"ମାନ୍ନା ଦେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୩ କ ଧାଡ଼ି:
'''ପ୍ରବୋଧ ଚନ୍ଦ୍ର ଦେ''' (୧ ମେ ୧୯୧୯-୨୪ ଅକ୍ଟୋବର ୨୦୧୩), ରଙ୍ଗମଞ୍ଚ ଦୁନିଆଁରେ ମାନ୍ନା ଦେ ନାମରେ ପରିଚିତ, ଜଣେ ଭାରତୀୟ ପାର୍ଶ୍ଵ ଗାୟକ । ସେ ୧୯୪୨ ମସିହାରେ ହିନ୍ଦୀ ଚଳଚ୍ଚିତ୍ର [[ତମନ୍ନା (ଚଳଚ୍ଚିତ୍ର)|ତମନ୍ନା]]ରୁ ନିଜର ଚଳଚ୍ଚିତ୍ର ଜୀବନ ଆରମ୍ଭ କରି ୨୦୧୩ ମସିହା ମଧ୍ୟରେ ୪୦୦୦ରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି । ସେ ୧୯୭୧ ମସିହାରେ [[ଭାରତ]] ସରକାରଙ୍କ ଦ୍ୱାରା [[ପଦ୍ମଶ୍ରୀ]] ପୁରସ୍କାର , ୨୦୦୫ ମସିହାରେ ପଦ୍ମଭୂଷଣ ପୁରସ୍କାର ଏବଂ ୨୦୦୭ ମସିହାରେ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ମାନ୍ନା ଦେ ମୂଖ୍ୟତଃ [[ହିନ୍ଦୀ ଭାଷା|ହିନ୍ଦୀ]] ଓ [[ବଙ୍ଗଳା ଭାଷା|ବଙ୍ଗଳା]] ସଂଗୀତରେ କଣ୍ଠଦାନ କରିଛନ୍ତି । ତାହା ବ୍ୟତୀତ ଅନ୍ୟ କେତେକ ଭାରତୀୟ ଭାଷାରେ ମଧ୍ୟ କଣ୍ଠଦାନ କରିଛନ୍ତି । ୨୦୧୩ ମସିହା ଅକ୍ଟୋବର ୨୪ ତାରିଖରେ ବାଙ୍ଗାଲୋର ଠାରେ ୯୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା ।
 
==ପ୍ରାରମ୍ଭିକହିନ୍ଦୀ ଚଳଚ୍ଚିତ୍ର ଜୀବନ==
୧୯୪୨ରେ ଦେ କ୍ରିଷ୍ଣ ଚନ୍ଦ୍ର ଦେଙ୍କ ସହିତ ବମ୍ବେ କୁ ଯାଇଥିଲେ । ସେଠାରେ ସେ ପ୍ରଥମେ କ୍ରିଷ୍ଣ ଚନ୍ଦ୍ର ଦେଙ୍କ ଅଧୀନରେ ଓ ପରେ ସଚିନ ଦେବ ବର୍ମନ ଅଧୀନରେ ସହ ସଂଗୀତ ନିର୍ଦ୍ଦେଶକ ଭାବେ କାମ କରିଥିଲେ । ମାନ୍ନା ଦେ ଯେତେବେଳେ ହିନ୍ଦୀ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶକ ଭାବେ କାମ କରୁଥିଲେ , ସେତେବେଳେ ସେ ଉସ୍ତାଦ ଅମନ ଅଲ୍ଲୀ ଖାନ ଓ ଉସ୍ତାଦ ଅବଦୁଲ ରେହମାନ ଖାନଙ୍କଠାରୁ ହିନ୍ଦୀ ଶାସ୍ତ୍ରୀୟ ସଙ୍ଗୀତ ଶିଖୁଥିଲେ ।
ଦେ ପ୍ରଥମେ ୧୯୪୨ରେ ହିନ୍ଦୀ ଚଳଚ୍ଚିତ୍ର ତମନ୍ନା ରୁ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ନିଜର ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ ।
 
==ହିନ୍ଦୀ ଚଳଚ୍ଚିତ୍ରରେ ପ୍ରବେଶ==