ୍ଦୁରୁ ଏକ ତେଜୋମୟ ପିଣ୍ଡ ସୃଷ୍ଟିହେଲା ଜଳଦେବତା ବରୁଣଙ୍କ ଅନୁରୋଧରେ ମୁନିଦମ୍ପତି ସେହି ସୁନ୍ଦର ନବଜାତ ସନ୍ତାନକୁ ପୁତ୍ରରୂପେ ବରୁଣଦେବଙ୍କୁ ଅର୍ପଣ କଲେ ମୁନିଙ୍କ ବର ଯୋଗୁଁ ଚନ୍ଦ୍ର ଷୋଳକଳାରେ ପରିପୂର୍ଣ୍ଣ ହୁଅନ୍ତି ଶୁକ୍ଳପକ୍ଷରେ ଚନ୍ଦ୍ରଙ୍କର ଅବୟବ ବୃଦ୍ଧିଘଟେ, ପୂର୍ଣ୍ଣମୀରେ ପୂର୍ଣ୍ଣତା ଲାଭକରନ୍ତି କିନ୍ତୁ କୃଷ୍ଣପକ୍ଷରେ ଚନ୍ଦ୍ରଙ୍କର କ୍ଷୟଘଟେ, ଅମାବାସ୍ୟାରେ ସଂପୂର୍ଣ୍ଣ ଲୀନ ହୋଇଯାଆନ୍ତି ପୌରାଣିକ ବିବରଣୀ ଅନୁସାରେ ମୁନି ଦମ୍ପତିଙ୍କ କେଳି ଅପୂର୍ଣ୍ଣ ରହିବା ହେତୁ ଚନ୍ଦ୍ରଙ୍କର ପାକ୍ଷିକ କ୍ଷୟବୃଦ୍ଧି ଘଟିଥାଏ ଏହି ରହସ୍ୟ ଅବିଦିତ ଥିବାରୁ, ସମସ୍ତେ ଜାଣନ୍ତି ଚନ୍ଦ୍ର ବରୁଣଙ୍କ ସନ୍ତାନ ପରବର୍ତ୍ତୀ ସମୟରେ ଚନ୍ଦ୍ରଙ୍କୁ କ୍ଷୀରସାଗର ମନ୍ଥନରୁ ଉଦ୍ଧାର କରାଯାଇ ମହାକାଶରେ ସ୍ଥାପନ କରାଗଲା ଏବଂ ସାଗର ମନ୍ଥନରୁ ଜାତ ସମସ୍ତ ଔଷଧୀର ଅଧିପତି ଚନ୍ଦ୍ରଙ୍କୁ ଅର୍ପଣ କରାଗଲା ତେଣୁ ଉଦ୍ଭିଦ ଜଗତରେ ସମସ୍ତ ବୃକ୍ଷଲତାର ଅଧିପତି ହେଲେ କିନ୍ତୁ ବରାହ ପୁରାଣ ଅନୁସାରେ ସୃଷ୍ଟି ସର୍ଜନା କଥା ଚିନ୍ତା କରୁଥିବା ବେଳେ ବିଶ୍ୱକର୍ତ୍ତାଙ୍କ ଚକ୍ଷୁଦ୍ୱୟରୁ ପ୍ରଥମେ ତେଜ ସୃଷ୍ଟିହୁଏ ଦକ୍ଷିଣ ଚକ୍ଷୁରୁ ସୂର୍ଯ୍ୟ ବାମ ଚକ୍ଷୁରୁ ଚନ୍ଦ୍ର ସୃଷ୍ଟିହୁଅନ୍ତି <ref>ଓଡ଼ିଶାର ଦେବଦେବୀ, ପୃଷ୍ଠା-୩୩୬</ref><br />
 
ଅନ୍ୟଏକ ମତ ଅନୁସାରେ ବ୍ରହ୍ମା ଅତ୍ରିଙ୍କୁ ସୃଷ୍ଟି ସର୍ଜନା କରିବାକୁ ନିର୍ଦ୍ଦେଶ ହେଲେ ସୁଚାରୁରୂପେ ସଂସାର ସୃଷ୍ଟିକରିବା ପାଇଁ ଶକ୍ତି ଆବଶ୍ୟକତା ଦୃଷ୍ଟିରୁ ଋଷି ତପସ୍ୟା କଲେ ବିଷ୍ଣୁ ଋଷିଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଏକ ଦିବ୍ୟଜ୍ୟୋତି ରୂପେ ଆସି ହୃଦୟରେ ରହିଲେ ତାହା ଜାଣି ଅତ୍ରିଙ୍କ ଚକ୍ଷୁରୁ ଆନନ୍ଦାଶ୍ରୁ ଝରିପଡ଼ିଲା ସେହି ଲୁହରୁ କେତେଗୁଡ଼ିଏ ଭୃଣ\ଭ୍ରୂଣ ଜାତ ହେଲେ ବ୍ରହ୍ମା ସେହି ଭ୍ରୂଣଗୁଡ଼ିକୁ ଏକାଠି କରି ଏକ ସୁନ୍ଦର ତରୁଣ ସୃଷ୍ଟିକଲେ ସେହି ସୁନ୍ଦର ତରୁଣ ବ୍ରହ୍ମାଙ୍କ ଅଂଶରୁ ଜାତ ହୋଇଥିବାରୁ ତାଙ୍କର ରୂପ ଅତ୍ୟନ୍ତ ଦୀପ୍ତିମାନ ହୋଇଥିଲା ସେ ହେଲେ ଚନ୍ଦ୍ରଦେବତା ତତ୍ପରେ ମୁନି, ଋଷି, ଦେବତା, ଗନ୍ଧର୍ବ ଓ ଅପସରୀମାନେ ସାମବେଦ ଗାନ କରି ଚନ୍ଦ୍ରଙ୍କୁ ସ୍ତୁତିକଲେ ସେହି ସ୍ତୁତି ହେତୁ ପୃଥିବୀରେ ଔଷଧୀୟ ବୃକ୍ଷଲତା ଉଦ୍ଭବ ହେଲେ ତେଣୁ, ଚନ୍ଦ୍ରଙ୍କୁ ଔଷଧିମାନଙ୍କର ଅଧିପତି କହାଗଲା ଆଉମଧ୍ୟ ହରିବଂଶ ପୁରାଣରେ ଚନ୍ଦ୍ରଙ୍କୁ ନକ୍ଷତ୍ରମାନଙ୍କର ରାଜା ରୂପେ ବର୍ଣ୍ଣନା କରାଯାଇଛି <ref> ଅସିତ ମହାନ୍ତି, ଆମଦେବାଦେବୀ, ପୃଷ୍ଠା-୮୫ </ref>
== ଆଧାର ==
{{ଆଧାର}}
"https://or.wikipedia.org/wiki/ଚନ୍ଦ୍ର"ରୁ ଅଣାଯାଇଅଛି