"ନେଲସନ ମଣ୍ଡେଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୯୧ କ ଧାଡ଼ି:
==କାରାବାସ==
===ଗିରଫ ଓ ରିଭୋନିଆରେ ଚାଲାଣ:୧୯୬୨-୧୯୬୪===
 
[[File:Mandela Capture Site.JPG|thumb|ହୋୱିକରେ ମଣ୍ଡେଲା ଗିରଫ ହୋଇଥିବା ସ୍ଥାନରେ ସ୍ମୃତି ସ୍ତମ୍ଭ ଯାହା ୧୯୯୬ରେ ନିର୍ମିତ]]
୫ ଅଗଷ୍ଟ ୧୯୬୨ରେ ପୋଲିସ ମଣ୍ଡେଲାଙ୍କୁ ସେସିଲ ୱିଲିଅମସଙ୍କ ସହିତ ହୋୱିକରୁ ଗିରଫ କରିଥିଲା ।<ref>{{harvnb|Mandela|1994|pp=435–435}}; {{harvnb|Sampson|2011|pp=170–172}}; {{harvnb|Smith|2010|pp=275–276}}.</ref> ଜୋହାନ୍ସବର୍ଗର ମାର୍ଶାଲ ସ୍କୋୟାର କାରାଗାରରେ ସରକାର ବିରୋଧୀ ଆନ୍ଦୋଳନ ଓ ବିନା ଅନୁମତିରେ ଦେଶ ଛାଡ଼ି ଯିବା ଅପରାଧରେ ତାଙ୍କୁ ରଖାଯାଇଥିଲା । ସ୍ଲୋଭୋଙ୍କୁ ଆଇନ ସହାୟକଭାବେ ନେଇ ସେ ନିଜ କେସ ନିଜେ ଲଢ଼ିଥିଲେ ଓ ଦର୍ଶାଇଥିଲେ ଯେ ଚାଲିଆସୁଥିବା ରଙ୍ଗଭେଦ ନୀତି ବିରୋଧରେ ଏହା ଏକ ବିଦ୍ରୋହ ଥିଲା ଏବଂ କୋର୍ଟ ବାହାରେ ସମର୍ଥକ ମାନେ ଆନ୍ଦୋଳନ, ଶୋଭାଯାତ୍ରା ଚାଲୁ ରଖିଥିଲେ ।<ref>{{harvnb|Mandela|1994|pp=456–459}}; {{harvnb|Sampson|2011|pp=172–173}}.</ref> ଏହାପରେ ସେ ପ୍ରିଟୋରିଆ ଚାଲିଯାଇଥିଲେ ଯାହା ଫଳରେ ୱିନି ତାଙ୍କୁ ଦେଖାକରିପାରିବେ ଏବଂ ଦୂରଶିକ୍ଷା ଦ୍ୱାରା ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଶିକ୍ଷା(ଏଲ.ଏଲ.ବି.) ଆରମ୍ଭ କରିଥିଲେ ।<ref>{{harvnb|Mandela|1994|pp=463–465}}; {{harvnb|Sampson|2011|pp=173–174}}; {{harvnb|Smith|2010|pp=292–293}}.</ref> ୧୫ ଅକ୍ଟୋବରରେ ତାଙ୍କର କେସ ଶୁଣାଣି ଆରମ୍ଭ ହୋଇଥିଲା; କିନ୍ତୁ ସେ ବିଚାରାଳୟର କାମରେ ବାଧା ସୃଷ୍ଟି କରି ପାରମ୍ପାରିକ ପୋଷାକ "କାରୋସ" ପିନ୍ଧି ବିନା କୌଣସି ସାକ୍ଷୀରେ ନିଜର ସପକ୍ଷ ଯୁକ୍ତିକୁ ଏକ ରାଜନୈତିକ ଭାଷଣ ଭାବେ ବଦଳାଇଦେଇଥିଲେ । ଦୋଷୀ ସାବ୍ୟସ୍ତ ହୋଇ ତାଙ୍କୁ ୫ ବର୍ଷର ଜେଲ ଦଣ୍ଡାଦେଶ ଦିଆଯାଇଥିଲା । ସେ କୋର୍ଟ ପରିସର ଛାଡ଼ି ଚାଲିଯିବା ପରେ ତାଙ୍କ ସମର୍ଥକ ମାନେ "ନକୋସି ସିକେଲେଲ ଆଫ୍ରିକା" ସଙ୍ଗୀତ ଗାଇଥିଲେ ।<ref>{{harvnb|Mandela|1994|pp=468–482}}; {{harvnb|Sampson|2011|pp=174–176}}.</ref>