"ଉଇକିପିଡ଼ିଆ:କର୍ମଶାଳା/କିସ/୧" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Psubhashish (ଆଲୋଚନା | ଅବଦାନ) |
Psubhashish (ଆଲୋଚନା | ଅବଦାନ) ବିବରଣୀ+ |
||
୪୨ କ ଧାଡ଼ି:
| ୧୦ || [[ମୁଣ୍ଡା ଜନଜାତିର ବଂଶାନୁକ୍ରମ]] || || || ସରୋଜିନୀ ସିଂ || ନିତିମା ମୁଣ୍ଡା
|}
== ବିବରଣୀ ==
କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ସାଇସେନ୍ସ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ନଥିକରଣ ଓ ଉଇକିପିଡ଼ିଆ କର୍ମଶାଳାଟି ଆନୁଷ୍ଠାନିକ ଭାବେ ଅନୁଷ୍ଠାନର ଚିଫ ଅପରେଟିଂ ଅଫିସର ସୂର୍ଯ୍ୟକାନ୍ତ ମହାନ୍ତି ଓ ଅଧ୍ୟକ୍ଷ ମଦନ ମୋହନ ସାହୁଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ଏଥିରେ ୧୨ ଜଣ ଶିକ୍ଷକ-ଶିକ୍ଷିକା ଓ ୧୬ ଜଣ ଛାତ୍ରଛାତ୍ରୀ ଭାଗନେଇ ନଥିକରଣର ଉପଯୋଗୀତା ଓ ଉଇକିପିଡ଼ିଆ ମାଧ୍ୟମରେ କିପରି ନାନାଦି ଦରକାରୀ ତଥ୍ୟର ରକ୍ଷଣାବେକ୍ଷଣା କରାଯାଇପାରିବ ତାହା ବାବଦରେ ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟିର ଆକସେସ ଟୁ ନଲେଜ ପ୍ରୋଗ୍ରାମର ସୁଭାସିସ ପାଣିଗାହିଙ୍କ ଠାରୁ ଜାଣିଥିଲେ । ପରେ ସୁଭାସିସ ସେମାନଙ୍କୁ ଓଡ଼ିଆ ଉଇକିପିଡ଼ିଆ ବାବଦରେ ବତାଇଥିଲେ ଓ ସେଥିରେ କିପରି ସେମାନେ ଆଦିବାସୀ ଜନଜାତିଙ୍କର ବେଷଭୂଷା, ଚଳଣି, ଭାଷା, ଜୀବନଶୈଳୀ, ପର୍ବପର୍ବାଣୀ, ଯାନିଯାତ୍ରା, ଖାଦ୍ୟପେୟ ଆଦି ବାବଦରେ ଅନେକ ତଥ୍ୟପୂର୍ଣ୍ଣ ପ୍ରସଙ୍ଗମାନ ଲେଖିପାରିବେ ତାହା ବୁଝାଇଥିଲେ । ଅଭିଜ୍ଞ ଉଇକିଆଳି ଡା ସୁବାସ ଚନ୍ଦ୍ର ରାଉତ ଓଡ଼ିଆ ଉଇକିପିଡ଼ିଆରେ ପ୍ରସଙ୍ଗ ଲେଖିବା ବିଷୟରେ ଦେଖାଇଥିଲେ । ମଧ୍ୟାହ୍ନ ଭୋଜନ ପରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରାଯାଇ ଦଶଟି ପ୍ରସଙ୍ଗ ଆରମ୍ଭ କରାଯାଇଥିଲା । ଏହି ଦଶଟି ପ୍ରସଙ୍ଗ ପାଇଁ ଶିକ୍ଷକ ଓ ଛାତ୍ରମାନଙ୍କୁ ଦଶଟି ଦଳରେ ଭାଗ କରାଯାଇଥିଲା । ସେମାନ ନିଜର ଅଭିଜ୍ଞତା, ଉପଲବ୍ଧ ପୁସ୍ତକ ଓ ଅନ୍ୟାନ୍ୟ ତଥ୍ୟର ଭଣ୍ଡାର, ବିଭିନ୍ନ ଜନଜାତିର ଛାତ୍ରଛାତ୍ରୀମାନଙ୍କ ପାଖରେ ଥିବା ତଥ୍ୟକୁ ଭିତ୍ତିକରି ନିଜ ନିଜର ପ୍ରସଙ୍ଗ ବାଛିଥିଲେ । ଛାତ୍ରଛାତ୍ରୀମାନେ ନିଜ ନିଜର ଜନଜାତି ସମ୍ବନ୍ଧରେ ଥିବା ପ୍ରସଙ୍ଗଥିବା ଦଳରେ ନିଜ ନାମ ଯୋଗ କରିଥିଲେ । ଏହାପରେ ସେମାନେ ଓଡ଼ିଆ ଉଇକିପିଡ଼ିଆରେ ନୂଆ ଖାତା ଖୋଲି ନିଜ ନିଜ ଦଳର ସଦସ୍ୟମାନଙ୍କ ସହ ପ୍ରସଙ୍ଗ ବାବଦରେ ଆଲୋଚନା କରିଥିଲେ ଓ ଉଇକିପିଡ଼ିଆରେ କିଛି ପ୍ରସଙ୍ଗ ତିଆତି କରିଥିଲେ । ଏହି ପ୍ରାରମ୍ଭିକ କର୍ମଶାଳାରେ ସେମାନେ ନୂଆ କରି ଓଡ଼ିଆରେ ଟାଇପ କରିବା ଓ ଓଡ଼ିଆ ଉଇକିପିଡ଼ିଆରେ ଲେଖିବା ଶିଖିଥିଲେ । ଏହି କର୍ମଶାଳାରେ ଭାଗନେଇଥିବା ସମସ୍ତ ଶିକ୍ଷକ-ଶିକ୍ଷିକା ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଦ୍ୱିତୀୟ ସୋପାନର କର୍ମଶାଳା ଡିସେମ୍ବର ମାସରେ କରାଯିବ ଯେଉଁଥିରେ ସେମାନେ ଏହି ପ୍ରସଙ୍ଗମାନଙ୍କ ବାବଦରେ ତଥ୍ୟସବୁ ସଂଗ୍ରହ କରି ତାହା ତାଙ୍କ ଅନୁଷ୍ଠାନର ଏକ ପ୍ରକଳ୍ପ ପୋର୍ଟାଲ କରି ଲେଖିବେ । ପରେ ସେହି ଲେଖାସମୁହରୁ ତଥ୍ୟ ସଂଗ୍ରହ କରି ଓଡ଼ିଆ ଉଇକିପିଡ଼ିଆରେ ଲେଖିବେ ।
== ଫଟୋ (Photos) ==
|