"ନେଲସନ ମଣ୍ଡେଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଅସହଯୋଗ ଆନ୍ଦୋଳନ ଓ ଜାତୀୟ କଂଗ୍ରେସ ସଭାପତି:୧୯୫୦-୧୯୫୪: ଜବାହରଲାଲ ନେହେରୁଙ୍କ ନୂତନ ଛବି ଲିଙ୍କ ଦିଆଗଲା
୬୬ କ ଧାଡ଼ି:
୧୯୫୨ରେ ଜାତୀୟ କଂଗ୍ରେସ ଭାରତୀୟ ସଂଘ ଓ ଅନ୍ୟ ସାମ୍ୟବାଦୀ ଦଳମାନଙ୍କ ସହ ମିଶି ଅପାର୍ଥିଡ଼ ବିରୁଦ୍ଧରେ ଏକ ମିଳିତ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲା । [[ମୋହନଦାସ କରମଚାନ୍ଦ ଗାନ୍ଧୀ]]ଙ୍କ ଅସହଯୋଗ ଆନ୍ଦୋଳନରେ ପ୍ରଭାବିତ ହୋଇ କିଛି ଲୋକ ଏହାକୁ ଏକ ନୈତିକ କାର୍ଯ୍ୟପନ୍ଥା ବୋଲି ଭାବିଥିଲେ ମଧ୍ୟ ମଣ୍ଡେଲା ଏହି ଆନ୍ଦୋଳନ ଉପରେ ପୂର୍ଣ୍ଣ ଆସ୍ଥା ରଖିଥିଲେ ।<ref>{{harvnb|Mandela|1994|pp=182–183}}; {{harvnb|Sampson|2011|pp=66–67}}; {{harvnb|Smith|2010|pp=77, 80}}.</ref> ଜୁନ ୨୨ରେ ଡର୍ବାନଠାରେ ପ୍ରାୟ ୧୦୦୦୦ ଲୋକଙ୍କ ଏକ ସମାବେଶରେ ଉଦବୋଧନ ଦେଉଥିବା ସମୟରେ ମଣ୍ଡେଲା ସ୍ୱଳ୍ପକାଳ ଲାଗି ଗିରଫ ହୋଇଥିଲେ ଓ ମାର୍ଶାଳ ସ୍କୋୟାର କାରାଗାରରେ ରହିଥିଲେ ।<ref>{{harvnb|Mandela|1994|pp=183–188}}; {{harvnb|Sampson|2011|p=69}}; {{harvnb|Smith|2010|pp=81–83}}.</ref> ଆନ୍ଦୋଳନ ଜାରି ରହିବାରୁ ଜାତୀୟ କଂଗ୍ରେସର ସଭ୍ୟ ସଂଖ୍ୟା ୨୦,୦୦୦ରୁ ୧,୦୦,୦୦୦ ପହଞ୍ଚିଯାଇଥିଲା ଓ ସରକାର ଜନସାଧାରଣଙ୍କୁ କାରାଗାରରେ ଭରିବା ଅଭିଯାନ ଆରମ୍ଭ କରି "ପବ୍ଲିକ ସେଫଟି ଲ, ୧୯୫୩"ର ପ୍ରଣୟନ କରିଥିଲେ ।<ref>{{harvnb|Mandela|1994|pp=188–192}}; {{harvnb|Sampson|2011|p=68}}.</ref> ମେ ମାସରେ ଟ୍ରାନ୍ସଭାଲ କଂଗ୍ରେସ ସଭାପତି ଜେ.ବି. ମାର୍କସଙ୍କୁ ଜନସାଧାରଣଙ୍କୁ ଭେଟ କରିବାକୁ ଅଧିକାରୀମାନେ ନିବୃତ କରିଥିଲେ; ଫଳତଃ ମଣ୍ଡେଲା ତାଙ୍କର କାର୍ଯ୍ୟଭାର ଗ୍ରହଣ କରିବାକୁ ମନୋନୀତ ହୋଇଥିଲେ । ଅକ୍ଟୋବର ମାସରେ ବାଫାବେଗିୟା ଗୋଷ୍ଠୀର ପ୍ରତିବାଦ ସତ୍ତ୍ୱେ ମଣ୍ଡେଲା ସଭାପତି ନିର୍ବାଚିତ ହୋଇଥିଲେ ।<ref>{{harvnb|Mandela|1994|pp=194–195}}; {{harvnb|Sampson|2011|pp=72–73}}; {{harvnb|Smith|2010|p=85}}.</ref>
 
{{double image|left|Marx1867.jpg|146|NehruY.gif|155|୧୯୫୦ର ଆଦ୍ୟ ଭାଗରେ ମଣ୍ଡେଲା [[କାର୍ଲ ମାର୍କସ]] (ବାମ) ଓ [[ଜବାହରଲାଲ ନେହେରୁ]]ଙ୍କ (ଡାହାଣ) ଦ୍ୱାରା ପ୍ରଭାବିତ ଥିଲେ}}
ଜୁଲାଇ ୩୦, ୧୯୫୨ରେ ଜୋହାନ୍ସବର୍ଗ ଠାରେ ସପ୍ରେସନ ଅଫ କମ୍ୟୁନିଷ୍ଟ ଆକ୍ଟ ବଳରେ ମଣ୍ଡେଲା, ମୋରୋକା, ସିସୁଲୁ, ଡାଦୁଙ୍କ ସମେତ ୨୧ଜଣ ଗିରଫ ହୋଇଥିଲେ ଓ କୋର୍ଟ ଚାଲାଣ କରାଯାଇଥିଲା । ବୈଧାନିକ ସାମ୍ୟବାଦ ପାଇଁ ଦୋଷୀ ସାବ୍ୟସ୍ତ ହୋଇ ତାଙ୍କର ଦଣ୍ଡ ଅବଧିକୁ ୯ ମାସରୁ ୨ ବର୍ଷ ପାଇଁ ବଢ଼ାଇ ଦିଆଯାଇଥିଲା ।<ref>{{harvnb|Mandela|1994|pp=195–198}}; {{harvnb|Sampson|2011|pp=71–72}}; {{harvnb|Smith|2010|pp=83–84}}.</ref> ଡିସେମ୍ବର ମାସରେ ୬ ମାସ ପାଇଁ ମଣ୍ଡେଲାଙ୍କୁ କୌଣସି ପ୍ରକାର ସାଧାରଣ ସଭାରେ ଯୋଗ ଦେବାକୁ ଅନୁମତି ଦିଆଯାଇ ନଥିଲା ଓ କୌଣସି ସମୟର୍ ମାତ୍ର ଜଣଙ୍କ ସହ କଥାବାର୍ତ୍ତା କରିବାକୁ ଅନୁମତି ଦିଆଯାଇଥିଲା । ତେଣୁ ଟ୍ରାନ୍ସଭାଲ ଜାତୀୟ କଂଗ୍ରେସର ସଭାପତି ପଦରେ ରହିବା ଅସମ୍ଭବ ହୋଇପଡ଼ିଲା ।<ref>{{harvnb|Mandela|1994|pp=199–200, 204}}; {{harvnb|Sampson|2011|p=73}}; {{harvnb|Smith|2010|p=86}}.</ref> ସେପ୍ଟେମ୍ବର ୧୯୫୩ରେ ଆଣ୍ଡ୍ରିଉ କୁନେନେ ଟ୍ରାନ୍ସଭାଲ ଜାତୀୟ କଂଗ୍ରେସ ଅଧିବେସନରେ ମଣ୍ଡେଲାଙ୍କ "ନୋ ଇଜି ୱାକ ଟୁ ଫ୍ରିଡ଼ମ" ଭାଷଣଟିକୁ ପାଠ କରିଥିଲେ; ଯାହାର ଶୀର୍ଷକଟି ଭାରତୀୟ ସ୍ୱାଧୀନତା ସଂଗ୍ରାମୀ [[ଜବାହରଲାଲ ନେହେରୁ]]ଙ୍କ ଏକ ରଚନାରୁ ନିଆଯାଇଥିଲା ଓ ମଣ୍ଡେଲା ନେହେରୁଙ୍କ ଚିନ୍ତାଧାରାରେ ବହୁ ପ୍ରଭାବିତ ଥିଲେ । ଏହି ଭାଷଣ ଫଳରେ ଜାତୀୟ କଂଗ୍ରେସକୁ ବାଜ୍ୟାପ୍ତ କରାଯାଇଥିଲା ଓ ମଣ୍ଡେଲା ପ୍ଲାନ ଅନୁସାରେ ଏକ କେନ୍ଦ୍ରୀୟ ନେତୃତ୍ୱ ଧର୍ମୀ ଦଳ ଗଠନ ହୋଇଥିଲା ।<ref>{{harvnb|Mandela|1994|pp=205–207, 231}}; {{harvnb|Sampson|2011|pp=81–82, 84–85}}; {{harvnb|Smith|2010|pp=116–117}}.</ref>
 
ଆଇନ ବ୍ୟବସ୍ଥାପକ ପାଇଁ ଆବଶ୍ୟକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ "ମଣ୍ଡେଲା ଟେର୍ବାଲାଞ୍ଚେ ଏଣ୍ଡ ବ୍ରିଗିଶ ଲ ଫାର୍ମ"ରେ ଏକ ଆଟର୍ଣ୍ଣି ରୂପେ କାର୍ଯ୍ୟ କରିବା ଆରମ୍ଭ କଲେ ।<ref>{{harvnb|Mandela|1994|pp=209–210}}; {{harvnb|Sampson|2011|p=7}}; {{harvnb|Smith|2010|p=87}}.</ref> ଅଗଷ୍ଟ ୧୯୫୩ରେ ମଣ୍ଡେଲା ଓ ତାଙ୍କ ବନ୍ଧୁ ଅଲିଭର ଟାମ୍ବୋ ମିଳିତ ଭାବେ ନିଜସ୍ୱ "ଟାମ୍ବୋ ଏଣ୍ଡ ମଣ୍ଡେଲା" ସଂସ୍ଥା ଜୋହାନ୍ସବର୍ଗରେ ଆରମ୍ଭ କରିଥିଲେ । ସମଗ୍ର ଦେଶରେ ଏକମାତ୍ର ଆଫ୍ରିକୀୟ ଆଇନ ସଂସ୍ଥା ଭାବେ କଳା ମାନଙ୍କ ବିରୁଦ୍ଧରେ ହେଉଥିବା ପୋଲିସ ଅତ୍ୟାଚାର ବିରୋଧରେ ଲଢ଼ି ଏହା ଖୁବ ଲୋକପ୍ରିୟ ହେବାକୁ ଆରମ୍ଭ କଲା । ତେଣୁ ସରକାରୀ ଅଧିକାରୀ ମାନେ "ଗ୍ରୁପ ଏରିଆସ ଆକ୍ଟ" ବଳରେ ଅହାକୁ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ କରାଇଦେଲେ ।<ref>{{harvnb|Mandela|1994|pp=210–216}}; {{harvnb|Sampson|2011|pp=77–80}}; {{harvnb|Smith|2010|pp=87–93}}.</ref> ମେ ୧୯୫୪ ରେ ମଣ୍ଡେଲାଙ୍କ ଦ୍ୱିତୀୟ କନ୍ୟା ମାକାଜିୱେ ଫୁମିଆଙ୍କ ଜନ୍ମ ସତ୍ତ୍ୱେ ଏଭେଲିନଙ୍କ ସହ ତାଙ୍କ ସଂପର୍କ ତିକ୍ତ ହେବାକୁ ଆରମ୍ଭ ହେଲା ଓ ଏଭେଲିନ ମଣ୍ଡେଲାଙ୍କୁ ଅନୈତିକ ସଂପର୍କ ପାଇଁ ଦୋଷୀ କଲେ । ପରେ ଏହା ଜଣାପଡ଼ିଲା ଯେ ମଣ୍ଡେଲାଙ୍କ ସଂପର୍କ ଜାତୀୟ କଂଗ୍ରେସ ସଭ୍ୟା ଲିଲିଆନ ଏନଗୋୟି ତଥା ସଚିବ ରୁଥ ମୋମ୍ପାତିଙ୍କ ସହ ଥିଲେ ମଧ୍ୟ; ଆବଶ୍ୟକ ପ୍ରମାଣ ଅଭାବରୁ ଏହି ସବୁ ଦୋଷ ଖାରଜ ହୋଇଗଲା । ନିଜ ପୁତ୍ରର ଏଭଳି ଆଚରଣରେ ଦୁଃଖିତ ହୋଇ ପିତା ନୋସେକେନି ଟ୍ରାନସ୍କେଇ ଫେରିଆସିଲେ ଓ ଏଭେଲିନ ମଣ୍ଡେଲାଙ୍କୁ ରାଜନୀତିରେ ଅତ୍ୟଧିକ ସଂପୃକ୍ତି ପାଇଁ ଭର୍ତ୍ସନା କରିଥିଲେ ।<ref>{{harvnb|Mandela|1994|pp=293–294}}; {{harvnb|Sampson|2011|pp=76–77}}; {{harvnb|Smith|2010|pp=95–99, 105–106}}.</ref>
 
===କଂଗ୍ରେସ ଅଫ ଦି ପିପୁଲ ଓ ଦେଶଦ୍ରୋହ ଅଭିଯୋଗ:୧୯୫୫-୧୯୬୧===
{{Quote box|width=246px|bgcolor=#ACE1AF|align=right|quote="We, the people of South Africa, declare for all our country and the world to know:<br>That South Africa belongs to all who live in it, black and white, and that no government can justly claim authority unless it is based on the will of the people."|salign=right |source=— The opening of the Freedom Charter<ref>{{harvnb|Sampson|2011|p=92}}.</ref>}}